www.samajalive.in
Friday, December 5, 2025
23.1 C
Bhubaneswar

ଅଲିମ୍ପିକ୍ସ ହକି: ୫୨ ବର୍ଷ ପରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ

ପ୍ୟାରିସ: ଦୀର୍ଘ ୫୨ ବର୍ଷ ପରେ ଅଲିମ୍ପିକ୍‌ସରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇଛି ଭାରତୀୟ ହକି ଦଳ। ଶୁକ୍ରବାର ପ୍ୟାରିସ ଅଲିମ୍ପିକ୍‌ସରେ ଭାରତୀୟ ପୁରୁଷ ହକି ଦଳ ଶେଷ ଲିଗ୍‌ ମ୍ୟାଚରେ ଦମ୍‌ଦାର ବିଜୟ ହାସଲ କରିଛି। ଆସନ୍ତା ୪ତାରିଖରେ ଭାରତ ପୁଲ-ଏ’ରେ ତୃତୀୟ ସ୍ଥାନ ହାସଲ କରିଥିବା ଦଳ ସହିତ କ୍ବାର୍ଟର ଫାଇନାଲ ମ୍ୟାଚ ଖେଳିବ। ସୂଚନାଯୋଗ୍ୟ ଯେ ଭାରତ ଶେଷ ଥର ପାଇଁ ୧୯୭୨ ମ୍ୟୁନିକ୍‌ ଅଲିମ୍ପିକ୍‌ସରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ଏହା ପରବର୍ତ୍ତି ସମସ୍ତ ଅଲିମ୍ପିକ୍‌ସରେ ଅଷ୍ଟ୍ରେଲିଆଠାରୁ ପରାଜିତ ହୋଇଆସୁଥିଲା।

ଶୁକ୍ରବାର ଅନୁଷ୍ଠିତ ପୁଲ୍‌-ବି’ର ​‌େ‌ଶଷ ଲିଗ୍‌ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭାରତ ୩-୨ ଗୋଲରେ ପରାସ୍ତ କରିଛି। ଏଥିସହିତ ପୁଲ୍‌ର ୫ଟି ମ୍ୟାଚରୁ ୩ଟି ବିଜୟ, ଗୋଟିଏ ଡ୍ର ଓ ଗୋଟିଏ ପରାଜୟ ସହ ୧୦ ପଏଣ୍ଟ ପାଇ ଗ୍ରୁପରେ ଦ୍ବିତୀୟ ସ୍ଥାନରେ ରହିଛି। ପୂର୍ବ ମ୍ୟାଚରେ ବେଲଜିୟମ ନିକଟରୁ ପରାଜିତ ହୋଇଥିବା ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଦମ୍‌ଦାର ପ୍ରଦର୍ଶନ କରିଥିଲା। ମ୍ୟାଚ୍‌ର ୧୧ ମିନିଟ୍‌ରେ ଅଷ୍ଟ୍ରେଲିଆକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ଦଳ ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲା। ଏହାର ଗୋଟିଏ ମିନିଟ୍‌ ପରେ ଭାରତ ପ୍ରଥମ ଗୋଲ ଦେବାରେ ସଫଳ ହୋଇଥିଲା। ଲଳିତ ଉପାଧ୍ୟାୟଙ୍କ ଚମତ୍କାର ପାସ୍‌କୁ ଅଭିଷେକ ଗୋଲରେ ପରିଣତ କରି ଭାରତକୁ ୧-୦ରେ ଆଗୁଆ କରିଥିଲେ। ପୁଣି ଗୋଟିଏ ମିନିଟ୍‌ ପରେ; ଅର୍ଥାତ୍‌ ମ୍ୟାଚ୍‌ର ୧୩ ମିନିଟ୍‌ରେ ଭାରତକୁ ପେନାଲ୍ଟି କର୍ଣ୍ଣର ମିିଳିଥିଲା। ଏହାକୁ ହରମନପ୍ରୀତ ସିଂହ ଗୋଲରେ ପରିଣତ କରି ଦଳକୁ ୨-୦ରେ ଆଗୁଆ କରିଥିଲେ। କ୍ରମାଗତ ତିନିଟି ଗୋଲ୍‌ ସୁଯୋଗ ମଧ୍ୟରୁ ଭାରତ ଦୁଇଟିରେ ସଫଳତା ହାସଲ କରିବା ସହ ମ୍ୟାଚ୍‌ର ପ୍ରଥମ କ୍ବାର୍ଟର ଶେଷ ସୁଦ୍ଧା ୨-୦ ଗୋଲରେ ଆଗୁଆ ରହିଥିଲା। ଦ୍ବିତୀୟାର୍ଦ୍ଧ ଆରମ୍ଭ ମାତ୍ରେ ମ୍ୟାଚ୍‌ର

- Advertisement -

୧୯ ମିନିଟ୍‌ରେ ଅଷ୍ଟ୍ରେଲିଆକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ମଧ୍ୟ ଦଳ ଗୋଲ୍‌ରେ ରୂପାନ୍ତରିତ କରିବାରେ ବିଫଳ ହୋଇଥିଲା। ଠିକ୍‌ ଦୁଇ ମିନିଟ୍‌ ପରେ ଭାରତ ନିକଟରେ ଆଉ ଏକ ଗୋଲ ଦେବାର ସୁଯୋଗ ସୃଷ୍ଟି ହୋଇଥିଲେ ମଧ୍ୟ ଦଳ ଏହାକୁ ହାତଛଡ଼ା କରିଥିଲା। ମ୍ୟାଚ୍‌ର ୨୫ ମିନିଟ୍‌ରେ ଅଷ୍ଟ୍ରେଲିଆ ଗୋଲ ଦେବାରେ ସଫଳ ହୋଇଥିଲା। ଏକ ପେନାଲ୍ଟି କର୍ଣ୍ଣରକୁ ଆରୋନ ଜେଲସ୍କି ଗୋଲରେ ପରିଣତ କରି ମ୍ୟାଚକୁ ୧-୨ ସ୍ତରକୁ ଆଣିଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ୨-୧ ଗୋଲରେ ଆଗୁଆ ରହିଥିଲା। ତୃତୀୟ କ୍ବାର୍ଟରରେ ମଧ୍ୟ ଭାରତ ପ୍ରାଧାନ୍ୟବିସ୍ତାର କରି ଖେଳିଥିଲା। ୩୨ ମିନିଟ୍‌ରେ ମିଳିଥିବା ଏକ ପେନାଲ୍ଟି ଷ୍ଟ୍ରୋକକୁ ହରମନପ୍ରୀତ ସିଂହ ଗୋଲରେ ପରିଣତ କରି ଭାରତକୁ ୩-୧ରେ ଆଗୁଆ କରିଥିଲେ। ତୃତୀୟ କ୍ବାର୍ଟର ଶେଷ ସୁଦ୍ଧା ଭାରତ ୩-୧ ଗୋଲରେ ଆଗୁଆ ରହିଥିଲା। ଅନ୍ତିମ କ୍ବାର୍ଟର ଖେଳ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଅଷ୍ଟ୍ରେଲିଆ ଗୋଲ ବରାବର କରିବାକୁ ଉଦ୍ୟମ କରୁଥିଲାବେଳେ ଭାରତ ୫୧ ମିନିଟ୍‌ରେ ପାଇଥିବା ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲ। ପୁଣି ୫୩ ମିନିଟ୍‌ରେ ଭାରତ ଆଉ ଏକ ପେନାଲ୍ଟି କର୍ଣ୍ଣରକୁ ମଧ୍ୟ ହାତଛଡ଼ା କରିଥିଲା। ୫୫ ମିନିଟରେ ମିଳିଥିବା ପେନାଲ୍ଟି ଷ୍ଟ୍ରୋକ୍‌କୁ ବ୍ଲେକ ଗୋଭର୍ସଙ୍କ ମାଧ୍ୟମରେ ଗୋଲରେ ପରିଣତ କରି ମ୍ୟାଚକୁ ୨-୩ସ୍ତରକୁ ଆଣିଥିଲା ଅଷ୍ଟ୍ରେଲିଆ; ତେବେ ଆଉ ଗୋଟିଏ ଗୋଲ୍‌ ଦେଇ ଖେଳ ବରାବର କରିବାକୁ ଶେଷ ସେକେଣ୍ଡ ପର୍ଯ୍ୟନ୍ତ ଚଳାଇଥିବା ଉଦ୍ୟମରେ ସଫଳ ହୋଇପାରିନଥିଲା।

Hot this week

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

Related Articles

Popular Categories