www.samajalive.in
Sunday, December 7, 2025
14.1 C
Bhubaneswar

ନିର୍ବାଚନ ଲଢ଼ିବାର ସର୍ବନିମ୍ନ ବୟସ ୨୧କୁ ହ୍ରାସ କରିବାକୁ ରାଜ୍ୟସଭାରେ ଦାବି କଲେ ଆପ ସାଂସଦ

ସମାଜ ଡିଜିଟାଲ ଡେସ୍କ: ନିର୍ବାଚନ ଲଢ଼ିବା ବୟସ ୨୫ରୁ ହ୍ରାସ କରି ୨୧ ବର୍ଷ କରିବାକୁ ରାଜ୍ୟସଭାରେ ଦାବି କରିଛନ୍ତି ଆମ ଆଦମୀ ପାର୍ଟି (ଆପ୍‌) ସାଂସଦ ରାଘବ ଚଢ଼ା। ସେ କହିଛନ୍ତି, ଭାରତ ବିଶ୍ଵର ଯୁବଶକ୍ତି ଦେଶଗୁଡ଼ିକ ମଧ୍ୟରୁ ଅନ୍ୟତମ। ଆମ ଦେଶର ମୋଟ ଜନସଂଖ୍ୟାର ୬୫% ୩୫ ବର୍ଷରୁ କମ୍‌ ବୟସ୍କ। ୫୦% ଲୋକଙ୍କ ବୟସ ୨୫ ବର୍ଷରୁ କମ୍‌। ସ୍ଵାଧୀନତା ପରେ ଯେତେବେଳେ ଆମ ଦେଶର ପ୍ରଥମ ଲୋକସଭା ନିର୍ବାଚନ ହୋଇଥିଲା ସେତେବେଳେ ୨୬% ସଦସ୍ୟ ୪୦ ବର୍ଷରୁ କମ ବୟସ୍କ ଥିଲେ। ନିକଟରେ ୨ ମାସ ତଳେ ଶେଷ ହୋଇଥିବା ସପ୍ତଦଶ ଲୋକସଭା ନିର୍ବାଚନରେ ମାତ୍ର ୧୨% ସଦସ୍ୟ ୪୦ ବର୍ଷରୁ କମ୍ ବୟସ୍କ। ଆମର ଏକ ଯୁବଦେଶ, କିନ୍ତୁ ଆମ ରାଜନେତା ବୟସ୍କ। ଯୁବ ରାଜନେତାଙ୍କୁ ନେଇ ଆମେ ଯୁବ ଦେଶର ଅଭିଳାସ ରଖିବା ଉଚିତ। ତେଣୁ ନିର୍ବାଚନରେ ଲଢ଼ିବାକୁ ସର୍ବନିମ୍ନ ବୟସ ୨୧ ବର୍ଷ କରିବା ଉଚିତ ବୋଲି ସେ କହିଛନ୍ତି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories