www.samajalive.in
Tuesday, December 9, 2025
15.1 C
Bhubaneswar

ଆଜି ଭାରତ-ଶ୍ରୀଲଙ୍କା ୩ୟ ଟ୍ବେଣ୍ଟି ୨୦

ପାଲ୍ଲେକେଲେ : ଶ୍ରୀଲଙ୍କା ଗସ୍ତରେ ଭାରତ ଟ୍ବେଣ୍ଟି୨୦ ଶୃଙ୍ଖଳା ଜିତିସାରିଛି। ଗୌତମ ଗମ୍ଭୀର ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହେବା ପରେ ଭାରତ ପ୍ରଥମ ଶୃଙ୍ଖଳା ଜିତିପାରିଛି। ସୂର୍ଯ୍ୟକୁମାର ଯାଦବ ନିୟମିତ ଟ୍ବେଣ୍ଟି୨୦ ଅଧିନାୟକ ହେବା ପରେ ପ୍ରଥମ ଶୃଙ୍ଖଳାରେ ହିଁ ଦଳକୁ ବିଜୟୀ କରିଛନ୍ତି। ଭାରତ ୨-୦​‌ରେ ଆଗୁଆ ରହି ୩ ମ୍ୟାଚ୍‌ର ଶୃଙ୍ଖଳାକୁ ହାତେଇ ନେଇଛି। ଆଜି (ମଙ୍ଗଳବାର) ୩ୟ ତଥା ଅନ୍ତିମ ମ୍ୟାଚ୍‌ ଖେଳାଯିବ। ଶୃଙ୍ଖଳାର ନିଷ୍ପତ୍ତି ​‌ହୋଇ ସାରିଥିବାରୁ ଏହି ମ୍ୟାଚ୍‌ କେବଳ ଔପଚାରିକତା ପୂରଣ ପାଇଁ ଖେଳାଯିବ। ତଥାପି ଉଭୟ ଦଳ ଏହି ମ୍ୟାଚ୍‌କୁ ହାଲୁକା ଭାବେ ନେବେନାହିଁ। ଭାରତୀୟ ଦଳ ଏହି ମ୍ୟାଚ୍‌ ଜିତି ୩-୦​‌ରେ ଶୃଙ୍ଖଳା ପୋଛିବାକୁ ଚାହିଁବ। ଅନ୍ୟପକ୍ଷରେ ଶ୍ରୀଲଙ୍କା ଏହାକୁ ଜିତି ଦୃଢ଼ ମନୋବଳ ସହ ଦିନିକିଆ ଶୃଙ୍ଖଳା ଖେଳିବାକୁ ଚାହିଁବେ। ଭାରତ ଉଭୟ ମ୍ୟାଚ୍‌କୁ ଭଲ ବ୍ୟବଧାନରେ ଜିତିଥିଲେ ହେଁ ଶ୍ରୀଲଙ୍କା ଖରାପ ଖେଳିଛି ବୋଲି କହି ହେବନାହିଁ। ଉଭୟ ମ୍ୟାଚ୍‌ରେ ଶ୍ରୀଲଙ୍କା ଚମତ୍କାର ବ୍ୟାଟିଂ କରିଥିଲା। କେବଳ ଶେଷ ୫ ଓଭରରେ ବେପରୁଆ ବ୍ୟାଟିଂ ଯୋଗୁଁ ଏହା ପରାସ୍ତ ହୋଇଥିଲା। ପ୍ରଥମ ମ୍ୟାଚ୍‌ରେ ୧୫ ଓଭରରେ ଶ୍ରୀଲଙ୍କା ୧ ୱିକେଟ୍‌ରେ ୧୪୦ ରନ୍‌ କରିଥିବା ବେଳେ ୩୦ ରନ୍‌​‌େ​‌ର ୯ଟି ୱିକେଟ୍‌ ହରାଇ ପରାସ୍ତ ହୋଇଥିଲା। ୨ୟ ମ୍ୟାଚ୍‌ରେ ଶ୍ରୀଲଙ୍କା ୧୫ ଓଭରରେ ୨ ୱିକେଟ୍‌ରେ ୧୩୦ ରନ୍‌ କରିଥିବା ବେଳେ ୩୧ ରନ୍‌ରେ ୮ଟି ୱିକେଟ୍‌ ହରାଇ ବଡ଼ ସ୍କୋର୍‌ କରିବାରୁ ବଞ୍ଚିତ ହୋଇଥିଲା। ଏହି ମଧ୍ୟକ୍ରମ ସମସ୍ୟା ଦୂର କରିବାକୁ ଶ୍ରୀଲଙ୍କା ଚାହିଁବ। ଓପ୍‌ନର ପାଥୁମ୍ ନିଶଙ୍କା ଶୃଙ୍ଖଳାରେ ସର୍ବାଧିକ ୧୦୦ରୁ ଅଧିକ ରନ୍‌ କରିଛନ୍ତି। ତାଙ୍କ ଷ୍ଟ୍ରାଇକ୍‌ରେଟ୍‌ ଦେଢ଼ଶହରୁ ଅଧିକ। ୨୦୨୪ରେ ନିଶଙ୍କା ଚମତ୍କାର ଫର୍ମରେ ଅଛନ୍ତି। ସେ ଅଦ୍ୟାବଧି ୭୫୩ ରନ୍‌ କରି ସାରିଲେଣି। ଗତ ୨ଟି ମ୍ୟାଚ୍‌ରେ ତାଙ୍କ ସହ କୁଶଳ ପରେରା ଅର୍ଦ୍ଧଶତକ ମାରିଥିବା ବେଳେ କୁଶଳ ମେଣ୍ଡିସ୍‌ ୪୫ ଓ କାମିନ୍ଦୁ ମେଣ୍ଡିସ୍‌ ୨୬ ରନ୍‌ କରିଛନ୍ତି। ଅନ୍ୟ ସମସ୍ତେ ବିଫଳ ହୋଇଛନ୍ତି। ବିଶେଷକରି ଦଳର ନୂଆ ଟି୨୦ ଅଧିନାୟକ ଚଳିତ ଆସାଲାଙ୍କାଙ୍କ ବ୍ୟାଟ୍‌ ଆଦୌ ଚାଲିନାହିଁ। ୩ୟ ମ୍ୟାଚ୍‌ରେ ଦାସୁନ ଶନକଙ୍କ ସ୍ଥାନରେ ଅଭିକ୍ଷା ଫର୍ଣ୍ଣାଣ୍ଡୋ କିମ୍ବା ଦିନେଶ ଚାନ୍ଦିମାଲ ଆସିପାରନ୍ତି। ପ୍ରଥମ ୨ଟି ମ୍ୟାଚ୍‌ ଗୋଟିଏ ପିଚ୍‌ରେ ଖେଳା ଯାଇଥିବା ବେଳେ ୩ୟ ମ୍ୟାଚ୍ ନୂଆ ପିଚ୍‌ରେ ଖେଳାଯିବ। ଭାରତୀୟ ଦଳରେ ଏକାଧିକ ପରିବର୍ତ୍ତନ ହୋଇପାରେ। ଶୁବ୍‌ମାନ ଗିଲ୍‌ ଅସୁସ୍ଥ ଥିବାରୁ ସଞ୍ଜୁ ସାମ୍‌ସନ ପୁଣି ଇନିଂସ ଓପନ୍‌ କରିବେ। ପୁଣି ଦିନିକିଆ ଶୃଙ୍ଖଳା ଆଗକୁ ଥିବାରୁ ଅର୍ଶଦୀପ ସିଂହଙ୍କ ସ୍ଥାନରେ ସାଥୀ ବାମହାତି ପେସ୍ ବୋଲର ଖଲିଲ ଅହମ୍ମଦ ଖେଳିପାରନ୍ତି। ରିଙ୍କୁ ସିଂହ ସ୍ଥାନ ବଜାୟ ରଖିପାରନ୍ତି। ତେବେ ରିୟାନ୍ ପରାଗଙ୍କ ସ୍ଥାନରେ ଅଲ୍‌ରାଉଣ୍ଡର ୱାଶିଂଟନ ସୁନ୍ଦର ସ୍ଥାନ ପାଇପାରନ୍ତି। ମୋଟ୍‌ଉପରେ କହିବାକୁ ଗଲେ ଭାରତ ଏହି ମ୍ୟାଚ୍‌ ଜିତି ଶୃଙ୍ଖଳା ଜିତିବାକୁ ଫେଭରିଟ୍‌। ତଥାପି ତା’ର ବ୍ୟାଟିଂ ଶକ୍ତି ବଳରେ ଭାରତକୁ ଚକ୍‌ମା ଦେଇପାରେ ଘରୋଇ ଶ୍ରୀଲଙ୍କା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories