www.samajalive.in
Saturday, December 6, 2025
15.1 C
Bhubaneswar

ଅଗଷ୍ଟ ୩୦ରୁ ଭୁବନେଶ୍ବରରୁ ଦୁର୍ଗାପୁର ଉଡ଼ିବ ବିମାନ

ଭୁବନେଶ୍ବର : ଅଗଷ୍ଟ ୩୦ରୁ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ପଶ୍ଚିମବଙ୍ଗ ଦୁର୍ଗାପୁରକୁ ବିମାନ ଉଡାଣ କରିବ। ପ୍ରତିଦିନ ଭୁବନେଶ୍ବରରୁ ଇଣ୍ଡିଗୋ ବିମାନ ଉଡାଣ କରିବ। ପୂର୍ବାହ୍ଣ ୧୧ଟା ୧୫ମିନିଟ ସମୟରେ ଭୁବନେଶ୍ବର ବିମାନ ବନ୍ଦରରୁ ଇଣ୍ଡିଗୋ ବିମାନ ଉଡାଣ ଆରମ୍ଭ କରି ଦୁର୍ଗାପୁରରେ ଅପରାହ୍ଣ ୧୨ଟା ୫୫ମିନିଟରେ ପହଞ୍ଚିବ। ସେହିପରି ଦୁର୍ଗାପୁରରୁ ଅପରାହ୍ଣ ୪ଟା ୩୫ମିନିଟରେ ବିମାନ ଉଡାଣ ଆରମ୍ଭ କରିବାକୁ ଥିବାବେଳେ ସନ୍ଧ୍ୟା ୬ଟା ୧୫ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରେ ଅବତରଣ କରିବ। ଏଥିସହିତ ସପ୍ତାହ ଚାରିଦିନ ଭୁବନେଶ୍ବରରୁ ବାଗଡୋଗରା ଏବଂ ସପ୍ତାହ ତିନିଦିନ ଭୁବନେଶ୍ବରରୁ ଗୌହାଟୀକୁ ବିମାନ ଉଡାଣ କରିବ। ଏନେଇ ଦୁର୍ଗାପୁର ବିମାନ ବନ୍ଦର ନିର୍ଦେଶକ କୈଳାସ ମଣ୍ଡଳ ସୂଚନା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories