www.samajalive.in
Sunday, December 14, 2025
15.1 C
Bhubaneswar

ଦେଖନ୍ତୁ ଭିଡିଓ; ବଟର ମିଲ୍କରେ ପୋକ ସାଲୁବାଲୁ, କମ୍ପାନୀ ମାଗିଲା କ୍ଷମା…

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ଫୁଡ୍‌ ଡେଲିଭରି ଆପର ବ୍ୟବହାର ଅଧିକ କରାଯାଉଛି । କାରଣ ଲୋକେ ଘରେ ବସି ଖାଦ୍ୟ ଜିନିଷ ମଗାଇବାକୁ ଅଧିକ ପସନ୍ଦ କରୁଛନ୍ତି । ଏହା ସଭିଁଙ୍କ ପାଇଁ ଏକ ସୁବିଧା ଜନକ ବିକଳ୍ପ ପାଲଟିଛି । ସମୟ ବଞ୍ଚାଇବାକୁ ମଧ୍ୟ ସୁଯୋଗ ମିଳିଥାଏ । ମାତ୍ର ଖାଦ୍ୟର ଗୁଣବତ୍ତା, ବିଳମ୍ବରେ ଡେଲିଭରି, ଭୁଲ୍‌ ଡେଲିଭରି ଓ ଭୁଲ୍‌ ସ୍ଥାନରେ ଡେଲିଭରି ଭଳି କେତେକ ସମସ୍ୟା ଦେଖାଦେଇଥାଏ । ଅନେକ ସମୟରେ ଅର୍ଡର କରିଥିବା ଖାଦ୍ୟରୁ ଆଙ୍ଗୁଠି, ପୋକ ଆଦି ବାହାରିବା ପରେ ଅନେକ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଗ୍ରାହକ ଅସନ୍ତୁଷ୍ଟ ହୋଇଛନ୍ତି । ନିକଟରେ ଏଭଳି ହିଁ ଏକ ଭିଡିଓ ଭାଇରାଲ୍‌ ହେଉଛି, ଯାହାକୁ ଦେଖିଲେ ମୁଣ୍ଡ ବୁଲାଇବ । ଏହି ଭିଡିଓ ଲୋକଙ୍କ ଚିନ୍ତା ମଧ୍ୟ ବଢାଇ ଦେଇଛି । ଏକ୍ସରେ ପୋଷ୍ଟ କରି ଗଜେନ୍ଦ୍ର ଯାଦବ ନାମକ ଜଣେ ଗ୍ରାହକ ଦାବି କରିଛନ୍ତି ଯେ, ସେ ଅନଲାଇନରେ ଅର୍ଡର କରିଥିବା ଅମୁଲ ହାଇ-ପ୍ରୋଟିନ୍‌ ବଟର ମିଲ୍କରୁ ଜିଅନ୍ତା ପୋକ ବାହାରିଛନ୍ତି ।


ବ୍ୟକ୍ତି ଜଣକ ଏହାର ଫଟୋ ଉଠାଇବା ସହ ଭିଡିଓ କରି ପୋଷ୍ଟ କରିଛନ୍ତି ।”@Amul_Coop ୱେବସାଇଟ୍‌ ରୁ ଜିନିଷ କିଣିବା ମଧ୍ୟ ବନ୍ଦ କରିବା ସହ ଏପରି ଘଟଣା ପାଇଁ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ଭିଡିଓରେ ଆପଣ ଦେଖିପାରିବେ, ପେଟିରେ ଜିଅନ୍ତା ଧଳା ଧଳା ପୋକ ସାଲୁବାଲୁ ହେଉଛନ୍ତି । ଏଭଳି ମାମଲାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବି କରାଯାଇଛି । ପେଟିରେ ଆସିଥିବା ପ୍ୟାକେଟ୍‌ ମଧ୍ୟରୁ ଅଧିକ ପ୍ୟାକେଟ୍‌ ଖୋଲା ଓ ନଷ୍ଟ ହୋଇଥିବା ଜଣାପଡିଛି । ସେଥିରୁ ଗନ୍ଧ ମଧ୍ୟ ଆସୁଥିଲା ବୋଲି ଗ୍ରାହକ କହିଛନ୍ତି।
ଅମୁଲ ଏହି ଘଟଣା ପାଇଁ କ୍ଷମା ମାଗିବା ସହ ଏହି ଘଟଣାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛି ବୋଲି କହିଛି । ଏହାସହ ଜିନିଷ ଫେରାଇବା ସହ ଟଙ୍କା ମଧ୍ୟ ଫେରସ୍ତ କରାଯିବ ବୋଲି କହିଛି । ମାତ୍ର ଗ୍ରାହକ ଏଥିରେ ରାଜି ହୋଇ ନାହାଁନ୍ତି ।
ବ୍ୟକ୍ତି ଜଣକ ଆହୁରି ମଧ୍ୟ କହିଛନ୍ତି, ଅମୁଲ ଏହା ସୁନିଶ୍ଚିତ କରୁ ଯେ ଅର୍ଡର କରିଥିବା ଖାଦ୍ୟ ଜିନିଷ ୩ ଦିନ ମଧ୍ୟରେ ଆସିବା ଆବଶ୍ୟକ । ବିଳମ୍ବ ହେଲେ କ୍ଷତି ହେଉଛି । ଅମୁଲ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେବ ବୋଲି ପ୍ରତିଶ୍ରୁତି ଦେଇଛି ।

ଭୋଜନରୁ କେଶ ବାହାରିବା ଦିଏ କି ସଙ୍କେତ..

- Advertisement -

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories