www.samajalive.in
Sunday, December 7, 2025
23.1 C
Bhubaneswar

ବରାଳଦେବୀ ମନ୍ଦିର ଚୋରୀ ଘଟଣା: ୫୭ ହଜାର ୨୮୨ ଟଙ୍କା  ଜବତ ସହ ୩ ଗିରଫ

ଫୁଲବାଣୀ:କନ୍ଧମାଳ ଜିଲା ଖଜୁରୀପଡ଼ା ବ୍ଲକ ଅଧିନସ୍ଥ ବଲସକୁମ୍ପା ଠାରେ ଥିବା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ବରାଳ ଦେବୀ ମନ୍ଦିରର ଦାନ ହୁଣ୍ଡି ଭାଙ୍ଗି ତିନି ଦୁର୍ବୁତ୍ତ ଶନିବାର ଦିନ ଚୋରି କରିଥିଲେ । ରବିବାର ଦିନ ସକାଳେ ମନ୍ଦିର ପୂଜକ ଅଭୟ ଦେହୁରୀ ମନ୍ଦିର ହୁଣ୍ଡି ଚୋରି ହୋଇଥିବା ଘଟଣା ଦେଖି ମନ୍ଦିର ପରିଚାଳନା କମିଟି ସଭାପତି ଚିତ୍ତରଞ୍ଜନ ପ୍ରଧାନ ଙ୍କୁ ଜଣାଇବା ପରେ ମନ୍ଦିର ସଭାପତି ଏ ନେଇ ଥାନାରେ ଏତଲା ଦେଇଥିଲେ ।ଏତଲାକୁ ଭିତ୍ତି କରି ଥାନାରେ ୧୧୭/୨୪ ମାମଲା ରୁଜୁ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା ।ଥାନା ଅଧିକାରୀ ଚାପଧାରୀ ପ୍ରଧାନ ଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି ଘଟଣାର ଛାନଭିନ କରିଥିଲା ।

କିନ୍ତୁ ମନ୍ଦିରର ସିସିଟିଭି ଫୁଟେଜକୁ ଦେଖି ଘଟଣା ଘଟିବାର ୧୧ ଘଣ୍ଟା ଭିତରେ ୩ଜଣ ଚୋରକୁ କାବୁ କରିବା ସହିତ ୫୭ ହଜାର ୨୮୨ ଟଙ୍କା ଏବଂ ଚୋରିରେ ବ୍ୟବହୃତ ହୋଇଥିବା ଲୁହ ଛଡ ଏବଂ ବ୍ୟାଗ୍ଓ ମୋବାଇଲ ଫୋନ କୁ ଜବତ କରିଛି ପୋଲିସ କ୍ଷ ଯାହାକି ଅନେକ ଥର ଚୋରି ହୋଇଥିବା ବେଳେ ଖଜୁରୀପଡ଼ା ପୋଲିସକୁ ବଡ ସଫଳତା ମିଳିଛି ।ଅଭିଯୁକ୍ତ ମାନେ ହେଲେ ବାଙ୍ଗୁରୁ ଓରଫ ରବୀନ୍ଦ୍ର ବିଶ୍ଵୟୀ (୨୭) ବିରେନ୍ଦ୍ର ନାୟକ(୧୯) ସହିତ ଜଣେ ନାବାଳକକୁ ଧରି କୋର୍ଟ ଚାଲାଣ କରାଯାଇଛି। ସମ୍ପୃକ୍ତ ନାବାଳକ ନାମରେ ମଧ୍ୟ ବିଭିନ୍ନ ଥାନାରେ ଏଭଳି ଅପରାଧିକ ମାମଲା ପୂର୍ବରୁ ରହିଥିବା

- Advertisement -

ସୂଚନା ମିଳିଛି ଅନ୍ୟପଟେ ମନ୍ଦିର ପରିଚାଳନା କମିଟି ସଭାପତି ଚିତ୍ତରଞ୍ଜନ ପ୍ରଧାନ ଏବଂ ସମ୍ପାଦକ ସଞ୍ଜୟ କୁମାର୍ କହଁର ଏବଂ ସରୋଜ କୁମାର ସାହାଣୀଙ୍କୁ ଜବତ ହୋଇଥିବା ୫୭ ହଜାର ୨୮୨ ଟଙ୍କା ପୋଲିସ ପ୍ରଦାନ କରିଥିବାବେଳେ ଥାନା ଅଧିକାରୀ ଚାପଧାରୀ ପ୍ରଧାନଙ୍କ ସହ ଫୁଲବାଣୀ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁପ୍ରସନ୍ନ ମଲ୍ଲିକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଚୋରକୁ ପୁଲିସ ଧରିଥିବା ଯୋଗୁଁ ଅଞ୍ଚଳ ବାସୀଙ୍କ ସମେତ ମନ୍ଦିର ପରିଚାଳନା କମିଟି ପୋଲିସଙ୍କୁ କୃତଜ୍ଞତା ଜଣାଇଛନ୍ତି

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories