www.samajalive.in
Wednesday, November 19, 2025
29.1 C
Bhubaneswar

ସାମ୍ନାକୁ ଆସିଲା ଓଲା ବାଇକ ଫଟୋ, ଅଗଷ୍ଟ ୧୫ରେ ହେବ ବଜାର ପ୍ରବେଶ

ନୂଆଦିଲ୍ଲୀ : ଓଲାର ପ୍ରଥମ ଇଲେକ୍ଟ୍ରିକ୍ ମୋଟରସାଇକେଲ ପାଇଁ ଗ୍ରାହକଙ୍କ ପ୍ରତୀକ୍ଷା ୧୫ ଅଗଷ୍ଟରେ ସମାପ୍ତ ହେବାକୁ ଯାଉଛି । କମ୍ପାନୀ ଏହାର ବଜାର ପ୍ରବେଶକୁ ଅତି ଦମଦାର କରିବାକୁ ଯୋଜନା କରୁଛି । କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବିଶ  ଅଗ୍ରଓ୍ବାଲ ଏହାର ବ୍ୟାଟେରୀ ଓ ରାଇଡିଂକୁ ନେଇ ସମ୍ୟକ୍ ସୂଚନା ଦେଇଥିଲେ । ପରେ ସେ ଏହାର ଫ୍ରଣ୍ଟ୍ ହେଡଲାଇଟକୁ ନେଇ ଭିଡିଓ ଜାରି କରିଛନ୍ତି । ଏବେ ଭାବିଶ ଏହାର ନୂଆ ଫଟୋ ନିଜ ଏକ୍ସ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଫଟୋରେ ସେ ମୋଟରସାଇକେଲ ଉପରେ ବସିଥିବା ନଜର ଆସୁଛନ୍ତି । ବାଇକକୁ ପିକ୍ସେଲାଇଟ୍ କରିଦିଆଯାଇଛି, ଯାହା ଫଳରେ ଏହାର ଡିଜାଇନ୍ ଲିକ୍ ହେବନି ।

ବାଇକର ସାମ୍ନାରେ ପିକ୍ସେଲ ଲାଗିଛି ତେବେ ଏଲଇଡି ଇଣ୍ଡିକେଟର ଓ ଟ୍ୟାଙ୍କ ଏକ୍ସଟେନ୍ସନ ନଜର ଆସୁଛି । ହ୍ୟାଣ୍ଡେଲ ବାରରେ ଏକ ଲିଭର ନଜର ଆସୁଛି ଯେଉଁଥିରୁ ଅନୁମାନ କରାଯାଉଛି କି ଏଥିରେ ଗିୟର ଥାଇପାରେ । ତେବେ ଏପର୍ଯ୍ୟନ୍ତ ଇଲେକ୍ଟ୍ରିକ୍ ମୋଟରସାଇକେଲ ସମ୍ପର୍କରେ କୌଣସି ସୂଚନା ସାମ୍ନାକୁ ଆସିନି କିନ୍ତୁ ଅନୁମାନ କରାଯାଉଛି କି ଏହା ପ୍ରିମିୟମ୍ ବାଇକ ହେବ । କମ୍ପାନୀ ସମ୍ପୂର୍ଣ୍ଣ ରୂପେ ଏକ ଲୋଡେଡ୍ ମଡେଲ ଲଞ୍ଚ୍ କରିପାରେ । ଆଗାମୀ ଦିନରେ କମ୍ପାନୀ କମ୍ ଦାମରେ ପ୍ରଡକ୍ଟ ମଧ୍ୟ ଆଣିପାରେ ।

ହୀରାକୁଦରେ ଖୋଲିଲା ଆଉ ୬ଗେଟ୍‌‌; ଫୁଲୁଛି ମହାନଦୀ, ୧୦ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସଆରସି

- Advertisement -

Hot this week

ଶୀତ ଦିନେ ଗୁଡ ଖାଇଲେ ମିଳିବ ଅନେକ ଫାଇଦା

ସମାଜ ଲାଇଭ ଡ଼େସ୍କ : ଶୀତଦିନ ଆସିବା ସହିତ ଗୁଡ଼ ବଜାରରେ...

ଯୁବତୀଙ୍କୁ ପ୍ରେମ ପ୍ରତାରଣା; ବନ୍ଧା ହେଲେ ଏୟାର ଫୋର୍ସର ଯବାନ

ଭୁବନେଶ୍ବର: ମହଙ୍ଗା ପଡିଲା ଲଭ୍‌, ସେକ୍ସ ଆଉ ଧୋକା। ଯୁବତୀଙ୍କ ସହ...

ବିଷାକ୍ତ ପାଉଁଶ ବୋଝଇ ଟ୍ରକ ଦୁର୍ଘଟଣାରେ ବାବାଙ୍କ ମୃତ୍ୟୁ

ରେଢ଼ାଖୋଲ: ୫୫ ନଂ ଜାତୀୟ ରାଜପଥ ରେଢ଼ାଖୋଲ ଡାକ୍ତରଖାନା ଛକ ନିକଟରେ...

ବଢୁଛି ଭାଇରାଲ ସଂକ୍ରମଣ: କଣ କରିବେ

ସମାଜ ଡିଜିଟାଲ ଡେସ୍କ: ଆମ ଚାରିପାଖରେ ଅନେକ ଲୋକଙ୍କୁ ଦେଖିଛେ ଯେଉଁମାନେ...

ବିହାର : କାହାକୁ ମିଳିବ ମନ୍ତ୍ରୀପଦ ?

ସମାଜ ଲାଇଭ ଡ଼େସ୍କ : ବିହାରରେ ଏନଡିଏ ସରକାର ଆସନ୍ତାକାଲି ଶପଥ...

Related Articles

Popular Categories