www.samajalive.in
Sunday, December 7, 2025
18.1 C
Bhubaneswar

ପୂର୍ତ୍ତ ବିଭାଗର ରାସ୍ତା ପାଲଟିଛି ମରଣଯନ୍ତା; ତୁରନ୍ତ ମରାମତି କରିବା ନିମନ୍ତେ ଦାବି

ଗୁରୁଡିଝାଟିଆ: ରାସ୍ତା ଘାଟର ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ଯାହାଦ୍ୱାରା ଜନସାଧାରଣଙ୍କ ଗମନାଗମନ ସହଜ ହୋଇପାରିବ। କିନ୍ତୁ ଏହାର ବ୍ୟତିକ୍ରମ ଦେଖାଦେଇଛି କଟକ ଜିଲା ୫୫ନଂ ଜାତୀୟ ରାଜପଥ ଓରନ୍ଦା ଠାରୁ ଗୁରୁଡିଝାଟିଆ ମେଡିକାଲ ଛକକୁ ସଂଯୋଗ କରୁଥିବା ରାସ୍ତାରେ। ପୂର୍ତ୍ତ ଓ କୋଠାବାଡି ବିଭାଗର ଏହି ରାସ୍ତାର ପିଠାଖିଆ ଠାରୁ ଗୁରୁଡିଝାଟିଆ ମେଡିକାଲ ଛକ ପର୍ଯ୍ୟନ୍ତ ରାସ୍ତା ପାଲଟିଛି ମରଣ ଯନ୍ତା। ଏହି ରାସ୍ତା ଦେଇ କାର ଟିଏ ମଧ୍ୟ ଯାତାୟାତ କରିବା ଅସମ୍ଭବ ହୋଇପଡିଥିବା ବେଳେ ବାଇକ ଓ ସାଇକେଲ ଆରେହୀଙ୍କ କଥା ନକହିଲେ ଭଲ। ଦୈନନ୍ଦିନ ଏହି ରାସ୍ତାରେ ଦୁର୍ଘଟଣା ଘଟୁଛି। ଗୁରୁଡିଝାଟିଆ ଠାରେ ଡାକ୍ତରଖାନା, ଥାନା ,ବହୁ ଶିକ୍ଷାନୁଷ୍ଠାନ, ଉଚ୍ଚ ବିଦ୍ୟାଳୟ, ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସହିତ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଓ ବେସରକାରୀ ଅନୁଷ୍ଠାନ ରହିଛି। ସେଥିପାଇଁ ଦୈନିକ ଶହଶହ ବାଇକ ଆରୋହୀଙ୍କ ସହିତ ଛଅଗାଁ, ଗୋବରା, ଗୁରୁଡିଝାଟିଆ, ରାଧାକିଶୋରପୁର, ଓରନ୍ଦା, ରାଧାକୃଷ୍ଣପୁର ଆଦି ପଞ୍ଚାୟତର ଜନସାଧାରଣ ନିର୍ଭରଶୀଳ। ହେଲେ ରାସ୍ତାର ଅଭସ୍ଥା ଏଭଳି ହୋଇଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷ ରାସ୍ତା ମରାମତି କରିବା ପ୍ରତି ଦୃଷ୍ଟି ଦେଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ସେପଟେ ଏହି ରାସ୍ତାଦେଇ ଏକ ସିମେଣ୍ଟ କାରଖାନା ଥିବାରୁ ଦୈନିକ ଭାରୀଯାନ ବୋଝେଇ ଟ୍ରକଗୁଡିକ ଚଳାଚଳ କରୁଛି। ଫଳରେ ରାସ୍ତାର ଅବସ୍ଥା ଅଧିକ ବିଗିଡିଛି। ରାସ୍ତା ଦେଇ ଯାଉଥିବା ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ତେଣୁ ବିଭାଗୀୟ ଅଧିକାରୀ ଓ କାରଖାନା କର୍ତ୍ତୃପକ୍ଷ ତୁରନ୍ତ ରାସ୍ତା ମରାମତି କରିବା ନିମନ୍ତେ ଦାବି କରିଛନ୍ତି ସ୍ଥାନୀୟ ଅଞ୍ଚଳର ବାସିନ୍ଦା।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories