www.samajalive.in
Friday, December 5, 2025
20.1 C
Bhubaneswar

ଅତ୍ୟଧିକ ସୁନ୍ଦରତା ପାଇଁ ମହିଳା ସନ୍ତରଣକାରୀଙ୍କୁ ଅଲିମ୍ପିକ୍ସରୁ ଫେରାଇଦେଲେ, କ୍ରୀଡ଼ାବିତ୍‌ଙ୍କ ଧ୍ୟାନ ଭଙ୍ଗ କରୁଥିଲା ସୌନ୍ଦର୍ଯ୍ୟ

ସମାଜ ଡିଜିଟାଲ ଡେସ୍କ: ପ୍ୟାରିସ ଅଲିମ୍ପିକ୍ସରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ନିଜର ଅତ୍ୟଧିକ ସୁନ୍ଦରତା ପାଇଁ ଜଣେ ମହିଳା ସନ୍ତରଣକାରୀ ଚଳିତ ଅଲିମ୍ପିକ୍ସ କ୍ରୀଡ଼ା ଗ୍ରାମରୁ ବାଦ୍‌ ପଡ଼ିଛନ୍ତି। ଏଭଳି ଏକ ଘଟଣା ଏବେ ସାରା ବିଶ୍ଵରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ଏହି ମହିଳା ସନ୍ତରଣକାରୀ ହେଉଛନ୍ତି ପାରାଗୁଏର ଲୁଆନା ଆଲୋନ୍‌ସୋ। ସେ ଚଳିତଥର ଅଲିମ୍ପିକ୍ସ ସନ୍ତରଣ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏଥିପାଇଁ ସେ ନିଜ ଦେଶର ଖେଳାଳିମାନଙ୍କ ସହିତ ପ୍ୟାରିସରେ ପହଞ୍ଚିଥିଲେ। ପ୍ରତ୍ୟେକ ଦେଶ ପାଇଁ ତିଆରି ହୋଇଥିବା କ୍ରୀଡ଼ା ଗ୍ରାମରେ ସେ ଅନ୍ୟ ଖେଳାଳିମାନଙ୍କ ସହିତ ରହୁଥିଲେ। ସେ ଭାଗ ନେଇଥିବା ସନ୍ତରଣ ପ୍ରତିଯୋଗିତାର ଫାଇନାଲ ରାଉଣ୍ଡରେ ପହଞ୍ଚିବାରେ ବିଫଳ ହୋଇଥିଲେ। ଏହା ପରେ ସେ ନିଜ ଦେଶ ପାଇଁ ନିର୍ମିତ କ୍ରୀଡ଼ା ଗ୍ରାମରେ ରହୁଥିଲେ। କିନ୍ତୁ ତାଙ୍କୁ ସେଠାରୁ ତାଙ୍କୁ ନିଜ ଦେଶକୁ ଫେରିଯିବାକୁ କୁହାଯାଇଛି। ତାଙ୍କ ଦେଶ ହିଁ ତାଙ୍କୁ ଫେରାଇ ନେଇଛି। ଏହାର କାରଣ ସେ ଯେତେବେଳେ ଜାଣିଲେ ତାହାକୁ ବିଶ୍ଵାସ ବି କରିପାରି ନ ଥିଲେ।

- Advertisement -

ଆଲୋନ୍‌ସୋଙ୍କ ଦେଶର ଅନେକ କ୍ରୀଡ଼ାବିତ ଅଲିମ୍ପିକ୍ସର ବିଭିନ୍ନ ଇଭେଣ୍ଟରେ ଭାଗ ନେଉଛନ୍ତି। କିନ୍ତୁ ଆଲୋନ୍‌ସୋଙ୍କ କାରଣରୁ କ୍ରୀଡ଼ାବିତ୍‌ମାନେ ଭଲ ଭାବରେ ନିଜ ନିଜ ଇଭେଣ୍ଟରେ ଫୋକସ୍‌ କରିପାରୁ ନ ଥିଲେ। ଏହାର କାରଣ ଥିଲା ତାଙ୍କ ସୁନ୍ଦରତା। ତାଙ୍କ ସୌନ୍ଦର୍ଯ୍ୟ ନିଜ ଦଳର ସାଥୀ ଖେଳାଳି ଏବଂ ଦେଶର କ୍ରୀଡ଼ାବିତମାନଙ୍କୁ ବିମୋହିତ କରିବା ସହିତ କ୍ରୀଡ଼ା ପ୍ରତି ସେମାନଙ୍କ ଧ୍ୟାନ ଭଙ୍ଗ କରୁଥିଲା। କିନ୍ତୁ ଏଥିରେ ଆଲୋନ୍‌ସୋଙ୍କ ତରଫରୁ କୌଣସି ତ୍ରୁଟି ନ ଥିଲା। ନିଜ ଦେଶର ଖେଳାଳିମାନେ ହିଁ ତାଙ୍କୁ ଦେଖି ନିଜକୁ ବିଚଳିତ ବୋଧ କରୁଥିଲେ। ଏହା ଜଣାପଡ଼ିବା ପରେ ନିଜ ଦେଶ ପକ୍ଷରୁ ତାଙ୍କୁ ଅଲିମ୍ପିକ୍ସ କ୍ରୀଡ଼ା ଗ୍ରାମରୁ ଘରକୁ ଫେରିଯିବାକୁ କୁହାଯାଇଛି। ଏହା ଆଲୋନ୍‌ସୋଙ୍କୁ ଆଚମ୍ବିତ କରିଥିଲେ ହେଁ ତାଙ୍କ ନିକଟରେ ଅନ୍ୟ କୌଣସି ଉପାୟ ନ ଥିଲା। ତେଣୁ ସେ କ୍ରୀଡ଼ା ଗ୍ରାମରୁ ବାହାରିଯିବା ସହିତ କ୍ୟାରିୟରରୁ ଅବସର ବି ଘୋଷଣା କରିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories