www.samajalive.in
Sunday, December 7, 2025
26.1 C
Bhubaneswar

ଆର୍ଥିକ ଲାଭ ମିଳିବ, ମନ ପ୍ରସନ୍ନ ରହିବ: ମଙ୍ଗଳବାର ରାଶିଫଳ

ମେଷ: ଧନବାନ୍‌ ହେବେ। କୃପଣ ସ୍ବଭାବର ହୋଇପାରନ୍ତି। ଦାନ ଧର୍ମ ପ୍ରତି କୁଣ୍ଠା ପ୍ରକାଶ କରିପାରନ୍ତି। ଲୋକେ ଆପଣଙ୍କୁ ମୁହଁରେ କିଛି ନ କହିଲେ ବି ପରୋକ୍ଷରେ ନିନ୍ଦା କରିପାରନ୍ତି। ଈଶ୍ବର ବିଶ୍ବାସୀ ହେବେ।
ବୃଷ: ବିତ୍ତବାନ୍‌ ହୋଇପାରନ୍ତି। ମାନ, ସମ୍ମାନର ଅଧିକାରୀ ହେବେ। ଗୁଣଜ୍ଞ ହେବେ। ମହାନୁଭବ ଲକ୍ଷଣଯୁକ୍ତ ହୋଇପାରନ୍ତି। ସହୃଦୟତା ଆଶାତୀତ ଭାବେ ବୃଦ୍ଧିପାଇବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ମିଥୁନ: ନିଜ କାର୍ଯ୍ୟ ପାଇଁ ଗୌଣଭାବ ପୋଷଣ କରୁଥିବାବେଳେ ଅନ୍ୟ ପଡ଼ୋଶୀମାନଙ୍କର ହିତ ସାଧନାରେ ସକ୍ରିୟ ସହଯୋଗ କରି ପ୍ରଶଂସାର ପାତ୍ର ହେବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି।
କର୍କଟ: ଜଣେ ଉତ୍ତମ ପ୍ରବକ୍ତାଭାବେ ଶ୍ରୋତାମାନଙ୍କର ଆଦରଣୀୟ ହେବେ। ଧନ, ମାନ, ଯଶ, ପ୍ରୀତି କୌଣସି ସ୍ତରରେ ଊଣା ହେବ ନାହିଁ। ପ୍ରତ୍ୟେକ ଚେଷ୍ଟା ଫଳବତୀ ହେବ। ଅହଂମୁକ୍ତ ହେବେ। ଧନ ଅର୍ଜନ କରିପାରନ୍ତି।
ସିଂହ: କର୍ମକ୍ଷେତ୍ରରୁ ତଥା ସତ୍‌ମାର୍ଗରୁ ଧନ ଅର୍ଜନ କରିପାରନ୍ତି। ମନୋଜ୍ଞ ହେବେ। ରାଜପୂଜାର ଅଧିକାରୀ ହେବେ। ଜନସାଧାରଣଙ୍କର ପ୍ରଣମ୍ୟ ହୋଇପାରନ୍ତି। କର୍ମକ୍ଷେତ୍ରରେ ପତ୍ନୀଙ୍କ ସହଯୋଗ ମିଳିବ।
କନ୍ୟା:ସନ୍ତାନ ସୁଖରେ ସୁଖ ଅନୁଭବ କରିପାରନ୍ତି। ମିତ୍ରମାନଙ୍କ ପ୍ରତି ପ୍ରଗାଢ଼ ଅନୁରକ୍ତି ରହିବ। ଜିତେନ୍ଦ୍ରୀୟଭାବେ ମହାନ୍‌ ସମ୍ମାନର ଅଧିକାରୀ ହେବେ। ପଡ଼ୋଶୀଙ୍କ ସହିତ ବନ୍ଧୁତା ଅଟଳ ରହିବ।
ତୁଳା: ପରିସ୍ଥିତିରେ ପଡ଼ି କର୍ମକ୍ଷେତ୍ରରେ ଚାଷର ସମ୍ମୁଖୀନ ହୋଇ କ୍ଷୁଧା, ତୃଷାରେ ଆତୁର ହୋଇପାରନ୍ତି। ପତ୍ନୀଙ୍କ ସ୍ନେହାନୁବନ୍ଧନରେ ଉପୁଜିଥିବା ସମସ୍ତ କଳ୍ମଷ ଦୂର କରିବେ। ଧର୍ମ କାର୍ଯ୍ୟ କରିବେ।
ବିଛା: କର୍ମକ୍ଷେତ୍ରରେ ଅନ୍ନଦାତାଙ୍କ ହିତ ସାଧନରେ ସମର୍ପିତ ମନୋଭାବର ହେବେ। ଧର୍ମଧ୍ବଜାଧାରୀ ହୋଇପାରନ୍ତି। ସହକର୍ମୀ ଓ ସହଯୋଗୀମାନଙ୍କ ପ୍ରିୟପାତ୍ର ହେବେ। ସମ୍ମାନ ସହ ସୁପାରିସ ମିଳିବ।
ଧନୁ: ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟ ଆପଣଙ୍କ ଭୂଷଣ ହେବ। ଜଣେ ସତ୍‌ ଚରିତ୍ରଯୁକ୍ତ କର୍ମୀଭାବେ ସର୍ବାନୁରକ୍ତ ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରଭୂତ୍ବ ବିସ୍ତାର ନ କରି ସ୍ନେହାନୁବନ୍ଧନରେ କାର୍ଯ୍ୟ କରିବେ।
ମକର: ବନ୍ଧୁ ଜନାନୁରକ୍ତ ହୋଇପାରନ୍ତି। ଅସତ୍‌ ବ୍ୟୟରୁ ଓହରି ଆସି ନିଜ ଆର୍ଥିକ ସ୍ଥିତିକୁ ସୁରକ୍ଷା ଦେବେ। ଶତ୍ରୁକୁ ଉଚିତ୍‌ ଶିକ୍ଷା ଦେଇ ଶତ୍ରୁତାର ଅବସାନ ଘଟାଇପାରନ୍ତି। ଧନୀ ହୋଇ ବି ଅହଂକାରଶୂନ୍ୟ ହେବେ।
କୁମ୍ଭ:ନାନା ସୁଖର ଅଧିକାରୀ ହୋଇପାରନ୍ତି। ଶ୍ରେଷ୍ଠ ପୂଜ୍ୟପୂଜାର ପାତ୍ର ହୋଇପାରନ୍ତି। ଜନସାଧାରଣଙ୍କ ହିତକାମୀ ହୋଇ ମହାନ୍‌ ସମ୍ମାନର ଅଧିକାରୀ ହେବେ। ଗୃହପାଳିତ ଚତୁଷ୍ପଦ ପ୍ରାଣୀ ସେବା କରିପାରନ୍ତି।
ମୀନ: ପାପ ପରାଙ୍‌ମ୍ମୁଖ ହୋଇପାରନ୍ତି। ପ୍ରାୟ ପ୍ରତ୍ୟେକ କାର୍ଯ୍ୟ ପାଇଁ ଆପଣଙ୍କ ଚେଷ୍ଟା ଫଳବତୀ ହୋଇପାରେ। ଶାସ୍ତ୍ର ପ୍ରତି ଦୃଢ଼ ଅନୁରକ୍ତି ରହିବ। ଅନ୍ନପାନ ତୃପ୍ତିଦାୟକ ହେବ। ଜନସାଧାରଣଙ୍କ ପ୍ରିୟ ହେବେ।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories