www.samajalive.in
Saturday, December 6, 2025
17.1 C
Bhubaneswar

ରୁଷିଆ ଗସ୍ତରେ କଳାହାଣ୍ଡିର ଯୁବ ପର୍ବତାରୋହୀ ରାହୁଲ

ଭବାନୀପାଟଣା: କଳାହାଣ୍ଡି ଜିଲାର ଯୁବ ପର୍ବତାରୋହୀ ରାହୁଲ ପଧାନ ରୁଷିଆର ଅନ୍ୟତମ ଉଚ୍ଚତମ ଗିରିଶୃଙ୍ଗ ମାଉଣ୍ଟ ଏଲବୃଷ ଆରୋହଣ ପାଇଁ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି। ଆସନ୍ତା ୯ ତାରିଖ ଦିନ ସେ ଦିଲ୍ଲୀରୁ ଋଷିଆ ଅଭିମୁଖେ ଗସ୍ତ କରିବେ। ସେଠାରୁ ବେସକ୍ୟାମ୍ପ ଟ୍ରେସ କୋଲରେ ପହଞ୍ଚି ୧୨ ତାରିଖରୁ ୫୬୪୨ ମିଟର ଉଚ୍ଚତାରେ ଥିବା ମାଉଣ୍ଟ ଏଲବୃଷ ଆରୋହଣ ଆରମ୍ଭ କରିବେ। ଆସନ୍ତା ୧୫ ଅଗଷ୍ଟ ସ୍ବାଧୀନତା ଦିବସ ଦିନ ମାଉଣ୍ଟ ଏଲବୃଷ ଶୀର୍ଷରେ ପହଞ୍ଚି ଭାରତର ଜାତୀୟ ପତାକା ଉଡ଼ାଇବାକୁ ସେ ଲକ୍ଷ୍ୟ ରଖିଛନ୍ତି। ରାହୁଲଙ୍କ ସହିତ ଦେବଗଡ଼ ଏବଂ ଢେ଼ଙ୍କାନାଳର ଦୁଇଜଣ ପର୍ବତାରୋହୀ ଏହି ଟିମରେ ସାମିଲ ହେଇଥିବା ଜଣାପଡିଛି। ବିଜୁ ପଟ୍ଟନାୟକ ହିମାଳୟ ଏକ୍ସପିଡିସନ ପକ୍ଷରୁ ରାଜ୍ୟ ସରକାରଙ୍କ ଦ୍ବାରା ମନୋନୀତ ହୋଇ ୨୦୧୮ ମସିହାରେ ରାହୁଲ ପଧାନ ଉତ୍ତରାଖଣ୍ଡର ମାଉଣ୍ଟ ରୁଦୁଗେଉରା ଚଢ଼ିଥିଲେ। ଦେପୁର ଗାଁର ବ୍ୟାସଦେବ ପଧାନ ଏବଂ ଆରତୀ ପଧାନଙ୍କ ପୁଅ ରାହୁଲ ପୂର୍ବରୁ ଉତ୍ତରାଖଣ୍ଡର କେଦାରକଣ୍ଠ ଗିରିଶ୍ରୁଙ୍ଗ ସମେତ ଜିଲ୍ଲା ଓ ରାଜ୍ୟର ଅନେକ ପର୍ବତ ଆରୋହଣ କରିଛନ୍ତି। ବୁଧବାର ଦିଲ୍ଲୀ ଯିବା ପୂର୍ବରୁ ରାହୁଲଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁଭେଛା ଜ୍ଞାପନ କରାଯାଇଥିଲା।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories