www.samajalive.in
Saturday, December 6, 2025
15.1 C
Bhubaneswar

ତ୍ରିଶୁଳିଆ ସୁବାଷ ସେତୁ ଉପରୁ ସ୍କୁଟି ମିଳିବା ଘଟଣା: ମିଳିଲା ଆରୋହୀଙ୍କ ପରିଚୟ

କଟକ: କଟକ ତ୍ରିଶୁଳିଆ ସୁବାଷ ସେତୁ ଉପରେ ଅଜଣା ସ୍କୁଟି ମିଳିବା ଘଟଣାରେ ସସପେନ୍ସ ବଢିବାରେ ଲାଗିଛି। ଆଜି ଭୋରରୁ ବ୍ରିଜ ଉପରେ ଚାବି ଲାଗିଥିବା ଅବସ୍ଥାରେ ଏକ ନାଲି ରଙ୍ଗର ସ୍କୁଟି ଥୁଆହୋଇଛି। ଏହି ସ୍କୁଟି ପାଖରେ ଏକ ଚପଲ ରହିଛି। ଯାହାକୁ ନେଇ ସନ୍ଦେହ ବଢୁଛି । କେହି ଗାଡି ରଖି ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେବେ ଗାଡ଼ି ନମ୍ବର ପ୍ଲେଟରୁ ସ୍କୁଟି ଆରୋହୀଙ୍କ ପରିଚୟ ଜଣାପଡିଛି। ସ୍କୁଟିଟି କଟକ ନୂଆବଜାର ଅଞ୍ଚଳର ମମତା ସାହୁଙ୍କର ବୋଲି ଜଣାପଡ଼ିଛି। ଦୀର୍ଘ ୧୦ ବର୍ଷ ହେବ ସେ ଏକ ଘରୋଇ ସ୍କୁଲରେ ଶିକ୍ଷକତା କରୁଥିଲେ। ନୂଆବଜାରରେ ସେ ନିଜ ସ୍ଵାମୀ ଏବଂ ପରିବାର ଲୋକଙ୍କ ସହ ରହିଆସୁଥିଲେ। ଆଜି ଭୋର ପ୍ରାୟ ୩ଟା ବେଳେ ମମତା ଘରୁ ସ୍କୁଟି ଧରି ବାହାରି ଯାଇଥିବା ବେଳେ ସାଙ୍ଗରେ ମୋବାଇଲ ଫୋନ୍‌ ବି ନେଇ ନ ଥିଲେ। ଆଜି ସକାଳୁ ସୁବାଷ ସେତୁ ଉପରୁ ଚାବି ଲାଗିଥିବା ଅବସ୍ଥାରେ ମମତାଙ୍କର ସ୍କୁଟି ମିଳିଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମମତାଙ୍କର କୌଣସି ପତ୍ତା ମିଳିନି।  ମର୍କତ ନଗର ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories