www.samajalive.in
Saturday, December 6, 2025
17.1 C
Bhubaneswar

ଗାଡି ପାର୍କିଂକୁ ନେଇ ଡବଲ ମର୍ଡର

ଭୁବନେଶ୍ଵର: ରାଜଧାନୀରେ ଡବଲ ମର୍ଡର। ଗାଡି ପାର୍କିଂକୁ ନେଇ ଭୁବନେଶ୍ଵରରେ ଘଟିଛି ଡବଲ ମର୍ଡର । ଏୟାରଫିଲ୍ଡ ଥାନା ଅନ୍ତର୍ଗତ ହାଇଟେକ୍ ଆପାର୍ଟମେଣ୍ଟ ନିକଟ କଲ୍ୟାଣୀ ପ୍ଲାଜାରେ ଜଘନ୍ୟ ହତ୍ୟାକାଣ୍ଡ ହୋଇଛି। ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ରଶ୍ମୀରଞ୍ଜନ ସେଠୀ ଓ ଜୁଲୁ ସେଠୀ ବୋଲି ଜଣାପଡିଛି। ଗତ କିଛି ଦିନ ତଳେ କାର ପାର୍କିଂକୁ ନେଇ କଲ୍ୟାଣୀ ପ୍ଲାଜାର ମେଣ୍ଟେନାନ୍ସ ଦାୟିତ୍ଵରେ ଥିବା ବାପିଙ୍କ ସହ ଝଗଡା ହୋଇଥିଲା। ମଙ୍ଗଳବାର ଦିନ ମଧ୍ୟ ଉଭୟଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ଉପୁଜିଥିଲା। ବାପି ଓ ତାଙ୍କ ସହଯୋଗୀ ମାରଣାସ୍ତ୍ରରେ ରଶ୍ମୀରଞ୍ଜନ ଓ ତାଙ୍କ ବନ୍ଧୁ ଜୁଲୁଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ। ଏଥିରେ ଅନ୍ୟ ଜଣେ ମଧ୍ୟ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ଭୁବନେଶ୍ଵର ଡିସିପି ବୁଧବାର ଘଟଣାସ୍ଥଳକୁ ଯାଇ ନିଜେ ଛାନଭିନ୍ କରିଛନ୍ତି। ହତ୍ୟାକରୀଙ୍କୁ ଧରିବାକୁ ପୁଲିସ୍ ପକ୍ଷରୁ ଉଦ୍ୟମ ଜାରି ରହିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories