www.samajalive.in
Saturday, December 6, 2025
23.1 C
Bhubaneswar

ସମ୍ବଲପୁରରେ ବଡ ଧରଣର ଜିଏସଟି ଚଢାଉ

ସମାଜ ଡିଜିଟାଲ ଡେସ୍କ: ସମ୍ବଲପୁରରେ ଦୁଇଟି ସ୍ଥାନରେ ସିଟି ଜିଏସଟିର ଚଢାଉ । ହିନ୍ଦୁସ୍ତାନ ପ୍ଲାଏ ଉଡ୍‌ ଗୋଦାମ ସହ ମାଲିକଙ୍କ ଘରେ ଚଢାଉ ହୋଇଛି । ସିଟି ଜିଏସଟିର ତିନୋଟି ଟିମ୍‌ ଚଢାଉରେ ସାମିଲ ହୋଇଛନ୍ତି । ଦୀର୍ଘ ଦିନ ହେବ ଜିଏସଟି ଫାଙ୍କି ଥିବା ଅଭିଯୋଗରେ ଚଢାଉ ହୋଇଥିବା ସୂଚନା ମିଳିଛି । ଗୋଦାମରେ କାଗଜପତ୍ର ଯାଞ୍ଚ ସହ ଘରେ ଥିବା କାଗଜପତ୍ର କରିଛନ୍ତି ଜିଏସଟି ଅଧିକାରୀ । ଏ ସମ୍ପର୍କରେ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଇକବାଲ ହୁସେନ ନାମକ ବ୍ୟବସାୟୀଙ୍କ ଏହି ପ୍ରତିଷ୍ଠାନ ଦ୍ୱାରା ଦୀର୍ଘ ସମୟ ହେବ ବିଭିନ୍ନ ଫନ୍ଦି କରି ମୋଟା ଅଙ୍କରର ଟିକସ ଫାଙ୍କୁଥିବାର ଅଭିଯୋଗ ଆସିଥିଲା । ଏହା ବିଭାଗର ରାଡାରରେ କିଛି ଦିନ ହେବ ରହିଥିଲା । ସମ୍ବଲପୁର ସିଟି ଓ ଜିଏସଟି ବିଭାଗ ପକ୍ଷରୁ ଉପ ଆୟୁକ୍ତ ଟେକଚାନ୍ଦ ମେହେର ଓ ସହକାରୀ ଆୟୁକ୍ତ ସୁଭ୍ରଜିତ ଦାସଙ୍କ ନେତୃତ୍ୱରେ ବୀର ସୁରେନ୍ଦ୍ର ସାଏ ମାର୍ଗ ସ୍ଥିତ ବ୍ୟବସାୟିକ ପ୍ରତିଷ୍ଠାନ, ସାନ ସଡକ ଠାରେ ସ୍ଥିତ ଗୋଦାମ ଓ ବାସଭବନ ଠାରେ
ଏକକାଳୀନ ଚଢ଼ଉ କରାଯାଇଥିଲା । ଏହି ଚଢ଼ଉରେ ୩ଟି ଦଳରେ ୧୫ ଜଣ ସିଟି ଓ ଜିଏସଟିର ଅଧିକାରୀ, କର୍ମଚାରୀ, ୭ ଜଣ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ସମେତ ସମୁଦାୟ ୨୨ ଜଣ ସାମିଲ ରହିଥିଲେ । ଦିନ ପ୍ରାୟ ୧୨ଟା ସମୟରେ ଆରମ୍ଭ ହୋଇଥିବା ଏହି ଚଢ଼ଉ ଅଭିଯାନ ରାତ୍ରି ପ୍ରାୟ ୮ଟା ପର୍ଯ୍ୟନ୍ତ ଜାରି ରହିଥିଲା । ଚଢ଼ଉ ସମୟରେ ବ୍ୟବସାୟୀଙ୍କ କମ୍ପ୍ୟୁଟର, ବିକ୍ରି କାଗଜପତ୍ର, ଷ୍ଟକ ଆଦି ବିଭିନ୍ନ କାଗଜପତ୍ର ନିଜ ହେପାଜତକୁ ଯାଞ୍ଚ ପାଇଁ ନିଆଯାଇଛି । ବ୍ୟବସାୟୀଙ୍କୁ ତାଙ୍କର କିଣାବିକା ସମ୍ବନ୍ଧିତ କାଗଜପତ୍ର ଆଗାମୀ ୭ ଦିନ ମଧ୍ୟରେ ପ୍ରଦାନ କରିବାକୁ ନୋଟିସ ଦିଆଯାଇଛି । ବ୍ୟବସାୟୀ କିଣାବିକା ସମ୍ପର୍କରେ କାଗଜପତ୍ର ଦାଖଲ କଲେ ଆଇନ ଅନୁଯାୟୀ ସେ କେତେ ଟିକସ ଦେଇଛନ୍ତି କି ନାହିଁ ତାହା ଜଣାପଡିବ । ଯଦି ଟିକସ ଦେବାରେ କୌଣସି ପ୍ରକାରର
ଅନିୟମିତତା ବାହାରିବ ତାହା ହେଲେ ଟିକସ ସମେତ ଜରିମାନା ମଧ୍ୟ ଆଦାୟ କରାଯିବ ।  ପ୍ରାଥମିକ ଯାଞ୍ଚରେ
ଆନୁମାନିକ ଲକ୍ଷାଧିକ ଟଙ୍କା ଟିକସ ଚୋରି ହୋଇଥିବାର ଅନୁମାନ କରାଯାଉଥିବା ବେଳେ ଦୋକାନ ମାଲିକ ବିଭାଗକୁ ସହଯୋଗ କରି ସମସ୍ତ କାଗଜପତ୍ର ରଖିଥିବାର କହୁଛନ୍ତି ।  ଆଗାମୀ ଦିନରେ ଟିକସ ସମ୍ବନ୍ଧୀତ ସମସ୍ତ କାଗଜପତ୍ର ଗୁଡିକ ବିଭାଗ ସମ୍ମୁଖରେ ବ୍ୟବସାୟୀ ଦାଖଲ କରିବା ପରେ ସମସ୍ତ ତଥ୍ୟ ଗୁଡିକୁ ଏକତ୍ରିତ କରି ଯାଞ୍ଚ କରାଯାଇ ମେଳାଣ ପରେ ପ୍ରକୃତ ତଥ୍ୟ ଜଣାପଡିବ । ଅପରପକ୍ଷରେ ବିଗତ ବର୍ଷ ଜିଏସଟି ବିଭାଗ ପକ୍ଷରୁ ୧୫ରୁ ଉର୍ଦ୍ଧ ବଡ ଚଢ଼ଉ କରାଯାଇ ଏକ କୋଟି ଟଙ୍କାରୁ ଉର୍ଦ୍ଧ ଟିକସ ଓ ଜରିମାନା ଆଦାୟ କରାଯାଇଥିବା ବେଳେ ଚଳିତ ବର୍ଷର ଏହା ପ୍ରଥମ ଚଢ଼ଉ ଅଟେ ।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories