www.samajalive.in
Monday, December 15, 2025
16.1 C
Bhubaneswar

ତ୍ରିଶୁଳିଆ ସୁବାଷ ସେତୁ ଉପରୁ ସ୍କୁଟି ମିଳିବା ଘଟଣା: ମିଳିଲା ଆରୋହୀଙ୍କ ପରିଚୟ

କଟକ: କଟକ ତ୍ରିଶୁଳିଆ ସୁବାଷ ସେତୁ ଉପରେ ଅଜଣା ସ୍କୁଟି ମିଳିବା ଘଟଣାରେ ସସପେନ୍ସ ବଢିବାରେ ଲାଗିଛି। ଆଜି ଭୋରରୁ ବ୍ରିଜ ଉପରେ ଚାବି ଲାଗିଥିବା ଅବସ୍ଥାରେ ଏକ ନାଲି ରଙ୍ଗର ସ୍କୁଟି ଥୁଆହୋଇଛି। ଏହି ସ୍କୁଟି ପାଖରେ ଏକ ଚପଲ ରହିଛି। ଯାହାକୁ ନେଇ ସନ୍ଦେହ ବଢୁଛି । କେହି ଗାଡି ରଖି ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେବେ ଗାଡ଼ି ନମ୍ବର ପ୍ଲେଟରୁ ସ୍କୁଟି ଆରୋହୀଙ୍କ ପରିଚୟ ଜଣାପଡିଛି। ସ୍କୁଟିଟି କଟକ ନୂଆବଜାର ଅଞ୍ଚଳର ମମତା ସାହୁଙ୍କର ବୋଲି ଜଣାପଡ଼ିଛି। ଦୀର୍ଘ ୧୦ ବର୍ଷ ହେବ ସେ ଏକ ଘରୋଇ ସ୍କୁଲରେ ଶିକ୍ଷକତା କରୁଥିଲେ। ନୂଆବଜାରରେ ସେ ନିଜ ସ୍ଵାମୀ ଏବଂ ପରିବାର ଲୋକଙ୍କ ସହ ରହିଆସୁଥିଲେ। ଆଜି ଭୋର ପ୍ରାୟ ୩ଟା ବେଳେ ମମତା ଘରୁ ସ୍କୁଟି ଧରି ବାହାରି ଯାଇଥିବା ବେଳେ ସାଙ୍ଗରେ ମୋବାଇଲ ଫୋନ୍‌ ବି ନେଇ ନ ଥିଲେ। ଆଜି ସକାଳୁ ସୁବାଷ ସେତୁ ଉପରୁ ଚାବି ଲାଗିଥିବା ଅବସ୍ଥାରେ ମମତାଙ୍କର ସ୍କୁଟି ମିଳିଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମମତାଙ୍କର କୌଣସି ପତ୍ତା ମିଳିନି।  ମର୍କତ ନଗର ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories