www.samajalive.in
Tuesday, December 9, 2025
15.1 C
Bhubaneswar

ଗବାଟବାଡ଼ି ରାସ୍ତା ଖାଲଖମାରେ ପୁର୍ଣ୍ଣ, ଯାତାୟାତ ବାଧାପ୍ରାପ୍ତ

ଦାରିଙ୍ଗବାଡି; କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ତ ଏନବିସିସି ଠିକା ସଂସ୍ଥା ଦ୍ୱାରା ନିର୍ମିତ ରାସ୍ତାର ଅବସ୍ଥା ଶୌଚନୀୟ । ଦାରିଙ୍ଗବାଡି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ତ ଏହି ଠିକା ସଂସ୍ଥା ଦ୍ୱାରା ନିର୍ମିତ ପ୍ରତ୍ୟେକ ରାସ୍ତାରେ ଆଉ ପିଚୁ ଦେଖିବାକୁ ମିଳୁନାହିଁ। ରାସ୍ତା ଦବିଯାଇ ମାଟି ଦେଖାଗଲାଣି । ରାସ୍ତା ସାରା ଯୁଆଡ଼େ ଦେଖିବେ ଖାଲି ଖାଲ ହିଁ ଖାଲ । ଖାଲରେ ପାଣି ଜମିବା ଫଳରେ ଗର୍ତ୍ତ ଜଣା ପଡୁନଥିବାରୁ ସେବାଟ ଦେଇ ଯାଉଥିବା ଲୋକଙ୍କ ମାନେ ଦୁର୍ଘଟଣାର ଶିକାର ହେଉଛନ୍ତି । ଏଭଳି କି ଯାତାୟତ ମଧ୍ୟ ବାଧାପ୍ରାପ୍ତ ହେଉଛି ।

ସେହିଭଳି ଏକ ରାସ୍ତା ରହିଛି ସିମନବାଡ଼ି ପଞ୍ଚାୟତ ଅନ୍ତର୍ଗତ ଗବାଟବାଡ଼ି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମାଣ ହୋଇଥିବା ରାସ୍ତା। ଉକ୍ତ ରାସ୍ତା ରାଇକିଆ ପୂର୍ତ୍ତ ବିଭାଗ ରାସ୍ତାର (ଲାରିବାଡି ଛକ)ଠାରୁ ଆରମ୍ଭ ହୋଇ ଲାରିବାଡ଼ି ଗ୍ରାମ ଦେଇ ଗବାଟବାଡ଼ି ଓ ଡକରବାଡ଼ି ଗ୍ରାମକୁ ସଂଯୋଗ କରିଛି । ୩ଟି ଗାଁର ୨୦୦ ପରିବାରର ୮୦୦ ରୁ ଉର୍ଦ୍ଧ ଲୋକ ଉକ୍ତ ରାସ୍ତା ଉପରେ ନିର୍ଭର କରୁଛନ୍ତି । ଉକ୍ତ ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ୧ କୋଟି ୫୨ ଲକ୍ଷ ବ୍ୟୟ ଅଟକଳରେ ୨୦୨୦ ମସିହାରେ ସମ୍ପୂର୍ଣ୍ଣ ହୋଇଥିବା ବେଳେ ୫ ବର୍ଷ ପର‌୍ୟ୍ୟନ୍ତ ଏହାର ରକ୍ଷଣାବେକ୍ଷଣ ନିମନ୍ତେ ୧୪ ଲକ୍ଷ ଟଙ୍କା ରହିଥିଲା । ହେଲେ ରାସ୍ତା କାମ ସଂପୂର୍ଣ୍ଣ ହେବା ପରଠାରୁ ଆଜି ପର‌୍ୟ୍ୟନ୍ତ ଗୋଟିଏ ଥର ମଧ୍ୟ ମରାମତି ହୋଇ ନାହିଁ । ରକ୍ଷଣାବେକ୍ଷଣ ଅଭାବରୁ ସାଢେ଼ ୪ କିଲୋମିଟର ରାସ୍ତା ଆଜି ଲୋକଙ୍କ ପାଇଁ ମରଣଯନ୍ତା ସାଜିଛି ।

- Advertisement -

ବର୍ଷା ଦିନ ହୋଇଥିବାରୁ ୩ ଟି ଗାଁର ଲୋକେ ବଜାର ହେଉ କିମ୍ବା ଅନ୍ୟାନ୍ୟ କାମ ପାଇଁ ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ଏଣୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଉକ୍ତ ରାସ୍ତାର ଯଥାଶୀଘ୍ର ମରାମତି କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories