ସମାଜ ଡିଜିଟାଲ ଡେସ୍କ: ଘରଡିହ ନଥିବା ପରିବାରକୁ ଆସନ୍ତା ଡିସେମ୍ବର ମାସ ସୁଦ୍ଧା ମିଳିବ ପଟ୍ଟା। ସର୍ଭେ କାର୍ଯ୍ୟ ଶେଷ କରିବା ପରେ ଯୋଗ୍ୟ ହିତାଧିକାରୀଙ୍କୁ ପଟ୍ଟା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଆସନ୍ତା ୧୬ ତାରିଖରୁ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇ ସେପ୍ଟେମ୍ବର ୧୫ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୦୧୮ ମସିହାରେ ହୋଇଥିବା ସର୍ଭେର ବଳକା ଘରଡିହ ଶୂନ୍ୟ ପରିବାରକୁ ତୁରନ୍ତ ପଟ୍ଟା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
Popular Categories



