www.samajalive.in
Wednesday, December 10, 2025
15.1 C
Bhubaneswar

କ୍ରିକେଟର ଅଂଶୁମାନ ଗାଏକ୍ଵାଡ୍‌ଙ୍କ ଦେହାନ୍ତ

ବରୋଦା : ପରଲୋକରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଅଂଶୁମାନ ଗାଏକ୍ଵାଡ୍‌।  ବୁଧବାର ରାତିରେ ତାଙ୍କର ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ସେ ରକ୍ତ କର୍କଟ ରୋଗରେ ପୀଡ଼ିତ ଥିଲେ। ଗତ ମାସ ପର୍ଯ୍ୟନ୍ତ ଅଂଶୁମାନ ଲଣ୍ଡନରେ ରହି ଚିକିତ୍ସିତ ହେଉଥିଲେ। ବରୋଦାକୁ ଫେରିବା ପରେ ଗତ କିଛିଦିନ ହେଲା ତାଙ୍କର ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥିଲା। ବରୋଦାର ଏକ ହସ୍ପିଟାଲରେ ଆଇସିୟୁରେ ଅଂଶୁମାନ ଥିଲେ। ଅଂଶୁମାନ ଗାଏକ୍ଵାଡ୍‌ଙ୍କ ଚିକିତ୍ସା ପାଇଁ ଗତମାସରେ ବିସିସିଆଇ ୧ କୋଟି ଟଙ୍କା ପ୍ରଦାନ କରିଥିଲା। ଗାଏକ୍‌ୱାଡ୍‌ ଭାରତ ପାଇଁ ୪ଟି ଟେଷ୍ଟମ୍ୟାଚ୍‌ ଖେଳି ୧୦ଟି ଅର୍ଦ୍ଧଶତକ ଓ ୨ଟି ଶତକ ସହ ୧୯୮୫ ରନ୍‌ କରିଥିଲେ। ଜଳନ୍ଧରରେ ପାକିସ୍ତାନ ବିପକ୍ଷ ଟେଷ୍ଟମ୍ୟାଚ୍‌ରେ ଅଂଶୁମାନ ଦ୍ବିଶତକ ହାସଲ କରିଥିଲେ। ସେ ୧୫ଟି ଦିନିକିଆ ମ୍ୟାଚ୍‌ ଖେଳି ଗାଏକ୍ଵାଡ୍‌୨୬୯ ରନ୍‌ କରିିଥିଲେ। ୨ ଥର ଅଂଶୁମାନ ଭାରତୀୟ ଦଳର ପ୍ରଶିକ୍ଷକ ଦାୟିତ୍ବ ତୁଲାଇଥିଲେ। ସେ ପ୍ରଶିକ୍ଷକ ଥିବା ସମୟରେ ଭାରତୀୟ ଦଳ ଇଣ୍ଡିପେଣ୍ଡେନ୍‌ସ କପ୍‌ ଜିତିଥିଲା, ଅନୀଲ କୁମ୍ବଲେ ଏକ ଇନିଂସରେ ୧୦ଟି ୱିକେଟ୍‌ ନେଇଥିଲେ ଏବଂ ୨୦୦୦ ଚମ୍ପିଆନ୍‌ସ ଟ୍ରଫିରେ ଭାରତ ରନର୍ସଅପ୍ ହୋଇଥିଲା। ୨୨ ବର୍ଷ ଧରି ଅଂଶୁମାନ ଘରୋଇ କ୍ରିକେଟ୍‌ ଖେଳିଥିଲେ। ସେ ୨୦୬ଟି ପ୍ରଥମଶ୍ରେଣୀ ମ୍ୟାଚ୍‌ ଖେଳି ୧୨୧୩୬ ରନ୍‌ କରିଥିଲେ। ସେ ଜାତୀୟ ମନୋନୟନକାରୀ ମଧ୍ୟ ଥିଲେ। ଅଂଶୁମାନ ଗାଏକ୍ଵାଡ୍‌ଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିସିସିଆଇ ସମ୍ପାଦକ ଜୟ ଶାହା ଓ ବହୁ କ୍ରିକେଟ୍‌ ବ୍ୟକ୍ତିତ୍ବ ଶୋକ ପ୍ରକାଶ କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories