www.samajalive.in
Sunday, December 7, 2025
26.1 C
Bhubaneswar

ଅଭୟାରଣ୍ୟରେ ଅବାଧ ପଶୁ ଶିକାର; ଗୁଳିବିଦ୍ଧ ବାରହା ସହ ବନ୍ଧୁକ ଜବତ, ଶିକାରୀ ଗିରଫ

ବୌଦ୍ଧ: ନୟାଗଡ ବନ୍ୟ ପ୍ରାଣୀ ବନଖଣ୍ଡ ଅଧିନସ୍ଥ କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ୍ ର ପହ୍ମତୋଳା ଅଭୟାରଣ୍ୟ ମଧ୍ୟରେ ଅବାଧ ପଶୁ ଶିକାର ଚାଲିଥିବା ଦେଖିବାକୁ ମିଳିଛି । ରବିବାର ଦିନ କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ୍ ପକ୍ଷରୁ ଶୀତଳପାଣି ଅଞ୍ଚଳରୁ ଏକ ଗୁଳିବିଦ୍ଧ ବାରହା ର ମୃତଦେହ ସହ ଗୋଟିଏ ବନ୍ଧୁକ ଜବତ କରିଥିବା ବେଳେ ଜଣେ ଶିକାରୀକୁ ଗିରଫ କରାଯାଇଛି । ମିଳିଥିବା ସୂଚନା ମୁତାବକ କୁଶଙ୍ଗ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟ ଶୀତଳପାଣି ବିଟ ଅଞ୍ଚଳରେ ବନ୍ୟଜନ୍ତୁ ଶିକାର ଖବର ପାଇ ବନ୍ୟପ୍ରାଣୀ ବିଭାଗ କର୍ମଚାରୀମାନେ ଚଢାଉ କରିଥିଲେ । ଜଙ୍ଗଲ ଧ୍ୟରେ ଗୋଟିଏ ଜଙ୍ଗଲି ଗୁଳିବିଦ୍ଧ ବାରହା ମୃତଦେହ ଜବତ କରାଯାଇଥିଲା । ଏଥିରେ ସଂପୃକ୍ତ ଥିବା ପୁରୁଣାକଟକ ଥାନା ସାଲକଟା ଗ୍ରାମର ଶିକାରୀ ସୁଧିର ଭୋକ୍ତାଙ୍କୁ ଗିରଫ କରାଯିବା ସହିତ ଗୋଟିଏ ଦେଶୀ ବନ୍ଧୁକ ଜବତ କରାଯାଇଥିଲା । ଏହି ଘଟଣାରେ ଆଉ ଦୁଇଜଣ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି ।

Hot this week

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

Related Articles

Popular Categories