www.samajalive.in
Saturday, December 6, 2025
14.1 C
Bhubaneswar

ଯନ୍ତ୍ରଣାରେ ଛଟପଟ୍‌ ହୋଇ ବଞ୍ଚାଅ, ବଞ୍ଚାଅ କହିଲେ ଡେଲିଭରି ବଏ, ହୋସ୍‌ ଉଡାଇବ କାରଣ..

ନୂଆଦିଲ୍ଲୀ : ଗତ କିଛି ଦିନ ହେବ ପିଟ୍‌ ବୁଲ୍‌ କୁକୁର ଆକ୍ରମଣର ଅନେକ ଘଟଣା ସାମ୍ନାକୁ ଆସିଛି । ନିକଟରେ ପୁଣି ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାଟି ଛତିଶଗଡର ବୋଲି ଜଣାପଡିଛି । ଘଟଣା ବିଷୟରେ ଜାଣିବା ପରେ ଯେ କେହି ମଧ୍ୟ ସ୍ତବ୍ଧ ହେବା ସହ ଭୟଭୀତ ହୋଇଯିବେ ଓ ଚିତ୍କାର କରିବେ।

ଗତ ଶୁକ୍ରବାର (୧୨ ଜୁଲାଇ)ରେ ରାୟପୁରର ଏକ ଘରେ ପିଟବୁଲ୍‌ କୁକୁର ଜଣେ ଡେଲିଭରି ବଏଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଛି । ଘଟଣାର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି । ଭିଡିଓରେ ଦେଖାଯାଇଛି ଜଣେ ବ୍ୟକ୍ତି (ଡେଲିଭରି ବଏ) କିଛି ଜିନିଷ ଦେବା ପାଇଁ ଗେଟ୍‌ ଭିତରକୁ ଯାଇଛନ୍ତି, ସେହି ସମୟରେ ୨ଟି ପିଟବୁଲ୍‌ ଉକ୍ତ ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରିଛନ୍ତି । ପ୍ରଥମେ ଗୋଡକୁ କାମୁଡିବା ସହ ରକ୍ତାକ୍ତ କରି ଦେଇଛନ୍ତି । ବ୍ୟକ୍ତି ଜଣକ ନିଜ ହାତରେ କୁକୁରକୁ ଦୂରକୁ କରିବାକୁ ଚେଷ୍ଟା କରିବା ସମୟରେ କୁକୁର ତାଙ୍କ ହାତକୁ ହିଁ କାମୁଡି ଦେଉଛି।

- Advertisement -

ଯନ୍ତ୍ରଣାରେ ଛଟପଟ୍‌ ହୋଇ ବଞ୍ଚାଅ,ବଞ୍ଚାଅ କହି ବ୍ୟକ୍ତି ଜଣକ ସାହାଯ୍ୟ ମାଗିଥିଲେ । ଘଟଣାଟି ରାୟପୁରର ଅନୁପମ ନଗରର ବୋଲି କୁହାଯାଉଛି । ବ୍ୟକ୍ତି ଜଣକ ନିଜକୁ ରକ୍ଷା କରିବା ପାଇଁ କାର ଉପକୁ ଚଢି ଯାଉଛନ୍ତି । ତାଙ୍କ ହାତ,ଗୋଡ ରକ୍ତାକ୍ତ ହୋଇଯାଇଥିଲା । କୁକୁର ମାଲିକଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।

ହୃଦଘାତରୁ ରକ୍ଷା ପାଇବାର ଉପାୟ; ନିୟମିତ କେତେ ଶିଢି ଚଢିଲେ ହେବନି ହୃଦଘାତ!

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories