www.samajalive.in
Sunday, December 7, 2025
26.1 C
Bhubaneswar

ଲାଞ୍ଚ ନେଇ ଧରାପଡିଲେ ସହକାରୀ ଇଞ୍ଜିନିୟର ନିବେଦିତା ମହାନ୍ତି

ସମାଜ ଡିଜିଟାଲ ଡେସ୍କ: ଭିଜିଲାନ୍ସ ଜାଲରେ ଜଟଣୀ ବ୍ଲକ ସହାକରୀ ଇଞ୍ଜିନିୟର ନିବେଦିତା ମହାନ୍ତି । ପୁରୁଣା ବିଲ୍‌ ପାସ୍‌ କରାଇଦେବାକୁ କହି ଠିକାଦାରଙ୍କଠାରୁ ୫୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା । ଭିଜିଲାନ୍ସର ଖୋଳତାଡ ପରେ ନିବେଦିତାଙ୍କ ଗୋଟିଏ ପରେ ଗୋଟିଏ ଗୁମର ଖୋଲିଛି । ନିବେଦିତାଙ୍କ ଅଫିସ ସମେତ ଘର ଓ କାର୍ଯ୍ୟାଳୟରେ ଚଢାଉ କରିଛି ଭିଜିଲାନ୍ସ ଟିମ୍‌ । ତେବେ ଠିକାଦାରଙ୍କ ଅଭିଯୋଗ ଅନୁସାରେ ନିବେଦିତା ଠିକାଦାରଙ୍କ ଠାରୁ ବାଳକାଟି ମଟନ, ପାରାଦୀପ ଇଲିସି, ଚିଙ୍ଗୁଡି ସବୁକିଛି ଆଣିବାକୁ କହିଥିଲେ । କିରଣ କୁମାର ପ୍ରଧାନଙ୍କ ବିଲ ପାସ୍‌ କରାଇଦେବା ପାଇଁ ୧ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ହେଲେ ୫୦ହଜାର ଟଙ୍କା ଦେବା ପରେ ମଧ୍ୟ ବିଲ୍‌ ପାସ କରାଇନଥିଲେ । ଆଉ ୫୦ହଜାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ । ଭୁବନେଶ୍ୱରର ଦୁଇଟି ଘରେ ଚାଲିଛି ଚଢ଼ାଉ । ଆଜି ଜଟଣୀ ବ୍ଲକ ଅଫିସରେ ଖୋଳତାଡ଼। ଭିଜିଲାନ୍ସର ୬ ଜଣିଆ ଟିମ ଜଟଣୀ ବ୍ଲକ ଅଫିସରେ ପହଞ୍ଚିଛନ୍ତି ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories