www.samajalive.in
Saturday, December 6, 2025
17.1 C
Bhubaneswar

କାମ କରୁନି ଜିଓ ନେଟୱର୍କ, ତେଜୁଛି ଜନ ଅସନ୍ତୋଷ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସହରରେ ଏବେ ଜିଓ ନେଟୱର୍କ ସେବା ବିପର୍ଯ୍ୟସ୍ତ ହୋଇପଡିଛି। ଦୀର୍ଘ ଦିନ ଧରି ଏହି ନେଟୱାର୍କ ଠିକ ଭାବରେ କାମ କରୁନଥିବାରୁ ଗ୍ରାହକ ମାନଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉନଥିବାରୁ ସ୍ଥାନୀୟ ଅଞ୍ଚଳରେ ଜିଓ ଗ୍ରାହକ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସେପଟେ ସ୍ଥାନୀୟ ଅଞ୍ଚଳରେ ଶହେ ପ୍ରତିଶତରୁ ନବେ ପ୍ରତିଶତ ଜିଓ ଗ୍ରାହକ ରହିଥିବା ବେଳେ ନେଟୱର୍କ ଆସୁନଥିବାରୁ ବିଭିନ୍ନ ଜରୁରୀକାଳୀନ ସେବା ସମ୍ପୂର୍ଣ ଭାବରେ ବିପର୍ଯ୍ୟସ୍ତ ହୋଇପଡିଛି। ସ୍କୁଲ କଲେଜରେ ପାଠ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କ ଠାରୁ ଆରମ୍ଭ କରି ବ୍ୟାଙ୍କ ସେବା, ବିଭିନ୍ନ ପ୍ରକାର ଅନଲାଇନ ସେବା ସମ୍ପୂର୍ଣ୍ଣ ଠପ ହୋଇଯାଇଛି।
ମାସକୁ ମାସ ଜିଓ ଗ୍ରାହକ ମାନେ ଶତାଧିକ ଟଙ୍କା ତାଙ୍କର ରିଚାର୍ଜ କରୁଥିବା ବେଳେ ଜିଓ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଜିଓ ନେଟୱର୍କ ଆସୁନଥିବା ଅଭଯୋଗ ହୋଇଛି। ଜିଓ କମ୍ପାନୀ ଏହି ଫିରିଙ୍ଗିଆରେ ସେବା ଯୋଗାଇବାରେ ବିଫଳ ହୋଇଥିବା ବେଳେ ତୁରନ୍ତ ଏହାର ସମାଧାନ ନକଲେ ଆଗାମୀ ଦିନରେ ଏହି ଜିଓ ନେଟୱର୍କ ପାଇଁ ଏକ ବଡ଼ଧରଣର ଆନ୍ଦୋଳନ କରାଯିବ ବୋଲି ଗ୍ରାହକ ମାନେ ମତ ଦେଇଛନ୍ତି।

ବୁଧଙ୍କ ଓଲଟା ଚଳନ ଆରମ୍ଭ ; ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହଠାତ୍‌ ମିଳିବ ଧନ..


ସେପଟେ ସାମାନ୍ୟ ଟିକେ ଝଡ ତୋଫାନ ହେଉ କିମ୍ବା କରେଣ୍ଟ କଟି ଗଲେ ଜିଓ ନେଟୱର୍କ ଘଣ୍ଟା ଘଣ୍ଟା ଧରି ବନ୍ଦ ହୋଇଯାଉଥିବା ଦେଖିବାକୁ ମିଳିଛି। ସୂଚନା ଥାଉକି ଦୀର୍ଘ ବର୍ଷ ହେବ ଏହି ଫିରିଙ୍ଗିଆ ବନ୍ଧ ସାହିରେ ଜିଓ ଟାୱାର ସ୍ଥାପନ କରାଯାଇଥିବା ବେଳେ ଟାୱାର ପାଇଁ ଲଗାଯାଇଥିବା ଜେନେରେଟର ଅଚଳ ହୋଇ ପଡ଼ିରହିଛି। ଅନ୍ୟପଟେ ଟାୱାର ଦାୟିତ୍ୱରେ ଥିବା କର୍ମଚାରୀ ମାନେ ମଧ୍ୟ ଫିରିଙ୍ଗିଆରେ ରହୁନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଥିବା ଦେଖିବାକୁ ମିଳିଥିବା ବେଳେ ଜିଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରିଛନ୍ତି। ଅଞ୍ଚଳର ଜିଓ ଗ୍ରାହକ ମାନେ ଶୀଘ୍ର ଏହି ଜିଓ ନେଟୱର୍କ କାର୍ଯ୍ୟକ୍ଷମ ପାଇଁ ଅଞ୍ଚଳବାସୀ ପ୍ରଶାସନ ପାଖରେ ଦାବି କରିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories