www.samajalive.in
Monday, December 15, 2025
15.1 C
Bhubaneswar

କେନ୍ଦ୍ର ରେଳମନ୍ତ୍ରୀଙ୍କୁ ସାକ୍ଷାତ କଲେ କେନ୍ଦୁଝର ସାଂସଦ

ପାଟଣା: ଲୋକସଭାରେ ବିଜେପି ସଚେତକ ତଥା କେନ୍ଦୁଝର ସାଂସଦ ଅନନ୍ତ ନାୟକ ବୁଧବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ରେଳପଥ ସମ୍ପର୍କିତ କେନ୍ଦୁଝରର ବିଭିନ୍ନ ଦାବିକୁ ଉପସ୍ଥାପିତ କରିଛନ୍ତି। ଏହି ଆଲୋଚନା ସମୟରେ ସେ ବିଭିନ୍ନ ରେଳପଥ ପ୍ରକଳ୍ପଗୁଡିକୁ ଶୀଘ୍ର ପୂରଣ କରିବା ସହ  କେନ୍ଦୁଝରରେ ରେଳ ଭିତ୍ତିଭୂମିରେ ସୁଧାର କରିବା ତଥା କେନ୍ଦୁଝର ଦେଇ ଅଧିକ ସଂଖ୍ୟାରେ ଯାତ୍ରୀବାହୀ ରେଳ ଚଳାଇବାକୁ ଅନୁରୋଧ କରି ବିଧିବଦ୍ଧ ଭାବେ ଏକ ପତ୍ର ମଧ୍ୟ ଦେଇଛନ୍ତି।

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ତାଙ୍କର ଅନୁରୋଧକୁ ସହୃଦୟତାର ସହ ବିଚାର କରିବେ ବୋଲି ସାଂସଦଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ସାଂସଦ ଆଲୋଚନା ବେଳେ ବାଂଶପାଣି-ବଡବିଲ ରେଳପଥ କାମ ଦୀର୍ଘଦିନ ଧରି ପୂରା ହୋଇପାରି ନାହିଁ । କେନ୍ଦୁଝରର ଏହି ଦାବି ଦୀର୍ଘ ଦିନରୁ ରହି ଆସିଛି । ଏହି ରେଳପଥ କାର୍ଯ୍ୟ ପୂରା ହୋଇ ନ ଥିବାରୁ ଟ୍ରେନଗୁଡିକର  ସୁଗମ ଓ ସୁଚାରୁରୂପେ ଚଳାଚଳ ପ୍ରଭାବିତ ହେଉଛି।  ତେଣୁ ଏହାର ତ୍ୱରିତ ସମୀକ୍ଷା କରାଯାଇ କାର୍ଯ୍ୟ ଶୀଘ୍ର ପୂରଣ କରାଯାଉ ବୋଲି ଶ୍ରୀ ନାୟକ ଅନୁରୋଧ କରିଛନ୍ତି । ଆଲୋଚନା ବେଳେ କେନ୍ଦୁଝର ବାଦାମପାହାଡ ରେଳପଥ ସଂଯୋଗୀକରଣ ମନ୍ଥରତାକୁ ନେଇ ଚିନ୍ତା ପ୍ରକଟ କରିବା ସହ କହିଛନ୍ତି ଯେ ଏହା ଆମର ନିର୍ବାଚନୀ ସଂକଳ୍ପ ପତ୍ରରେ ରହିଛି । ଏହି ପ୍ରକଳ୍ପର କାର୍ଯ୍ୟ ଯେତେ ଧୀର ହେଉଛି ସେଥିରେ ଏହାର କାର୍ଯ୍ୟ ୨୦୨୯ ସୁଦ୍ଧା ସଂପୂର୍ଣ୍ଣ ହେବା ନେଇ ଆଶଙ୍କା ରହିଛି । କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏହି  କେନ୍ଦୁଝର-ବାଦାମପାହାଡ ରେଳପଥ ସଂଯୋଗୀକରଣ କାର୍ଯ୍ୟ ଶୀଘ୍ର ସମାପ୍ତ କରିବା ପାଇଁ ଆବଶ୍ୟକ ଧନରାଶି ଆବଣ୍ଟନ କରିବା ସହ କ୍ଷେତ୍ର ଦାୟିତ୍ୱରେ ଥିବା ରେଳପଥ ଅଧିକାରୀମାନଙ୍କୁ କଡା ନିର୍ଦେଶ ଦେବାକୁ ଶ୍ରୀ ନାୟକ କେନ୍ଦ୍ର ରେଳ ମନ୍ତ୍ରୀଙ୍କ ନିକଟରେ ଅନୁରୋଧ କରିଛନ୍ତି । ଶ୍ରୀ ନାୟକ ଆଲୋଚନା ବେଳେ ହାଓଡା-ବଡବିଲ-ଜନଶତାବ୍ଦୀ ଏକ୍ସପ୍ରେସକୁ ଜିଲ୍ଲା ମୁଖ୍ୟାଳୟ କେନ୍ଦୁଝରଗଡକୁ ସଂପ୍ରସାରଣ କରିବାକୁ ଅନୁରୋଧ କରିଛନ୍ତି। ଏହି ଟ୍ରେନ କେନ୍ଦୁଝରଗଡ ଯାଏ ସଂପ୍ରସାରଣ କଲେ ଜିଲ୍ଲା ମୁଖ୍ୟାଳୟ ଓ ଏହାର ଆଖପାଖ ଅଞ୍ଚଳର ନାଗରିକମାନେ ମଧ୍ୟ ଏହାର ଲାଭ ପାଇ ପାରିବେ।

- Advertisement -

ଶ୍ରୀ ନାୟକ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କ ସହ ଆଲୋଚନା ବେଳେ ଦକ୍ଷିଣଭାରତ ଆଡକୁ ଯାଉଥିବା କୌଣସି ଟ୍ରେନକୁ କେନ୍ଦୁଝର ଷ୍ଟେସନ ଦେଇ ଯିବା ବା କେନ୍ଦୁଝରରୁ କୌଣସି ଟ୍ରେନ ଦକ୍ଷିଣ ଭାରତ ଆଡକୁ ଚଳାଇବା ପାଇଁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ କେନ୍ଦୁଝର ଏକ ଖଣିଜ ସମ୍ପଦ ବହୁଳ ଜିଲ୍ଲା ହୋଇଥିବାରୁ ଯୋଡା-ବଡବିଲ ଭଳି ଅଂଚଳରେ ଦକ୍ଷିଣ ଭାରତର ଅନେକ ଲୋକ କାର୍ଯ୍ୟ କରନ୍ତି ତେଣୁ ଏଭଳି ଟ୍ରେନ ଚଳା ଗଲେ ସେମାନେ ଉପକୃତ ହେବେ।

ଆଲୋଚନା ବେଳେ ଶ୍ରୀ ନାୟକ କେନ୍ଦୁଝର ଦେଇ ଯାଉଥିବା ପୁରୀ-ଆନନ୍ଦବିହାର ଟ୍ରେନ ଠିକ ସମୟରେ ଚାଲୁ ନ ଥିବା କାରଣରୁ ଯାତ୍ରୀମାନେ ଅସୁବିଧାରେ ପଡୁଥିବା କଥା ଉଲ୍ଲେଖ  କରିଛନ୍ତି । ସେ କହିଛନ୍ତି ଯେ, ଏଥି ପ୍ରତି ବିଶେଷ ଧ୍ୟାନ ଦିଆ ଯିବା ଆବଶ୍ୟକ । କେନ୍ଦୁଝର ରେଳ ଷ୍ଟେସନର ଭିତ୍ତିଭୂମିରେ ସୁଧାର କରିବା ସହ ଏଠାରୁ କିଛି ଟ୍ରେନ ଆରମ୍ଭ କରାଯିବାକୁ ଅନୁରୋଧ କରିଛନ୍ତି । ଧରଣୀଧର ବିଶ୍ୱବିଦ୍ୟାଳୟ ଓ ଧରଣୀଧର ମେଡିକାଲ କଲେଜ କେନ୍ଦୁଝର ରେଳ ଷ୍ଟେସନ ନିକଟରେ ଥିବାରୁ ଛାତ୍ର, ଅଭିଭାବକ ଓ ରୋଗୀ ତଥା ସାଧାରଣ ଲୋକଙ୍କ ସୁବିଧା ପାଇଁ କେନ୍ଦୁଝର ରେଳ ଷ୍ଟେସନର ଉନ୍ନତିକରଣ ଓ ଅଧିକ ସଂଖ୍ୟାରେ ଟ୍ରେନ ଚଳାଇବା ଆବଶ୍ୟକ ବୋଲି ନାୟକ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories