www.samajalive.in
Saturday, December 6, 2025
14.1 C
Bhubaneswar

ରୌପ୍ୟ ଜିତି ନିରାଶ ହେଲେ ନୀରଜ: କହିଲେ ‘ଆଜି ମୋର ଦିନ ନଥିଲା’-ଭଲ ଅଭିଜ୍ଞତା ନେଲି

ସମାଜ ଡିଜିଟାଲ ଡେସ୍କ: ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିବା ଭାରତୀୟ ଖେଳାଳି ନୀରଜ ଚୋପ୍ରା ପ୍ୟାରିସ୍‌‌ ଅଲିମ୍ପିକ୍ସରେ ଜାଭେଲିନରେ ରୌପ୍ୟ ଜିତିଛନ୍ତି। ସ୍ୱର୍ଣ୍ଣ ପଦକ ନଜିତିବାରୁ ନିରାଶ ହୋଇଛନ୍ତି ନୀରଜ। ଫାଇନାଲରେ ୮୯.୪୫ ମିଟର ଜାଭେଲିନ୍‌‌ ଫିଙ୍ଗି ଦ୍ୱିତୀୟ ସ୍ଥାନରେ ରହିଥିଲେ ନୀରଜ। ଫଳରେ ରୋପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି। ଫାଇନାଲରେ ପାକିସ୍ତାନର ଅର୍ଶଦ ନଦୀମ ୯୨.୯୭ମିଟର ଜାଭେଲିନ୍‌‌ ଫିଙ୍ଗ ପ୍ରଥମ ସ୍ଥାନରେ ରହିବା ସହ ସ୍ୱର୍ଣ୍ଣ ଜିତିଛନ୍ତି। ରୌପ୍ୟ ପଦକ ନେଇ ନୀରଜ ନ୍ୟୁଜ୍‌‌ ଏଜେନ୍ସି ଏଏନଆଇକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ପ୍ରତିଥର ଖେଳାଳିଙ୍କ ଦିନ ହୋଇନଥାଏ। ପ୍ୟାରିସ ଅଲିମ୍ପିକ୍ସରେ ଭଲ ଅଭିଜ୍ଞତା ନେଇଛି। ଫାଇନାଲରେ ଅର୍ଶଦ ନଦୀମ ନିଜର ଶ୍ରେଷ୍ଟ ପ୍ରଦର୍ଶନ ଦେଇଛନ୍ତି। ବୋଧେ ଆଜି ମୋର ଦିନ ନଥିଲା, ଅର୍ଶଦଙ୍କ ଦିନ ଥିଲା। ସେଥିପାଇଁ ସେ ଫାଇନାଲରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଟୋକିଓ,ଏସିଆନ ଗେମ୍‌‌ରେ ଭାରତ ପାଇଁ ସ୍ୱର୍ଣ୍ଣିମ ଦିନ ଥିଲା। ତେଣୁ ଏହି ସବୁ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ମିଳିଥିଲା। ପ୍ୟାରିସ ଅଲିମ୍ପିକ୍ସରୁ ଭଲ ଶିକ୍ଷା ମିଳିଛି। ଆକୁ କିପରି ଭୁଲ ନହେବ ସେଥିପ୍ରତି ଧ୍ୟାନ ଦେବି ଏବଂ ସୁଧାରିବାକୁ ପ୍ରୟାସ କରିବି ବୋଲି ନୀରଜ କହିଛନ୍ତି। ପ୍ୟାରିସ୍‌‌ ଅଲିମ୍ପିକ୍ସରେ ଜାତୀୟ ସଙ୍ଗୀତ ବାଜିବାର ଆଶା ଥିଲା। ଆଗକୁ ନିଶ୍ଚିତ ଭାବେ ବାଜିବ ବୋଲି ନୀରଜ କହିଛନ୍ତି। ରୌପ୍ୟ ପଦକ ଜିତିଥିବାରୁ ନୀରଜଙ୍କୁ ସବୁ ମହଲରୁ ଛୁଟିଛି ଶୁଭେଚ୍ଛାର ସୁଅ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories