www.samajalive.in
Sunday, December 14, 2025
26.1 C
Bhubaneswar

ଲାଞ୍ଜିଗଡ ବ୍ଲକ ବିଜେଡି ସଭାପତିଙ୍କ କାର ଦୁର୍ଘଟଣା. ଅଳ୍ପକେ ବର୍ତ୍ତିଲେ ପରିବାର

ଲାଞ୍ଜିଗଡ : ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଦୁର୍ଘଟଣାକୁ ରୋକିବା ପାଇଁ ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଉଛି ଓ ସଚେତନତା କରି ପଥପ୍ରାନ୍ତ ନାଟକ ମଧ୍ୟ କରାଯାଉଛି। ତଥାପି ଦୁର୍ଘଟଣା କମିବାର ନାଁ ନେଉନାହିଁ। ରାୟଗଡ଼ା ଜିଲ୍ଲା ଗତିଗୁଡା ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବ୍ଲକ ବିଜେଡି ସଭାପତିଙ୍କ ସହ ତାଙ୍କ ପରିବାର ସଦସ୍ୟ।। ମିଳିଥିବା ସୁଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଜେଡି ସଭାପତି ତଥା ଲାଞ୍ଜିଗଡ ଯୁବକ ସଂଘ ସଭାପତି ହିମାଦ୍ରୀ ପେସନିଆ ତାଙ୍କ ଧର୍ମପତ୍ନୀ ମନ୍ଦାକିନୀ ପେସନିଆ,ଭାଇ ସୁନିଲ ପେସନିଆ ଓ ରମେଶ ପୁଝାରୀ ନିଜ ପରିବାରର ସହ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ବିଶାଖାପାଟଣା ଯାଉଥିଲେ। ଏହି ସମୟରେ ଗତିଗୁଡା ନିକଟରେ ସାମ୍ନା ପଟୁ ଆସୁଥିବା ଏକ ଅଟୋଟି ଡାହାଣ ପଟେ ଯିବା ପାଇଁ ଇଣ୍ଡିକେଟର ଦେଇ ଥିଲା ହେଲେ ସେ ହଠାତ ବାମପଟକୁ ଦିଗ ବଦଳାଇ ଥିଲା।ଅଟୋକୁ ବଞ୍ଚାଇବାକୁ ଯାଇ କାର ଡ଼୍ରାଇଭର ଗଛରେ ପିଟି ଦେଇଥିଲା। ଫଳରେ ଗାଡ଼ିର ଚୋରୋଟି ସିଟରେ ବେଲୁନ ଥିବାରୁ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିଲେ। ହେଲେ ଗାଡ଼ିଟି ଖଣ୍ଡ ବିଖଣ୍ଡିତ ହୋଇଯାଇଛି। ସାମାନ୍ୟ ଆହତ ଥିବାରୁ ସେମାନେ ବିଷମକଟକ ମେଡିକାଲରେ ଚିକିତ୍ସିତ ହୋଇ ଅନ୍ୟ ଏକ ଗାଡ଼ିରେ ଲାଞ୍ଜିଗଡ ଫେରିଛନ୍ତି।

 

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories