www.samajalive.in
Wednesday, December 10, 2025
16.1 C
Bhubaneswar

ସାଂସଦଙ୍କ ସହଯୋଗରେ କେରଳରୁ ଆସିଲା ଦାଦନଙ୍କ ମୃତଦେହ

ଫୁଲବାଣୀ: କନ୍ଧମାଳରୁ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଇ ଶବ ହୋଇ ଫେରିବା କନ୍ଧମାଳ ଜିଲା ପାଇଁ ଏକ ନିତି ଦିନିଆ ଘଟଣାରେ ପରିଣତ ହୋଇଛି। ଶିଳ୍ପ ବିହୀନ କନ୍ଧମାଳ ଜିଲାରେ ରୋଜଗାର ଅଭାବରୁ ଲୋକେ ପରିବାର ପ୍ରତିପୋଷଣ ପାଇଁ ଅନ୍ୟ ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି। ସେଠାରେ ସହିବାକୁ ପଡୁଛି ଅନେକ ନିର୍ଯାତନା। ଏପରିକି ଅନେକ ଦାଦନ ବିଭିନ୍ନ ପରିସ୍ଥିତିରେ ମୃତ୍ୟୁ ମୁଖରେ ପଡୁଛନ୍ତି। ଏପଟେ ପରିବାରର ଆର୍ଥିକ ସ୍ଥିତି ଏଭଳି ଯେ ସେମାନେ ମୃତଦେହ ଫେରାଇ ଆଣିବା ପାଇଁ ମଧ୍ୟ ସକ୍ଷମ ହେଉ ନାହାନ୍ତି। ସ୍ବଜନଙ୍କ ମୃତଦେହ ନିଜ ଗ୍ରାମକୁ ଫେରାଇ ଆଣିବା ପାଇଁ ପ୍ରଶାସନ ଓ ଜନ ପ୍ରତିନିଧିଙ୍କ ଦ୍ବାରସ୍ଥ ହେଉଛନ୍ତି।

ସୂଚନାଯୋଗ୍ୟ, ତୁମୁଡିବନ୍ଧ ବ୍ଲକ କୁର୍ତ୍ତମଗଡ ଅଞ୍ଚଳର ବିଜନ ମଲ୍ଲିକ(୪୨) ପ୍ରାୟ ୨୦ ଦିନ ତଳେ ରୋଜଗାର ଆଶାରେ କେରଳ ଯାଇ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ତେବେ ଅସୁସ୍ଥତା କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କର ମୃତଦେହ ଗାଁକୁ ଆଣିବା ପାଇଁ ସକ୍ଷମ ନ ଥିଲେ ପରିବାର। ତେଣୁ ଜିଲା ପ୍ରଶାସନ ସମେତ କନ୍ଧମାଳ ସାଂସଦ ଓ ବିଧାୟକଙ୍କୁ ଗୁହାରୀ ଜଣାଇଥିଲେ ଘରଲୋକେ। ଶେଷରେ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ହସ୍ତକ୍ଷେପ ପରେ ବିଜନଙ୍କ ମୃତଦେହ ଗାଁକୁ ଫେରିଥିବା ଜଣାପଡିଛି। ସାଂସଦ ଶ୍ରୀ ପାଣିଗ୍ରାହୀଙ୍କ ସହଯୋଗରେ କେରଳରୁ ବିମାନ ଯୋଗେ ମୃତଦେହ ଭୁବନେଶ୍ୱର ଆସିବା ପରେ ସେଠାରୁ ଏକ ସ୍ବତନ୍ତ୍ର ଗାଡ଼ିରେ କୁର୍ତ୍ତମଗଡ ଅଣାଯାଇଛି। ବୁଧବାର ରାତିରେ ମୃତଦେହ ବିଜନଙ୍କ ଗ୍ରାମରେ ପହଞ୍ଚିଛି। ସାଂସଦଙ୍କ ଏହି ସହଯୋଗ ପାଇଁ ପରିବାର ସମେତ ଗ୍ରାମବାସୀ କୃତଜ୍ଞତା ଜଣାଇଛନ୍ତି।

- Advertisement -

 

Hot this week

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

Related Articles

Popular Categories