www.samajalive.in
Saturday, December 6, 2025
14.1 C
Bhubaneswar

ଇରାନରେ ହମାସ ମୁଖ୍ୟ ଇସ୍ମାଇଲ ହନିୟାଙ୍କୁ ହତ୍ୟା

ନୂଆଦିଲ୍ଲୀ: ହମାସର ଶୀର୍ଷ ନେତା ଇସ୍ମାଇଲ ହନିୟାଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ବୁଧବାର ସକାଳେ ଇରାନରେ ତାଙ୍କୁ ହତ୍ୟା କରାଯାଇଛି। ଇରାନର ସେନା ଇରାନ ରିଭୋଲ୍ୟୁସନାରୀ ଗାର୍ଡସ୍‌ ମଧ୍ୟ ଏନେଇ ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ, ତେହେରାନସ୍ଥିତ ଇସ୍ମାଇଲ ହାନିୟାଙ୍କ ଘର ଉପରେ ଆକ୍ରମଣ ହୋଇଥିଲା, ଯେଉଁଥିରେ ଜଣେ ଅଙ୍ଗରକ୍ଷୀଙ୍କ ସହ ଇସ୍ମାଇଲ ହାନିୟାଙ୍କ ମୃତ୍ୟୁ ଘଟିଛି। ହମାସ ମଧ୍ୟ ଇସ୍ମାଇଲ ହାନିୟାଙ୍କ ହତ୍ୟାକୁ ସ୍ୱୀକାର କରିଛି ଏବଂ ଏଥିପାଇଁ ଇସ୍ରାଏଲକୁ ଦାୟୀ କରିଛି। ତେବେ ଏପର୍ଯ୍ୟନ୍ତ ଇସ୍ରାଏଲ ପକ୍ଷରୁ ଏନେଇ କୌଣସି ବୟାନ ଜାରି କରାଯାଇ ନାହିଁ। ଏହାପୂର୍ବରୁ ମଙ୍ଗଳବାର ଇସ୍ମାଇଲ ହନିୟା ଇରାନର ନୂଆ ରାଷ୍ଟ୍ରପତିଙ୍କ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ସେ ଇରାନର ସର୍ବୋଚ୍ଚ ନେତାଙ୍କୁ ମଧ୍ୟ ଭେଟିଥିଲେ।

- Advertisement -

 

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories