www.samajalive.in
Sunday, December 14, 2025
19.1 C
Bhubaneswar

ଫଟୋ ସାମ୍ବାଦିକାଙ୍କୁ ଆକ୍ରମଣ

କୋଚି : ସାବରିମାଳା ମନ୍ଦିରରେ ୨ ମହିଳାଙ୍କ ପ୍ରବେଶକୁ ବିରୋଧ କରି ସଂଘ ପରିବାର ପକ୍ଷରୁ ଥିରୁଭାନନ୍ତପୁରମଠାରେ ବିକ୍ଷୋଭ ପ୍ରଦର୍ଶନର ଭିଡିଓ ସଂଗ୍ରହ ବେଳେ ଜଣେ ଫଟୋସାମ୍ବାଦିକା ସଜିଲା ଅବଦୁଲରହମନଙ୍କ ଉପରେ ଆକ୍ରମଣ ହୋଇଛି। କିଛି ବିକ୍ଷୋଭକାରୀ ତାଙ୍କ ପିଠିକୁ ଗୋଇଠା ମାରିଥିବା ସଜିଲା ରୁଦ୍ଧକଣ୍ଠରେ ପ୍ରକାଶ କରିଛନ୍ତି। ବିକ୍ଷୋଭକାରୀଙ୍କ ବାରମ୍ବାର ଆକ୍ରମଣ ସତ୍ତ୍ବେ ସେ ନିଜ କର୍ତ୍ତବ୍ୟରୁ ଓହରି ନ ଯାଇ ସାହସିକତାର ସହିତ ବିକ୍ଷୋଭକୁ କ୍ୟାମେରାରେ ଶୁଟିଂ କରୁଥିବାର ଫଟୋଚିତ୍ର ଗୁରୁବାର କେରଳର ‘ମାତୃଭୂମି’ ଖବରକାଗଜରେ ପ୍ରକାଶ ପାଇବା ପରେ ସାମାଜିକ ଗଣମାଧ୍ୟମରେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
କୈରାଲି ଟେଲିଭିଜନର କ୍ୟାମେରାମ୍ୟାନ ଭାବେ କାର୍ଯ୍ୟକରନ୍ତି ସଜିଲା। ବିନ୍ଦୁ ଆମିନୀ ଏବଂ କନକଦୁଗର୍ର୍ା ନାମକ ୫୦ ବର୍ଷରୁ କମ୍‌ ବୟସ୍କ ଦୁଇ ମହିଳା ସାବରିମାଳା ମନ୍ଦିରରେ ପ୍ରବେଶ କରିବା ପରିପ୍ରେକ୍ଷୀରେ ବିଜେପି ନେତାମାନଙ୍କ ମତାମତ ଆଣିବା ଲାଗି ତାଙ୍କୁ ନିର୍ଦେଶ ରହିଥିଲା। ସଜିଲା ଥିରୁଭନନ୍ତପୁରମଠାରେ ବିକ୍ଷୋଭର ଶୁଟିଂ କରିବା ବେଳେ ବିକ୍ଷୋଭକାରୀମାନେ ତାଙ୍କୁ ଟଣାଓଟରା କରିବା, ମାଡ଼ମାରିବା ତଥା ଧମକ ଦେଇଥିଲେ। ସବୁକିଛି ସଜ୍ୟ କରି କର୍ମଚାରୀ ସଜିଲା ପ୍ରତ୍ୟେକ ଦୃଶ୍ୟକୁ କ୍ୟାମେରାରେ କଏଦ କରିଛନ୍ତି। ତାଙ୍କ ବେକ ଓ ପିଠିରେ ଆଘାତ ଲାଗିଛି।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories