www.samajalive.in
Friday, December 5, 2025
20.1 C
Bhubaneswar

ଦେଖନ୍ତୁ ଭିଡିଓ: ହାର୍ ମାନିଲେନି, କୋଭିଡରେ ଆକ୍ରାନ୍ତ ହୋଇ ବି ଅଲିମ୍ପିକ୍ସ ଟ୍ରାକରେ ଦୌଡ଼ିଲେ, ଜିତିଲେ ପଦକ

ସମାଜ ଡିଜିଟାଲ ଡେସ୍କ: କରୋନା ଭୂତାଣୁ ଆକ୍ରାନ୍ତ ଥାଇ ବି ପ୍ୟାରିସ ଅଲିମ୍ପିକ୍ସରେ ପଦକ ଜିତିଛନ୍ତି ଜଣେ କ୍ରୀଡ଼ାବିତ। କରୋନା ଆଗରେ ହାର ମାନି ନାହାନ୍ତି ଏହି ଖେଳାଳି। ଶେଷରେ ତାଙ୍କ ଦୃଢ଼ ଇଚ୍ଚାଶକ୍ତିର ବିଜୟ ହୋଇଛି। ୨୦୦ ମିଟର ଦୌଡ଼ ପ୍ରତିଯୋଗିତାରେ କାଂସ୍ୟ ପଦକ ହାସଲ କରିଛନ୍ତି ଆମେରିକୀୟ ଆଥଲେଟ୍‌ ନୋଆ ଲାଇଲ୍‌ସ। ସେ ଆହୁରି ଦ୍ରୁତ ଦୌଡ଼ିବାକୁ ଚାହୁଁଥିଲେ, କିନ୍ତୁ କରୋନା ତାଙ୍କୁ ଆଗକୁ ବଢ଼ିବାକୁ ଦେଇ ନ ଥିଲା ବୋଲି ଭାବବିହ୍ବଳ ହୋଇ ଗଣମାଧ୍ୟମକୁ କହିଛନ୍ତି ଲାଇଲ୍‌ସ।

- Advertisement -

ଗୁରୁବାର ଏହି ପ୍ରତିଯୋଗିତା ହୋଇଥିଲା। ଲାଇଲ୍‌ସ ୨୦୦ ମିଟର ଟ୍ରାକକୁ ୧୯.୭ ସେକେଣ୍ଡରେ ଶେଷ କରିଥିଲେ। ବୋଟ୍‌ସଓ୍ବାନାର ୨୧ ବର୍ଷୀୟ ଧାବକ ଲେଟ୍‌ସିଲ ଟେବୋଗୋ .୨୪ ସେକେଣ୍ଡ ଆଗୁଆ ରହି ସ୍ଵର୍ଣ୍ଣ ପଦକ ବିଜୟୀ ହୋଇଥିଲେ। ସେହିପରି ଲାଇଲ୍‌ସଙ୍କ ସାଥୀ କେନ୍ନି ବେଡନାରେକ ୨ୟ ସ୍ଥାନରେ ରହି ରୌପ୍ୟ ପଦକ ବିଜୟୀ ହୋଇଛନ୍ତି। ଲାଇଲ୍‌ସ ବିଶ୍ଵର ଦ୍ରୁତତମ ଧାବକମାନଙ୍କ ମଧ୍ୟରୁ ଅନ୍ୟତମ। ସେ ଗୋଟିଏ ଅଲିମ୍ପିକ୍ସରେ ୧୦୦ ମିଟର ଏବଂ ୨୦୦ ମିଟର ଦୌଡ଼ି ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ଜିତି ଉସେନ ବୋଲଟ୍‌ଙ୍କ ସହିତ ସମକକ୍ଷ ହେବାକୁ ଲକ୍ଷ୍ୟ ରଖିଥିଲେ। ହେଲେ କରୋନା ତାଙ୍କୁ ବାଧା ଦେଇଛି।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories