www.samajalive.in
Sunday, December 7, 2025
14.1 C
Bhubaneswar

ଅତ୍ୟଧିକ ଋଣ ଭାର ଯୋଗୁଁ ବିଷ ପିଇଲେ ମାଆ,ପୁଅ ! : ମାଆ ମୃତ,ପୁଅ ଗୁରୁତର

ନାକଟିଦେଉଳ : ବିଷ ପିଇଲେ ମାଆ ଏବଂ ପୁଅ। ତେବେ ଏହି ଘଟଣାରେ ବୁର୍ଲା ଡାକ୍ତରଖାନାରେ ମାଆ ଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ଭାବେ ଅସୁସ୍ଥ ହୋଇ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଅନ୍ତର୍ଗତ ପୋଡ଼ାଖୋଲ ଗାଁରେ।  ମୃତକ ଜଣଙ୍କ ପୋଡ଼ାଖୋଲ ଗାଁର ଆନ୍ତର୍ଯ୍ୟାମୀ ପ୍ରଧାନଙ୍କ ସ୍ତ୍ରୀ ତାରା ପ୍ରଧାନ ଏବଂ ଗୁରୁତର ଅସୁସ୍ଥ ପୁଅ ତରୁଣ କୁମାର ପ୍ରଧାନ  ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ପୋଡ଼ାଖୋଲ ଗାଁର ଆନ୍ତର୍ଯ୍ୟାମୀ ପ୍ରଧାନ ଆଜକୁ ଦୀର୍ଘ ବର୍ଷ ହେଲା ନିଜ ର ସ୍ତ୍ରୀ ଏବଂ ପୁଅ ଝିଅ ଦୁଇ ଜଣଙ୍କୁ ଛାଡି ଅନ୍ୟ ଏକ ମହିଳାଙ୍କୁ ବିବାହ କରି ଅନ୍ୟ ଗାଁରେ ରହୁଥିବାବେଳେ ତାରା ପ୍ରଧାନ ନିଜର ପୁଅ ଝିଅଙ୍କୁ ସାଙ୍ଗରେ ଧରି ପୋଡ଼ାଖୋଲ ଗାଁରେ ରହୁଥିଲେ।  ଗତ ବର୍ଷ ତାରା ପ୍ରଧାନ ନିଜର ଝିଅକୁ ବିବାହ କରାଇଥିବାବେଳେ ବର୍ତ୍ତମାନ ମାଆ ଓ ପୁଅ ଘରେ ଏକାକୀ ରହୁଥିଲେ । ତେବେ କୌଣସି କାରଣରୁ ଗତ ୧୯ ତାରିଖ ରାତିରେ ଉଭୟ ମାଆ ଓ ପୁଅ ଚରମ ନିଷ୍ପତ୍ତି ନେଇ ଘର ଭିତରେ ବିଷ ପାନ କରିଦେଇଥିଲେ ।  ତେବେ ସକାଳ ପର୍ଯ୍ୟନ୍ତ ଘର ଭିତରୁ ସେମାନେ ଉଠି ନ ଥିବା ବେଳେ ସେମାନଙ୍କର ପାଟି ତୁଣ୍ଡ ମଧ୍ୟ ଶୁଭାଯାଇନଥିଲା।  ତାଙ୍କର ଜଣେ ସମ୍ପର୍କୀୟ ସନ୍ଦେହ ପ୍ରକାଶ କରି ଘର ଭିତରକୁ ଯାଇ ଗୁରୁତର ଭାବେ ଉଭୟ ମାଆ ପୁଅ ବିଛଣାରେ ପଡ଼ିଥିବା ଦେଖିବାକୁ ପାଇଥିଲେ।  ପାଖରେ ବିଷ ବୋତଲ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଥିଲ।  ଏହାପରେ ସଙ୍ଗେ ସଙ୍ଗେ ଉଭୟ ମାଆ ପୁଅଙ୍କୁ ଆମ୍ବୁଲାନ୍ସ ଯୋଗେ ବୁର୍ଲା ଡାକ୍ତରଖାନାକୁ ନିଆଯାଇଥଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାରା ପ୍ରଧାନଙ୍କର ଆଜି ସକାଳୁ ମୃତ୍ୟୁ ଘଟିଥିବାବେଳେ ପୁଅ ତରୁଣ କୁମାର ପ୍ରଧାନ ଆଇସିୟୁ ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି। ଅତ୍ୟଧିକ ଋଣ ଭାର ଯୋଗୁଁ ଉଭୟ ମାଆ ଏବଂ ପୁଅ ଏପରି ଚରମ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଥିବାବେଳେ ଏହି ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories