www.samajalive.in
Saturday, December 6, 2025
17.1 C
Bhubaneswar

ହୀରାକୁଦର ୧୪ ଫାଟକ ଦେଇ ଜଳ ନିଷ୍କାସନ

ହୀରାକୁଦ : ହୀରାକୁଦ ନଦୀବନ୍ଧରେ ଆଜି ୧୪ଟି ଫାଟକ ଦେଇ ଜଳନିଷ୍କାସନ ଜାରି ରହିଛି। ସୋମବାର ସନ୍ଧ୍ୟା ୬ଟା ସୁଦ୍ଧା ନଦୀବନ୍ଧର ଜଳସ୍ତର ୬୦୯.୯୫ ଫୁଟ ରହିଛି। ଏହି ସମୟରେ ନଦୀବନ୍ଧକୁ ଉପରମୁଣ୍ଡରୁ ୨ ଲକ୍ଷ ୬୭ହଜାର ୩୩୧ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ସମୁଦାୟ ୨ ଲକ୍ଷ ୪୬ ହଜାର ୯୧୮ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି। ମୁଖ୍ୟବନ୍ଧରୁ ୨,୦୭,୯୫୬ କ୍ୟୁସେକ, ପାୱାର କେନାଲରେ ୩୫,୨୧୯ କ୍ୟୁସେକ, ଶିଳ୍ପ ବ୍ୟବହାର ପାଇଁ ୨୭୫ କ୍ୟୁସେକ ଏବଂ କେନାଲରେ ୩୪୬୮ କ୍ୟୁସେକ ଜଳ ନିଷ୍କାସନ କରାଯାଇଛି।  ଖଇରମାଲ ଗଜ୍ ଷ୍ଟେସନରେ ୩,୪୫,୦୦୦ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବାବେଳେ ବାରମୁଲରେ ୧,୭୯,୭୫୦ ଓ ମୁଣ୍ଡଲିରେ ୧,୭୮,୩୪୪ କ୍ୟୁସେକ ଜଳ ପ୍ରବାହିତ ହେଉଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories