www.samajalive.in
Saturday, December 6, 2025
26.1 C
Bhubaneswar

ଇସ୍ରାଏଲ ଆକ୍ରମଣରେ ୩୯ ପାଲେଷ୍ଟିନୀୟ ମୃତ

ଜେରୁଜେଲମ: ଇସ୍ରାଏଲ ପକ୍ଷରୁ ଶନିବାର ପାଲେଷ୍ଟାଇନ ଅନ୍ତର୍ଗତ ଗାଜାର ବିଭିନ୍ନ ସ୍ଥାନରେ ପ୍ରବଳ ବୋମାମାଡ କରାଯାଇଥିବାବେଳେ ୩୯ ଜଣ ପ୍ରାଣ ହରାଇଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ସ୍ଥାନୀୟ କେତେକ ସାମ୍ବାଦିକ ସାମିଲ ଅଛନ୍ତି। ଏପର୍ଯ୍ୟନ୍ତ ଇସ୍ରାଏଲ ଆକ୍ରମଣରେ ୧୫୧ ସାମ୍ବାଦିକଙ୍କର ମୃତ୍ୟୁ ଘଟିଛି ବୋଲି ହମାସ୍‌ ସଂଗଠନର ମିଡିଆ ଅଫିସ ପକ୍ଷରୁ କୁହାଯାଇଛି। ଶନିବାର ମଧ୍ୟରାତ୍ରୀରେ ଇସ୍ରାଏଲର ଯୁଦ୍ଧବିମାନଗୁଡିକ ଗାଜାସ୍ଥିତ ଏକ ଶିବିର ଉପରେ ପ୍ରବଳ ବୋମାମାଡ କରିଥିଲା। ଏଥିରେ ୧୭ ଜଣଙ୍କର ପ୍ରାଣହାନି ଘଟିଥିଲା। ଶନିବାର ସକାଳେ ଇସ୍ରାଏଲ ବିମାନ ଏକ ବହୁତଳ ବିଶିଷ୍ଟ କୋଠାକୁ ଲକ୍ଷ୍ୟକରି ବୋମାମାଡ କରିବାରୁ ୧୩ ଜଣ ପ୍ରାଣ ହରାଇଥିବାବେଳେ ୮ ଜଣ ଆହତ ହୋଇଥିବା କୁହାଯାଇଛି। ଗାଜାର ଅନ୍ୟ ଠିକଣାରେ ମଧ୍ୟ ଆକ୍ରମଣ କରାଯାଇଥିବାବେଳେ ୯ ଜଣଙ୍କର ମୃତ୍ୟୁ ଘଟିଛି। ଇସ୍ରାଏଲ ସ୍ଥଳସେନାର ଟ୍ୟାଙ୍କଗୁଡିକ ବର୍ତ୍ତମାନ ରାଫା ଆଡକୁ ଦ୍ରୁତଗତିରେ ଅଗ୍ରସର ହେଉଥିବା ଜଣାପଡିଛି। ରାଫାରେ ଥିବା ହମାସ୍‌ ସଂଗଠନର ଶେଷ ଆଡ୍ଡାସ୍ଥଳୀଗୁଡିକୁୁ ସମ୍ପୂର୍ଣ୍ଣ ଧ୍ବଂସ କରାଯିବା ପର୍ଯ୍ୟନ୍ତ ଆକ୍ରମଣ ଜାରି ରହିବ ବୋଲି ଇସ୍ରାଏଲ ସ୍ପଷ୍ଟ କରିଛି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories