www.samajalive.in
Saturday, December 6, 2025
17.1 C
Bhubaneswar

ଆଜି ଜନ୍ମମାଟିରେ ପହଞ୍ଚିବ ଓଡ଼ିଆ ଡାକ୍ତର ବିଷ୍ଣୁ ପ୍ରସାଦଙ୍କ ମୃତଦେହ

କୋଣାର୍କ/ଗୋପ : କେରଳର ୱାୟନାଡରେ ଭୂସ୍ଖଳନରେ ଓଡ଼ିଆ ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରାଙ୍କ ମୃତ୍ୟୁ ଘଟିଥିଲା। ଶୁକ୍ରବାର ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କ ମୃତଦେହ ୱାୟନାଡରୁ ଅଣା ଯାଉଥିବାବେଳେ ଆଜି(ଶନିବାର) ଜନ୍ମମାଟି ଗୋପର ପରାଳ ଗାଁରେ ପହଞ୍ଚିବ ବୋଲି ସରପଞ୍ଚ ବଲିମଣି ପ୍ରଧାନ ସୂଚନା ଦେଇଛନ୍ତି। ଏନେଇ ପରାଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ପ୍ରକାଶ ଯେ, ଗୋପ ଥାନା ଅଧୀନ କୁଆଁପଡ଼ା ପଞ୍ଚାୟତ ପରାଳଗାଁର ବିଷ୍ଣୁ ପ୍ରସାଦ ଚିନାରା ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ମେଡିସିନ ବିଭାଗରେ ପିଜି କରୁଥିଲେ। ଜନ୍ମଦିନ ପାଳନ କରିବାକୁ ସେ ପତ୍ନୀ ପ୍ରିୟଦର୍ଶିନୀ ପାଲ , ବନ୍ଧୁ ସ୍ବାଧୀନ ପଣ୍ଡା ଏବଂ ସ୍ବାଧୀନଙ୍କ ବାନ୍ଧବୀଙ୍କ ସହିତ ୨୬ ତାରିଖ ଦିନ କେରଳ ଯାଇଥିଲେ। ୱାୟନାଡରେ ପହଞ୍ଚି ଏକ ଘରୋଇ ହୋଟେଲରେ ସେ ରାତ୍ରିଯାପନ କରିଥିଲେ। ୩୦ ତାରିଖ ରାତିରେ ହଠାତ୍ ପାହାଡ଼ ଭୂସ୍ଖଳନ ହେବାରୁ ବିଷ୍ଣୁ ପ୍ରସାଦଙ୍କ ମୃତ୍ୟୁ ହୋଇଥିଲା। ପତ୍ନୀ ପ୍ରିୟଦର୍ଶିନୀଙ୍କ ଜୀବନ ବଞ୍ଚି ଯାଇଥିବାବେଳେ ବିଷ୍ଣୁ ପ୍ରସାଦଙ୍କ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ଗାଁ ଲୋକେ ଏପରି ଏକ ଦୁଃଖଦ ଖବରକୁ ଗ୍ରହଣ କରିପାରୁନାହାନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories