Patra electronics

ଦେଖନ୍ତୁ ଭିଡିଓ ; ମାଛ ଜାଲରୁ କେମିତି ଉଦ୍ଧାର ହେଲା ଅଜଗର..

ନୂଆଦିଲ୍ଲୀ : କର୍ଣ୍ଣାଟକର ଏକ ଗାଁରେ ବନ ବିଭାଗ ଅଧିକାରୀ ମାନେ ଏକ ୭ ଫୁଟ ଅଜଗରକୁ ମାଛ ଜାଲ ଭିତରୁ ଉଦ୍ଧାର କରିଛନ୍ତି । ସାପଟି ଏକ ନଦୀ କୂଳରେ ମାଛ ଜାଲ ଭିତରେ ଫସି ରହିଥିଲା । ନିଜ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଥିଲା । ସାପକୁ ଉଦ୍ଧାର କରିବାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି ।

ବର୍ଷେ ପରେ ସୂର୍ଯ୍ୟ କରିବେ ମହାଚଳନ: ସୁନା ଭଳି ଚମକାଇବେ ଏହି ରାଶିଙ୍କ ଭାଗ୍ୟ, ମିଳିବ ବଡ ସଫଳତା..

ସ୍ଥାନୀୟ ଲୋକେ ଅଜଗର ସାପକୁ ନଦୀ କୂଳରେ ଦେଖି ବନ ବିଭାଗ ଅଧିକାରୀଙ୍କୁ ଖବର ଦେଇଥିଲେ ।
ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି କଇଁଚି ଓ ଅନ୍ୟ ଜିନିଷ ସହାୟତାରେ ଜାଲରୁ ଅଜଗର ଶରୀରକୁ ଅଲଗା କରିବାକୁ ସକ୍ଷମ ହୋଇଥିଲେ । ଯାହାଦ୍ୱାରା ସାପଟିର ଜୀବନ ବଞ୍ଚି ଯାଇଥିଲା । ଭିଡିଓରେ ଦେଖାଯାଉଛି, ସାପକୁ ଉଦ୍ଧାର କରାଯିବା ପରେ ସୁରକ୍ଷିତ ସ୍ଥାନକୁ ଛାଡି ଦିଆଯାଉଛି । ମାତ୍ର ସାପଟିର ପେଟ ଖୁବ୍‌ ଜୋରରେ ଫୁଲି ଥିବାରୁ କୌଣସି ବଡ ଜିନିଷ ଖାଇ ଦେଇଥିବା ସନ୍ଦେହ କରାଯାଉଛି ।
ଭିଡିଓକୁ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି ।

ଭିଡିଓରେ ଦେଖନ୍ତୁ ; ବୁର୍ଜ ଖଲିଫାର ଶୀର୍ଷରୁ ଭୂପୃଷ୍ଠର ଦୃଶ୍ୟ..

Comments are closed.