www.samajalive.in
Monday, December 8, 2025
16.1 C
Bhubaneswar

ଦୁଇ ଜଣଙ୍କୁ ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ସମ୍ବଲପୁର: ସମ୍ବଲପୁର ଜିଲା ଠେଲକୋଲେଇ ଥାନା ଅଞ୍ଚଳରେ ଗତ ୨୦୧୫ ମସିହାରେ ହୋଇଥିବା ୨ଜଣଙ୍କୁ ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି ସମ୍ବଲପୁର ସେସନ ଜଜ୍‌କୋର୍ଟ। ଏହା ସହିତ ଅଭିଯୁକ୍ତକୁ ୧୦ ହଜାର ଟଙ୍କା ଜରିମାନା କରାଯାଇଛି।

ମାମଲା ବିବରଣୀରୁ ମିଳିଥିବା ସୂଚନା ଅନୁସାରେ, ଯୁଯୁମୁରା ଥାନା ଅନ୍ତର୍ଗତ ବଡସାହି ଗ୍ରାମର ନିବାସୀ ନାରାୟଣ ରାଉତ ଓରଫ ବାପୁନ (୩୨) ୨୦୧୫ ଅକ୍ଟୋବର ୧୪ ତାରିଖ ସକାଳ ପ୍ରାୟ ସାଢ଼େ ୫ଟାରେ ଠେଲକୋଲେଇ ଥାନା ଅନ୍ତର୍ଗତ ଭୁଷଣ ଶିଳ୍ପାନୁଷ୍ଠାନ ଅଞ୍ଚଳର ରହୁଥିବା ଲକି ସିଂଙ୍କ ଝୁପଡି ଘରକୁ ଯାଇଥିଲେ। ବାପୁନ ଏକ ଲୁହା ରଡ ଧରି ଉକ୍ତ ଝୁପୁଡି ଘରେ ଶୋଇଥିବା ସେଲାଉନ ଧୁରୁଆ ଓରଫ ସୁରୁଙ୍କୁ ଆକ୍ରମଣ କରିଥିଲେ। ଏହା ପରେ ଘର ବାହାରକୁ ଆସି ଲଲିତ ମିର୍ଦ୍ଧାଙ୍କୁ ମଧ୍ୟ ଉକ୍ତ ଲୁହା ଛଡରେ ନିର୍ଘାତ ମାଡ ମାରିଥିଲେ । ଫଳରେ ଉଭୟ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ବୁର୍ଲା ଭିମସାରକୁ ନିଆଯାଇଥିଲା। ସୁରୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ପରବର୍ତ୍ତୀ ସମୟରେ ଲଳିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ। ଏହି ଘଟଣା ସମ୍ପର୍କରେ ଭୁଷଣ ଶିଳ୍ପାନୁଷ୍ଠାନର ଅଧିକାରୀ ସୁବ୍ରତ କୁମାର ବିଶ୍ୱାଳ ଠେଲକୋଲେଇ ଥାନାରେ ଅଭିଯୋଗ କରିବାରୁ ଏକ ମାମଲା ୧୪୧/୨୦୧୫ ରୁଜୁ କରାଯାଇ ଅଭିଯୁକ୍ତ ନାରାୟଣ ରାଉତକୁ ପୁଲିସ ଗିରଫ କରିଥିଲା । ମାମଲାର ଶୁଣାଣି ସମୟରେ ବିଭିନ୍ନ ସାକ୍ଷୀ ଓ ପ୍ରମାଣ ବଳରେ ଅଦାଲତ ଅଭିଯୁକ୍ତ ବାପୁନକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କାର ଜରିମାନା କରିଛନ୍ତି । ଜରିମାନା ଅନାଦାୟ ଅଧିକ ୪ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ଅଦାଲତ ରାୟରେ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାକୁ ସରକାରୀ ଓକିଲ ଦିପ୍ତିରଞ୍ଜନ ଷେଣ୍ଢ ପରିଚାଳନା କରୁଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories