ବୌଦ୍ଧ : ବୌଦ୍ଧ ଜଳ ଛାୟା ବିଭାଜନ କାର୍ଯ୍ୟାଳୟର ସଭାଗୃହଠାରେ ବିଶ୍ୱ ଯୁବ କେନ୍ଦ୍ର ପକ୍ଷରୁ ଶିଶୁ ଚାଲାଣ ବନ୍ଦ ସଂପର୍କିତ ଏକ ସଚେତନତା କର୍ମଶାଳା ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ମନୋଜ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କର୍ମଶାଳାରେ ଅତିଥି ଭାବରେ ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଦିପ୍ତ କୁମାର ମହାନ୍ତି, ଜିଲା ବାଲ୍ୟ ବିବାହ ନିରାକରଣ ପରାମର୍ଶଦାତ୍ରୀ ପ୍ରବିଜ୍ଞା ଦାଶ, ହରଭଙ୍ଗା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ସହକାରୀ ଶ୍ରମ ଅଧିକାରୀ କନ୍ୟା କୁମାରୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଶିଶୁ ଚାଲାଣ ଏକ ଧର୍ତ୍ତବ୍ୟ ଅପରାଧ ହୋଇଥିବାବେଳେ ଆମଦେଶ ତଥା ରାଜ୍ୟରେ ଶିଶୁ ଚାଲାଣ ବୃଦ୍ଧି ପାଇବା ନେଇ ଉଦବେଗ ପ୍ରକାଶ ପାଇଛି । ଏହାସହିତ ବାଲ୍ୟ ବିବାହ ଏକ ସାମାଜିକ ବ୍ୟାଧି ଓ ତାହାର ନିରାକରଣ ପାଇଁ ସମସ୍ତେ ଆଗେଇ ଆସିବାକୁ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ୟ୍ୟକ୍ରମରେ ପୋଲିସ ଅଧିକାରୀ,ସମନ୍ୱିତ ଶିଶୁ ବିକାଶ ଯୋଜନାର ସୁପରଭାଇଜର, ଅଙ୍ଗନବାଡି କର୍ମୀ, ଆଶାକର୍ମୀ ଓ ସ୍ୱେଚ୍ଛା ସେବୀମାନେ ଯୋଗ ଦେଇଥିଲେ ।
Popular Categories



