www.samajalive.in
Saturday, December 6, 2025
26.1 C
Bhubaneswar

ପିସିସି ସଭାପତି ହେବାକୁ ଆଗ୍ରହ ନାହିଁଁ : ତାରା

ଭୁବନେଶ୍ବର : ପ୍ରଦେଶ କଂଗ୍ରେସ କମିଟିର ପରବର୍ତ୍ତୀ ସଭାପତି କିଏ ହେବ, ତାହାକୁ ନେଇ ଦଳରେ ମାନସମନ୍ଥନ ଚାଲିଥିବାବେଳେ ସଭାପତି ଦୌଡରେ ନ ଥିବା କଂଗ୍ରେସର ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି। ଲୋକେ ମୋତେ ପସନ୍ଦ କରୁଛନ୍ତି। ଲୋକଙ୍କ ସହିତ ଯୋଡିହୋଇ ରହିଛି। ଆଗକୁ ମଧ୍ୟ ସେମାନଙ୍କ ପାଇଁ କାମ କରିବି। ମୋର ପିସିସି ସଭାପତି ହେବା ପାଇଁ ଇଚ୍ଛା ନାହିଁ। ପିସିସି ସଭାପତି ମନୋନୟନ ନେଇ କେହି ପରାମର୍ଶ ମାଗିନାହାନ୍ତି କି ଏ ସମ୍ପର୍କରେ ସେ କାହାକୁ ପରାମର୍ଶ ଦେଇନାହାନ୍ତି ବୋଲି ବିଧାୟକ ବାହିନୀପତି ଗଣମାଧ୍ୟମରେ ବିବୃତ୍ତି ଦେଇଛନ୍ତି। ତାରା କହିଛନ୍ତି ସାଂଗଠନିକ ଦକ୍ଷତା ସହିତ ସମସ୍ତଙ୍କ ସହିତ ସୁସମ୍ପର୍କ ଥିବା କଂଗ୍ରେସ ନେତାଙ୍କୁ ପିସିସି ସଭାପତି କରାଗଲେ ଭଲ ହେବ। ମୁଁ ସମ୍ମାନ ପାଇଁ ରାଜନୀତି କରେ। ପିସିସି ସଭାପତି ପାଇଁ କେବେ ଆଗ୍ରହ ପ୍ରକାଶ କରିନାହିଁ। ଏପରିକି ଆଗକୁ ମଧ୍ୟ ହେବାର ନାହିଁ। ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ସଭାପତି ମଲ୍ଲିକାର୍ଜୁନ ଖଡଗେ ଯାହା ନିଷ୍ପତ୍ତି ନେବେ, ତାକୁ ଆମେ ଅକ୍ଷରେ ଅକ୍ଷରେ ପାଳନ କରିବୁ। କଂ‌େ‌ଗ୍ରସ ବିଧାୟକ ଦଳ ନେତା ହେବା ପାଇଁ ମୋର ଅଧିକାର ଥିଲା; କିନ୍ତୁ ମୁଁ ହେଲିନି। ବିଧାନସଭାରେ କଂଗ୍ରେସର କାମ କରୁଛି। କଂଗ୍ରେସର କୌଣସି ନେତା ବିଜେପି ଯୋଗାଯୋଗରେ ନାହାନ୍ତି। ମୁଁ ଏ ସମ୍ପର୍କରେ ଦୃଢତାର ସହିତ କହିବି, ବରଂ ଯେଉଁମାନେ କଂଗ୍ରେସ ଛାଡ଼ି ବିଜେପି ଓ ବିଜେଡିକୁ ଯାଇଛନ୍ତି, ଖୁବ୍‌ଶୀଘ୍ର ସେମାନେ ଦଳକୁ ଫେରିବେ। ସେମାନେ କାହିଁକି ଫେରିବେ, ସେ ସମ୍ପର୍କରେ ପରେ କହିବି ବୋଲି ତାରା କହିଛନ୍ତି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories