www.samajalive.in
Sunday, December 14, 2025
14.1 C
Bhubaneswar

 ଓଡିଶା ଆଦର୍ଶ ବିଦ୍ୟାଳୟରେ ଜିଲା ସ୍ତରୀୟ ହାକାଥନ୍  ପ୍ରତିଯୋଗିତା 

 

ରେଙ୍ଗାଲି: ସମ୍ବଲପୁର ଜିଲାର ରେଙ୍ଗାଲି ସ୍ଥିତ  ଓଡିଶା ଆଦର୍ଶ ବିଦ୍ୟାଳୟରେ ଆଜି ଜିଲା ସ୍ତରୀୟ ହାକାଥନ ପ୍ରତିଯୋଗିତା ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଜୟଶ୍ରୀ ଦୋରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି । କର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ଜିଲା ବିଜ୍ଞାନ ପର୍ଯ୍ୟବେକ୍ଷକ ପାର୍ଥ ସାରଥୀ ପଧାନ, ଅଧ୍ୟାପକ ତାପସ କୁମାର ପାତ୍ର ଓ ସତ୍ୟଶ୍ରୀ ମିଶ୍ର, ବିଚାରକ ଭାବରେ ୟୁଟିଆର୍, ଭୁବନେଶ୍ବର, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେଙ୍ଗାଲିର  ଅଧ୍ୟକ୍ଷ  ରମଣୀକାନ୍ତ ସାହୁ ପ୍ରମୁଖ ଯୋଗଦାନ କରି ଥିଲେ । ଏହି ପ୍ରତିଯୋଗୀତାରେ ଜିଲ୍ଳାର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେଙ୍ଗାଲି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବାମରା, ଗଙ୍ଗାଧର ମେହେର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ହୀରାକୁଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର  ୩୫ ଟି ପ୍ରକଳ୍ପରେ ୫୨ ଜଣ ପ୍ରତିଭାଗୀ ଅଂଶଗ୍ରହଣ କରିଥିଲେ ଏବଂ ତାଙ୍କ ସହିତ ୬ ଜଣ ମାର୍ଗଦର୍ଶକ ଶିକ୍ଷକ ତଥା ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।
ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଜୟଶ୍ରୀ ଦୋରା କାର୍ଯ୍ୟକ୍ରମ ଉଦଘାଟନ କରିଥିବା ବେଳେ  ପାର୍ଥ ସାରଥି ପଧାନ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ନେଇ ଆଲୋକପାତ କରିଥିଲେ। ଜିଲା ଶିକ୍ଷା ଅଧିକାରୀ ଶ୍ରୀମତୀ ମୀନା ରାଣୀ ମଙ୍ଗଳଙ୍କ ସଭାପତିତ୍ବରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇ ଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ହିଣ୍ଡାଲକୋର ପୂର୍ବତନ ବରିଷ୍ଠ ଯନ୍ତ୍ରୀ ଇଂ ଆଶିଷ ମାହାଣା , ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ପାର୍ଥ ସାରଥୀ ପଧାନ  ଯୋଗଦାନ କରିଥିଲେ । ଜିଲ୍ଲା ଶିିକ୍ଷ ଅଧିକାରୀ ମୀନାରାଣୀ ମଙ୍ଗଳ ତାଙ୍କ ବକ୍ତବ୍ୟରେ ଛାତ୍ରଛାତ୍ରୀ ଜୀବନରେ କିପରି ସଫଳ ପ୍ରତିଯୋଗୀ ହେବେ ସେଦିଗରେ    ମାତାପିତା  ଓ ଗୁରୁଜନଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ।
ପ୍ରତିଯୋଗୀତାରେ ଭାଗ ନେଇ ଥିବା ସମସ୍ତ ପ୍ରତିଭାଗିଙ୍କୁ ଭାଗିଦାରୀ ପ୍ରମାଣ ପତ୍ର ପ୍ରଦାନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ଲୁସି ସାହୁ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଅଧ୍ୟକ୍ଷ ରମଣୀ କାନ୍ତ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ , ଜିଲା ଶିକ୍ଷା ବିଭାଗର ନିରଞ୍ଜନ ସେଠ୍ , ରାକେଶ ସାହୁ, ଅଶୋକ ସାହୁ, ବନବାସ ପ୍ରଧାନ, ସୁଶାନ୍ତ ବେହେରା, ଜୟନ୍ତୀ ପ୍ରଧାନ ଓ ୩୦ ଜଣ ସ୍ବେଚ୍ଛାସେବୀ ତଥା ଅନ୍ୟାନ୍ୟ କର୍ମଚାରୀ  ସହଯୋଗ କରିଥିଲେ।

Hot this week

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

Related Articles

Popular Categories