www.samajalive.in
Saturday, December 6, 2025
15.1 C
Bhubaneswar

ପାଣ୍ଡିଆନଙ୍କୁ ପୁଣି ସମର୍ଥନ କଲେ ନବୀନ: କହିଲେ ‘ରାଜ୍ୟ ଓ ଦଳ ପାଇଁ ସେ ସମର୍ପିତ’

ଭୁବନେଶ୍ବର:  ଅବସରପ୍ରାପ୍ତ ପ୍ରଶାସକ ତଥା ପ୍ରାକ୍ତନ ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ପୁଣି ଥରେ କ୍ଲିନଚିଟ୍ ଦେଇଛନ୍ତି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିଜେଡିର ପରାଜୟ ପରେ ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ନେଇଥିଲେ। ବିଜେଡିର ପରାଜୟ ପାଇଁ ପାଣ୍ଡିଆନଙ୍କୁ ଦଳର ଛାମୁଆ ସଂଗଠନର କର୍ମୀ ଦାୟୀ କରିଥିଲେ। ଏଭଳି ସ୍ଥିତିରେ ଏକ ପ୍ରତିଷ୍ଠିତ ଇଂରାଜୀ ସମ୍ବାଦପତ୍ରରେ ପାଣ୍ଡିଆନଙ୍କ ସଂକ୍ରାନ୍ତରେ ପ୍ରକାଶିତ ଏକ ଖବର ଉପରେ ବିଜେଡି ସଭାପତିଙ୍କ ପ୍ରତିକ୍ରିୟା ଏବେ ଚର୍ଚ୍ଚାର ବିଷୟ ହୋଇଛି। କିଛି ସପ୍ତାହ ଧରି ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସହାୟତାରେ ପାଣ୍ଡିଆନ ଅମିତ ଶାହାଙ୍କୁ ଭେଟିବାକୁ ବହୁବାର ଉଦ୍ୟମ କରିଥିବା ଖବର ପ୍ରକାଶ ପାଇଥିଲା। ବିଜେଡିରେ ଫାଟ ସୃଷ୍ଟି କରିବା ସହ ରାଜ୍ୟରେ ବିଜେପି ସଂଗଠନକୁ ଶକ୍ତିଶାଳୀ କରିବାରେ ସହଯୋଗ କରିବେ ବୋଲି ବିଜେପି ନେତୃବୃନ୍ଦଙ୍କୁ ସେ ପ୍ରସ୍ତାବ ଦେଇଥିବା ସଂକ୍ରାନ୍ତରେ ଖବର ପ୍ରକାଶ ପାଇବା ପରେ ନିଜ ସୋସିଆଲ୍‌ ମିଡିଆ ଆକାଉଣ୍ଟ ‘ଏକ୍ସ’ରେ ନବୀନ ଏସବୁକୁ ଖଣ୍ଡନ କରିବା ସହ ଏଗୁଡ଼ିକ ସମ୍ପୂର୍ଣ୍ଣ ମିଛ, ଉଦ୍ଦେଶ୍ୟପ୍ରଣୋଦିତ, ଅପମାନସୂଚକ ଓ ବଦନାମ ପାଇଁ ଉଦ୍ଦିଷ୍ଟ ବୋଲି କହି ପୁଣିଥରେ ପାଣ୍ଡିଆନଙ୍କୁ ପ୍ରଶଂସା କରିଛନ୍ତି। ପାଣ୍ଡିଆନ ରାଜ୍ୟ ଓ ଦଳ ପାଇଁ ସମର୍ପିତ, ଦକ୍ଷତା ଓ ନିଷ୍ଠାର ସହ ସେ ସେବା କରିଛନ୍ତି। ଏଥିପାଇଁ ସେ ପରିଚିତ ଓ ସମ୍ମାନିତ ବୋଲି ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, ପାଣ୍ଡିଆନ ପ୍ରସଙ୍ଗରେ ଉକ୍ତ ସମ୍ବାଦପତ୍ର ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିବା ଜଣାପଡ଼ିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories