www.samajalive.in
Sunday, December 7, 2025
14.1 C
Bhubaneswar

ଜାଣନ୍ତୁ ବିଦ୍ୟାର୍ଥୀଙ୍କ ପାଇଁ କେମିତି କଟିବ ଆଜିର ଦିନ: ଶନିବାର ରାଶିଫଳ

ମେଷ: ସାଧନାରେ ସିଦ୍ଧି ଲାଭ ହେବ। ସିଦ୍ଧ ତପୀ ହୋଇପାରନ୍ତି; ମାତ୍ର ଏହା ଅହଂକାରଶୂନ୍ୟ ହେବ। ଆବଶ୍ୟକ ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ପୂଜ୍ୟପୂଜାର ଅଧିକାରୀ ହେବେ।
ବୃଷ: ଐକାନ୍ତିକତା ଓ ଅଭିନିବେଶଯୁକ୍ତ ହୋଇଥିବାରୁ ସଫତଳାର ଶୀର୍ଷରେ ଉପନୀତ ହେବେ। ଅସମ୍ଭବ ଏକ ଶବ୍ଦ ଯାହା ଆପଣଙ୍କ ଅଭିଧାନରେ ନାହିଁ। ବିଭାଗୀୟ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତ ହେବେ।
ମିଥୁନ: ସମୟର ସଦୁପଯୋଗ କରି ପରୋପକାରରେ ନିଜକୁ ନିୟୋଜିତ କରିପାରନ୍ତି। ଦେବାତ୍ମା ହିମାଳୟ ପରି ଅଟଳ ରହିଥିବାରୁ ଲକ୍ଷ୍ୟ ସ୍ଥଳରେ ଉପନୀତ ହେବେ। ବ୍ୟବସାୟ ଲାଭପ୍ରଦ ହେବ।
କର୍କଟ:କର୍ମଫଳ ଆପଣଙ୍କ ଭାଗ୍ୟକୁ ନିୟନ୍ତ୍ରଣ କରିବ। ପୁଣ୍ୟପ୍ରଭା ପତ୍ନୀଙ୍କ ପ୍ରେରଣା ଆପଣଙ୍କ ପଥ ପ୍ରଦର୍ଶକ ହେବ। ସେବା ଧର୍ମରେ ବିଲୀନ ହେଲେ ଅଖଣ୍ଡ କ୍ଷମତାର ଅଧିକାରୀ ହେବେ। ଉଦ୍ୟୋଗୀ ହୋଇପାରନ୍ତି।
ସିଂହ: କେବଳ ପୁଣ୍ୟ କର୍ମ ଯୋଗଁୁ ପାପ ତପ ପରିହରକ ହୋଇପାରନ୍ତି। ସ୍ବାତନ୍ତ୍ର୍ୟ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଆକାଂକ୍ଷା ରୂପକ ବେଡି ଜୀବନରେ ଅଗ୍ରସର ହେବାର ପଥରୋଧ କରେ ସେଥିପ୍ରତି ସତର୍କ ରହିବେ।
କନ୍ୟା:ଶକ୍ତିର ଜୀବନ, ପ୍ରତିମୂର୍ତ୍ତି ନାରୀକୁ ଯଥୋଚିତ ସମ୍ମାନ ଦେଇ ମର୍ଯ୍ୟାଦା ପୂର୍ଣ୍ଣ କଲେ ପାରିବାରିକ ଜୀବନ ଶାନ୍ତିପ୍ରଦାୟକ ହେବ। ବହୁ ସୁଖକର ଘଟଣାମାନ ଘଟିବ। ସୁଖାଦ୍ୟ ସହ ଆନନ୍ଦ ଉପଭୋଗ କରିବେ।
ତୁଳା: ସେବା ଓ ପରୋପକକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ପ୍ରଶଂସାର ପାତ୍ର ହେବେ। ସମର୍ପଣ ମନୋଭାବର ହେବେ। ମଧୁର କଥାରେ ପରକୁ ଆପଣାର କରିବେ।
ବିଛା: ଅମନ ମନ୍ଦିରରେ ଥିବା ହଂସକୁ ପୋଷା ମନାଇ କର୍ମଯୋଗୀ ହୋଇପାରନ୍ତି। ବଂଶ ପରମ୍ପରାରେ ଅଜନ୍ମା ଜ୍ଞାନୀଭାବେ ବିବେଚିତ ହେବେ। ମନରେ ଲଗାମ ଦେଇ ସମର୍ପିତ ଜୀବନଯାପନ କରିବେ।
ଧନୁ: ବରିଷ୍ଠ ବ୍ୟକ୍ତିଙ୍କ ପାଇଁ ସମ୍ମାନବୋଧ ଭାଷା ପ୍ରକାଶ କରିବା ଆପଣଙ୍କ ଧ୍ୟେୟ ହୋଇପାରେ। ଆପଣଙ୍କ ସୃଜନଶୀଳତା ଅନୁଗାମୀଙ୍କୁ ଦିଗ୍‌ଦର୍ଶନ ଦେବ। ଅନ୍ୟମାନଙ୍କ ପ୍ରତି ଶ୍ରଦ୍ଧା ଓ ବିଶ୍ବାସ ଜାଗ୍ରତ କରାଇବେ।
ମକର: ଦାନଶୀଳଭାବେ ଭୋକିଲାଙ୍କ ଜଠରାଗ୍ନିକୁ ନିର୍ବାପିତ କରିପାରନ୍ତି। ଯେଉଁ ତ୍ୟାଗ ଜୀବନ ଶୋଧନର ରାଜମାର୍ଗ; ସେହି ତ୍ୟାଗପୂତ ମନୋବୃତ୍ତିର ହେବେ। ସର୍ବତ୍ର ବିଜୟୀ ହେବେ। କର୍ମଠ ହେବେ।
କୁମ୍ଭ: ଜଣେ ଚରିତ୍ରବାନ୍‌ ବ୍ୟକ୍ତିଭାବେ ମାନବିକତାର ପ୍ରତୀକ ହୋଇପାରନ୍ତି। ଜ୍ଞାନସିନ୍ଧୁ ଓ ଭାବସିନ୍ଧୁ ହୋଇପାରନ୍ତି। ଆପଣଙ୍କ ଭବିଷ୍ୟତ ଊଜ୍ଜ୍ବଳୟମୟ ହେବ। ଅର୍ଥ ବଳରେ ବଳୀୟାନ ହୋଇପାରନ୍ତି।
ମୀନ: ନାଳନ୍ଦା ବିଶ୍ବବିଦ୍ୟାଳୟର ଆଚାର୍ଯ୍ୟ ଦୀପଙ୍କରଙ୍କ ଭାଷାରେ ଅବିଦ୍ୟାର ବିସର୍ଜନରେ କୈବଲ୍ୟ ପ୍ରାପ୍ତ ହୁଏ। ଯାହା ଆପଣଙ୍କ ଅନୁଶରଣୀୟ, ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ବଳରେ ସମସ୍ୟା ଦୂର ହେବ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories