www.samajalive.in
Tuesday, December 9, 2025
17.1 C
Bhubaneswar

ବର୍ଷାରେ ଉପୁଡିଲା ୧୧କେଭି ବିଦ୍ୟୁତ୍‍ ଖୁଣ୍ଟି

ପିପିଲି :ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଖଣ୍ଡିଆଗିରି ନିକଟରେ ଥିବା ଏକ ଉଚ୍ଚ ଶକ୍ତି ସଂପନ୍ନ ୧୧କେଭି ବିଦ୍ୟୁତ୍‍ ଖୁଣ୍ଟି ବର୍ଷାରେ ଉପୁଡି ପଡିଛି । ଫଳରେ ଶୁକ୍ରବାର ରାତିରେ ଦେଢ ଘଣ୍ଟା ପାଇଁ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ୍‍ ସରବରାହ ପ୍ରଭାବିତ ହୋଇଥିଲା । ପିପିଲି ଓ ଏହାର ଆଖପାଖ ଅଞ୍ଚଳରେ ଶୁକ୍ରବାର ରାତିରେ ପ୍ରବଳ ବର୍ଷା ହୋଇଥିଲା । ଏଥିରେ ଖଣ୍ଡିଆଗିରି ଗ୍ରାମ୍ୟ ଛକଠାରୁ ଦାଣ୍ଡମୁକୁନ୍ଦପୁର ଅଞ୍ଚଳକୁ ଯାଇଥିବା ୧୧କେଭି ବିଦ୍ୟୁତ୍‍ ଲାଇନ୍‍ର ଖଣ୍ଡିଆଶଙ୍ଖ ନିକଟରେ ରାସ୍ତା କଡରେ ଥିବା ଏକ ଖୁଣ୍ଟି ଉପୁଡି ପଡିଥିଲା । ପ୍ରବଳ ବର୍ଷା ଯୋଗୁଁ ବିଦ୍ୟୁତ୍‍ ଖୁଣ୍ଟି ମୂଳରୁ ମାଟି ଧୋଇଯିବା ଫଳରେ ଖୁଣ୍ଟିଟି ସଂପୂର୍ଣ୍ଣ ଭାବେ ଉପୁଡି ତଳେ ପଡିଥିଲା । ଏଥିଯୋଗୁଁ ପିପିଲି ପୌରାଞ୍ଚଳର କେତେକ ଅଞ୍ଚଳ ସମେତ ଦାଣ୍ଡମୁକୁନ୍ଦପୁର, ନୂଆଶାସନ, ଚଉଦମାଣ ଆଦି ଅଞ୍ଚଳରେ ବିଦ୍ୟୁତ୍‍ ସରବରାହ ପ୍ରଭାବିତ ହୋଇଥିଲା । ପିପିଲିରୁ ଦାଣ୍ଡମୁକୁନ୍ଦପୁର ଅଞ୍ଚଳକୁ ଯାଇଥିବା ଅନ୍ୟ ଏକ ବିକଳ୍ପ ୧୧କେଭି ବିଦ୍ୟୁତ୍‍ ଲାଇନ ଯୋଗେ ବିଦ୍ୟୁତ୍‍ ପରିବହନ କରାଯିବା ପରେ ବିଦ୍ୟୁତ୍‍ ସରବରାହ ସ୍ୱାଭାବିକ ହୋଇଥିଲା । ଟିପିସିଓଡିଏଲ୍‍ ପକ୍ଷରୁ ଶନିବାର ସକାଳେ ଉପୁଡି ପଡିଥିବା ବିଦ୍ୟୁତ୍‍ ଖୁଣ୍ଟିର ମରାମତି କରାଯାଇଥିଲା ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories