ସରକାରୀ ଟଙ୍କା ଆତ୍ମସାତ୍‌ କରି ଭିଜିଲାନ୍ସ ଜାଲରେ ମତ୍ସ୍ୟ ବିଭାଗ ଉପ-ନିର୍ଦ୍ଦେଶକ..

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଫସିଲେ ମତ୍ସ୍ୟ ବିଭାଗ ଉପ-ନିର୍ଦ୍ଦେଶକ । ମତ୍ସ୍ୟ ବିଭାଗ ଉପ-ନିର୍ଦ୍ଦେଶକ ବସନ୍ତ କୁମାର ଦାସଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ତାଙ୍କ ନାମରେ ୧ କୋଟି ୫ ଲକ୍ଷ ସରକାରୀ ଅର୍ଥ ଆତ୍ମସାତ କରିଥିବା ନେଇ ଅଭିଯୋଗ ହୋଇଛି । ୨୦୨୪-୨୫ ଆର୍ଥିକ ବର୍ଷରେ ସରକାରୀ ଫଣ୍ଡରୁ ନିଜ ଆକାଉଣ୍ଟକୁ ପ୍ରାୟ ୧ କୋଟିରୁ ଅଧିକ ଟଙ୍କା ଆତ୍ମସାତ୍‌ କରିଥିବା ଅଭିଯୋଗରେ ଭିଜିଲାନ୍ସ ଚଢାଉ ଜାରି ରଖିଛି ।
ବସନ୍ତଙ୍କ ଭୁବନେଶ୍ୱର ମହତାବ ରୋଡରେ ଥିବା ଘର,ପୁରୀ ତୋଟା ମହାବୀରରୋଡସ୍ଥିତ ଘର, ପୁରୀ ଗୋରୁଆଳସ୍ଥିତ ଫାର୍ମ ହାଉସ, ଭଦ୍ରକ ନଇକଣଡିହିସ୍ଥିତ ପୈତୃକ ଘର, କଟକ ସ୍ଥିତ କାର୍ଯ୍ୟାଳୟରେ ଏକକାଳୀନ ଚଢାଉ କରାଯାଉଛି। ଏହି ଚଢାଉରେ ୫ ଜଣ ଡିଏସପି, ୪ ଜଣ ଇନ୍ସପେକ୍ଟର, ୫ ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରି ସାମିଲ ରହିଛନ୍ତି।

ଶ୍ରାବଣ ମାସ: ରାଶି ଅନୁଯାୟୀ ଅର୍ପଣ କରନ୍ତୁ ବାସ୍‌ ଏହି ଜିନିଷ, ଚମକିବ ଭାଗ୍ୟ..

 

Comments are closed.