www.samajalive.in
Sunday, December 7, 2025
26.1 C
Bhubaneswar

ଇତିହାସରେ ପ୍ରଥମ ଥର; ନଦୀ ପାଲଟିବ ଟ୍ରାକ୍, ପ୍ୟାରିସ୍ ହେବ ଷ୍ଟାଡିୟମ୍

ପ୍ୟାରିସ୍‌: ଫ୍ରାନ୍‌ସ ରାଜଧାନୀ ପ୍ୟାରିସ୍‌ରେ ଆସନ୍ତା ୨୬ରୁ ଅଲିମ୍ପିକ୍‌ କ୍ରୀଡ଼ା ଆରମ୍ଭ ହେଉଛି। ଅଲିମ୍ପିକ୍‌ସ ଇତିହାସରେ ପ୍ରଥମଥର ଉଦ୍‌ଘାଟନୀ ଉତ୍ସବ ଷ୍ଟାଡିୟମ୍‌ରେ ନୁହେଁ; ନଦୀ ଉପରେ ଅନୁଷ୍ଠିତ ହେବ। ପ୍ୟାରିସ୍ ସହର ମଧ୍ୟରେ ବହିଯାଇଛି ସିନ୍ ନଦୀ। ଏହି ନଦୀରେ ୮୦ରୁ ୧୦୦ ନୌକାରେ କ୍ରୀଡ଼ାବିତ୍‌ଙ୍କ ପରେଡ୍‌ ହେବ। ଏହି ନୌକାରେ ୨୦୬ଟି ପ୍ରତିଯୋଗୀ ଦେଶଙ୍କ ପ୍ରତିନିଧି ନଦୀ ଉପରେ ସୁସଜ୍ଜିତ ନୌକାରେ ସହର ପରିକ୍ରମା କରିବେ। ସାରା ପ୍ୟାରିସ୍ ସହର ଷ୍ଟାଡିୟମ୍‌ ପାଲଟିବ ଏବଂ ସେନ୍ ନଦୀର ଉଭୟ ପାର୍ଶ୍ବରେ ରହି ପ୍ୟାରିସ୍‌ବାସୀ ନୌକାରେ କ୍ରୀଡ଼ାବିତ୍‌ଙ୍କ ଏହି ଅଭିନବ ଯାତ୍ରା ଦେଖିବେ।

ପ୍ୟାରିସ୍ ଅଲିମ୍ପିକ୍‌ସର ଆୟୋଜନ କମିଟି ମୁଖ୍ୟ ଟୋନି ଏଷ୍ଟଗ୍ବେ ଏପରି ଅଭିନବ ଉଦ୍‌ଘାଟନୀ ଉତ୍ସବରେ ଯୋଜନା କରିଛନ୍ତି। କ୍ରୀଡ଼ାବିତ୍‌ଙ୍କୁ ଧରି ୮୦ରୁ ୧୦୦ ନୌକା ପଣ୍ଟ୍ ଡି ଅଷ୍ଟର୍‌ଲିଜ୍‌ ସେତୁ ନିକଟରୁ ଯାତ୍ରା ଆରମ୍ଭ କରିବେ। ସମସ୍ତ ନୌକା ସିନ୍ ନଦୀ ଜଳରେ ପ୍ରାୟ ୬ କିଲୋମିଟର ଯାତ୍ରାକରିବେ। ବାଟରେ ନୌକାଗୁଡ଼ିକୁ ୧୮ଟି ସେତୁ ପାର କରିବାକୁ ପଡ଼ିବ ଏବଂ ପ୍ୟାରିସ୍‌ର ନାମୀ ସ୍ଥଳ ଦେଇ ଯାତ୍ରାକରିବେ। ଇଫେଲ୍‌ ଟାୱର ନିକଟସ୍ଥ ପଣ୍ଟ୍ ଡି ଲୋନା ନିକଟରେ ପ୍ରତିଯୋଗୀଙ୍କର ଏହି ନୌକା ଯାତ୍ରା ସମ୍ପନ୍ନ ହେବ। ଐଫେଲ୍‌ ଟାୱର ନିକଟରେ ଥିବା ଚମ୍ପିଆନ୍‌ ପାର୍କକୁ ଏକ ଅସ୍ଥାୟୀ ଷ୍ଟାଡିୟମ୍‌ରେ ପରିଣତ କରାଯାଇଛି। ଏଥିରେ ୧୩ ହଜାର ଦର୍ଶକ ବସିପାରିବେ। ଏହି ଷ୍ଟାଡିୟମ୍‌ରେ ପ୍ୟାରିସ୍‌ ଅଲିମ୍ପିକ୍‌ସ ଉଦ୍‌ଘାଟନୀ ଉତ୍ସବର ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହିଠାରେ ହିଁ ଫ୍ରାନ୍‌ସର ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରନ୍‌ ଅଲିମ୍ପିକ୍‌ର ଶୁଭାରମ୍ଭ ଘୋଷଣା କରିବେ। ଉଦ୍‌ଘାଟନୀ ଉତ୍ସବରେ ବହୁତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ବ୍ୟବସ୍ଥା ରହିଚି। ୩୦୦୦ରୁ ଅଧିକ କଳାକାର ନୃୃତ୍ୟ, ସଂଗୀତ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପରିବେଷଣ କରିବେ। ଚମ୍ପିଆନ୍‌ସ ପାର୍କକୁ ଛାଡ଼ି ଉଦ୍‌ଘାଟନୀ ଉତ୍ସବର ଅନ୍ୟ ସମସ୍ତ ସ୍ଥାନରେ ଉପସ୍ଥିତ ରହିବା ପାଇଁ ଦର୍ଶକଙ୍କ ଲାଗି କୌଣସି ଟିକଟର ବ୍ୟବସ୍ଥା କରା ଯାଇନାହିଁ। ଦର୍ଶକ ଯେପରି ଉଦ୍‌ଘାଟନୀ ଉତ୍ସବ ଦେଖିପାରିବେ; ସେଥିପାାଇଁ ସାରା ସହରରେ ୮ଟି ବଡ଼ ପରଦା ଲଗାଯାଇଛି। ନୌକାଯାତ୍ରାର ଆରମ୍ଭରୁ ଉଦ୍‌ଘାଟନୀ ଉତ୍ସବ ସ୍ଥଳୀ ପର୍ଯ୍ୟନ୍ତ ବ୍ୟାପକ ନିରାପତ୍ତାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ଉଦ୍‌ଘାଟନୀ ଉତ୍ସବ ପ୍ୟାରିସ୍ ସମୟ ସନ୍ଧ୍ୟାରେ ଏବଂ ଭାରତୀୟ ସମୟ ରାତି ୧୧ଟାରୁ ଆରମ୍ଭହୋଇ ପାଖାପାଖି ୨ ଘଣ୍ଟା ଧରି ଚାଲିବ।

- Advertisement -

 

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories