www.samajalive.in
Monday, December 15, 2025
16.1 C
Bhubaneswar

ଏନଟିପିସିରେ ଅଘଟଣ, ଶ୍ରମିକଙ୍କ ପେଟରେ ଗଳିଗଲା ବାଉଁଶ

କଣିହାଁ: ଅନୁଗୋଳ ଜିଲା କଣିହାଁସ୍ଥିତ ଏନଟିପିସି କାରଖାନାରେ ସଂଘଟିତ ଅଘଟଣରେ ଜଣେ କାର୍ଯ୍ୟରତ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। କାରଖାନା ଚିମିନି ଉପରୁ ଏକ ବାଉଁଶ ଖସି ପଡିବାରୁ ତଳେ ବିଶ୍ରାମ ନେଉଥିବା ଜଣେ ଶ୍ରମିକଙ୍କ ପେଟ ଭିତରେ ଗଳି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବରର ଏକ ଘରୋ​‌ଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ଶ୍ରମିକ ଜଣକ ହେଲେ କଣିହାଁ ଥାନା ଅନ୍ତର୍ଗତ ସାନତ୍ରିବିଡା ଗ୍ରାମର ଲିପୁ ଭୁତିଆ (୨୪)l ଦୁର୍ଘଟଣା ପରେ କର୍ମଚାରୀମାନେ ବାଉଁଶଟିକୁ କାଟି ଦେଇଥି​‌େ​‌ଲ ହେଁ ପେଟ ଭିତରେ କିଛି ଅଂଶ ରହି ଯାଇଥିଲା। ତାଙ୍କୁ ସେହି ଅବସ୍ଥାରେ ପ୍ରଥମେ ଏନଟିପିସି ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ୱର ପଠାଇ ଦିଆଯାଇଛି।

ସୂଚନା ଅନୁଯାୟୀ ଲିପୁ ଭୂତିଆ ଏନଟିପିସି କାରଖାନାରେ ଜଣେ ଠିକାଦାରଙ୍କ ପାଖରେ ଶ୍ରମିକ ଭାବେ କାମ କରନ୍ତି l ଏନଟିପିସିର ଏକ ଚିମିନି ତଳେ ଲିପୁ ଆଜି ବିଶ୍ରାମ ନେଉଥିବା ବେଳେ ଚିମିନି ମରାମତି ପାଇଁ ଭାଡାରେ ଲାଗିଥିବା ଏକ ବାଉଁଶ ହଠାତ ଖସି ତାଙ୍କ ପେଟ ଭିତରେ ପଶି ଯାଇଥିଲା l

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories