www.samajalive.in
Sunday, December 7, 2025
18.1 C
Bhubaneswar

ରବିବାର ଗୁରୁ ପୂର୍ଣ୍ଣିମାରେ ଦୁର୍ଲଭ ସଂଯୋଗ ;ଏହି ରାଶିଙ୍କ ଚମକିବ ଭାଗ୍ୟ, ମିଳିବ ବଡ ସଫଳତା..

ଚଳିତ ବର୍ଷ ଗୁରୁ ପୂର୍ଣ୍ଣିମାରେ ଦୁର୍ଲଭ ସଂଯୋଗ ସୃଷ୍ଟି ହେବାକୁ ଯାଉଛି । ଆଷାଢ ପୂର୍ଣ୍ଣିମାରେ ପାଳନ ହେଉଥିବା ଏହି ଗୁରୁ ପୂର୍ଣ୍ଣିମା ଦିନ ଅନେକ ଶୁଭ ଯୋଗ ସୃଷ୍ଟି ହେବାକୁ ଯାଉଛି । ଏହି ଯୋଗ ଫଳରେ ୩ ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ଚମକିବ ।
ମହାଭାରତର ରଚୟିତା ମହର୍ଷି ବେଦ ବ୍ୟାସଙ୍କ ଜନ୍ମଦିନ ଆଷାଢ ପୂର୍ଣ୍ଣିମା ରୂପରେ ପାଳନ କରାଯାଏ । ଚଳିତ ବର୍ଷ ଗୁରୁ ପୂର୍ଣ୍ଣିମା ୨୧ ଜୁଲାଇ ୨୦୨୪ ରବିବାର ।

ଗୁରୁ ପୂର୍ଣ୍ଣିମାରେ ଗ୍ରହ ଓ ନକ୍ଷତ୍ରଙ୍କର ମହାସଂଯୋଗ ସୃଷ୍ଟି ହେବ । ସର୍ବାର୍ଥ ସିଦ୍ଧି ଯୋଗ, ପ୍ରୀତି ଯୋଗ ଆଦି ସୃଷ୍ଟି ହେବାକୁ ଯାଉଛି । ଏହାସହ କର୍କଟ ରାଶିରେ ସୂର୍ଯ୍ୟ ଓ ଶୁକ୍ର ଏକାଠି ହୋଇ ଶୁକ୍ରାଦିତ୍ୟ ଯୋଗ ସୃଷ୍ଟି ହେଉଛି । ସେହିପରି ବୃଷ ରାଶିରେ ମଙ୍ଗଳ ଓ ଗୁରୁ ଏକାଠି ହୋଇଛନ୍ତି । ଏହି ସବୁ ଯୋଗ ୩ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ । ଶୁଭ ସମୟ ଠାରୁ ଆରମ୍ଭ କରି ଭାଗ୍ୟଶାଳୀ ରାଶି ବିଷୟରେ ଜାଣନ୍ତୁ..

ଭୋଜନରୁ କେଶ ବାହାରିବା ଦିଏ କି ସଙ୍କେତ..

- Advertisement -

ବୃଷ – ବୃଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଗୁରୁ ପୂର୍ଣ୍ଣିମା ଅତ୍ୟନ୍ତ ଶୁଭ । ମାତା-ପିତାଙ୍କ ସହ ସମ୍ପର୍କ ମଜଭୁତ ହେବ । ନୂତନ ଚାକିରି ମିଳିବ । ଉଚ୍ଚ ପଦ ଓ ପ୍ରତିଷ୍ଠା ମିଳିବ । ସମ୍ପତ୍ତି, ଯାନ କିଣିବା ସହ ଧନ ଲାଭର ଯୋଗ ରହିଛି।

ଶ୍ରାବଣ ମାସ: ଜାଣନ୍ତୁ କାଉଡିଆ କାହିଁକି କୁହନ୍ତି ବୋଲ୍‌ ବମ୍‌..

ସିଂହ – ସିଂହ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଗୁରୁ ପୂର୍ଣ୍ଣିମା ଅତ୍ୟନ୍ତ ଶୁଭ । ଆପଣଙ୍କୁ ସଫଳତା ମିଳିବ । ଚାକିରି କ୍ଷେତ୍ରରେ ପଦନ୍ନୋତି ହେବା ସହ ନିବେଶ ପାଇଁ ଶୁଭ ସମୟ।

କୁମ୍ଭ – କୁମ୍ଭ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ନିବେଶ କରି ଲାଭବାନ୍‌ ହେବେ । ନୂଆ ଚାକିରିର ଯୋଗ ରହିଛି । ମାନସିକ ଦୁଃଶ୍ଚିନ୍ତା ଦୂର ହେବ । ଟଙ୍କା ରୋଜଗାର କରିବା ପାଇଁ ନୂଆ ସୁଯୋଗ ମିଳିବ।

 

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories