www.samajalive.in
Sunday, December 7, 2025
26.1 C
Bhubaneswar

ସ୍ପେଶାଲ ସ୍କ୍ବାଡ୍ ଧରିଲା ୪ ତାମିଲ ଲୁଟିଆ

ଭୁବନେଶ୍ବର : ସାରା ଦେଶରେ ଲୁଟୁଥିଲେ। କାର୍‌ କାଚ ଭାଙ୍ଗି ଆଖି ପିଛୁଳାକେ ଗାଡ଼ିରୁ ସବୁକିଛି ଲୁଟି ନେଉଥିଲେ। ରଥଯାତ୍ରା ସମୟକୁ ସେମାନେ ନଜର ରଖିଥିଲେ। ମୋ ବସ୍‌ ମଧ୍ୟରେ ବି ଯାତ୍ରୀଙ୍କୁ ଲୁଟ୍‌ପାଟ୍‌ କରୁଥିଲେ। ତାମିଲନାଡୁରୁ ଆସି ରାଜଧାନୀର ରେଳ ଷ୍ଟେସନରେ ଡେରା ପକାଉଥିଲେ। ୭ ଦିନ ମଧ୍ୟରେ ୩ଟି ଲୁଟ୍‌ କରିଥିଲେ। ଶେଷରେ ସ୍ପେଶାଲ ସ୍କ୍ବାଡ ହାତରେ ଧରାପଡ଼ିଛନ୍ତି। ତାମିଲନାଡୁ ଲୁଟିଆ ଦଳର ୪ ସଦସ୍ୟଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ପୁଲିସ ୪ଟି ଲାପ୍‌ଟପ୍‌ ଓ ୨୫ଟି ମୋବାଇଲ ଫୋନ୍‌ ଜବତ କରିଛି। ଗିରଫ ଅଭିଯୁକ୍ତ ହେଲେ ତାମିଲନାଡୁ ତିର୍ଚି ଜିଲାର ବି.ମାହିତ, ପି. ମୋର୍ଥୀ, ନନ୍ଦନ କୁମାର ଏବଂ ଏସ୍‌. ଦୀନେଶ। ଅଭିଯୁକ୍ତଙ୍କୁ ଜିମାରେ ଆଣି ଜେରା କରାଯିବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ ଆୟୁକ୍ତ ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି। ଏହି ଦଳ ସାରା ଦେଶରେ ଲୁଟ୍‌ପାଟ୍‌ କରୁଥିବାରୁ ସେମାନଙ୍କ ନାଁରେ ଅନ୍ୟ ରାଜ୍ୟରେ ମାମଲା ରହିଥିବା ସନ୍ଦେହ କରାଯାଇଛି। ବିଭିନ୍ନ ଦିଗକୁ ନେଇ ପୁଲିସ ମାମଲାର ତଦନ୍ତ ଜାରି ରଖିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ଆୟୁକ୍ତ ଶ୍ରୀ ପଣ୍ଡାଙ୍କ ସୂଚନା ଅନୁସାରେ, ଏହି ଦଳ ବିଶେଷକରି ରଥଯାତ୍ରା ସମୟରେ ଆସିଥାନ୍ତି। ୩ଟି ଉପାୟରେ ଏମାନେ ଲୁଟ୍‌ପାଟ କରିଥାନ୍ତି। କାର୍‌ କାଚ ଭାଙ୍ଗି ଲୁଟିଥାନ୍ତି। ବସ୍‌ରେ ଭିଡ଼ ସୃଷ୍ଟି କରି ପକେଟ ମାର୍‌ କରିଥାନ୍ତି। ସହରର ଗହଳି ସ୍ଥାନରେ ମଧ୍ୟ ଲୁଟ୍‌ପାଟ୍‌ କରି ଛୁ’ ମାରିଥାନ୍ତି। ଗତ ସପ୍ତାହେ ମଧ୍ୟରେ ଭୁବନେଶ୍ବରରେ ୩ଟି ଓ କଟକରେ ଗୋଟିଏ ଲୁଟ୍‌ କରିଥିଲେ। ଗତ ୧୬ ତାରିଖ ଦିନ କ୍ୟାପିଟାଲ ଥାନା ଅଧୀନ ରାଜଭବନ ନିକଟରୁ ଓଏଏସ୍‌ ସାର୍ଥକ ସୌରଭ ମହାପାତ୍ରଙ୍କ କାର୍‌ କାଚ ଭାଙ୍ଗି ଲାପ୍‌ଟପ୍‌ ନେଇ ଯାଇଥିଲେ। ସେହିପରି ମଞ୍ଚେଶ୍ବର ଥାନା ଅଧୀନ ରସୁଲଗଡ଼ ଛକରୁ ଅତିଶ କୁମାର ସାହୁ ନାମକ ବ୍ୟକ୍ତିଙ୍କ କାର୍‌ରୁ ମଧ୍ୟ ଲୁଟ୍‌ କରିଥିଲେ। ଏସବୁ ଅଭିଯୋଗକୁ ନେଇ ସ୍ପେଶାଲ ସ୍କ୍ବାଡ ଘଟଣାର ତଦନ୍ତ କରିଥିଲା। ଶେଷରେ ଲୁଟିଆ ଦଳର ୪ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା। ପଚରାଉଚରା କରିବା ପରେ ସେମାନଙ୍କ ନିକଟରୁ ଚୋରି ସମ୍ପତ୍ତି ଜବତ କରିଥିଲା। ଲୁଟିଆ ଦଳର ଅନ୍ୟ ସହଯୋଗୀଙ୍କୁ ପୁଲିସ ପୂର୍ବରୁ ଗିରଫ କରିଥିଲା। ଦଳର ଆଉ କେଉଁମାନେ ବାହାରେ ଅଛନ୍ତି, ସେନେଇ ପୁଲିସ ତଦନ୍ତ ଜାରି ରଖିଛି। ଲୁଟ୍‌ କରିବା ପରେ ଚୋରି ଜିନିଷକୁ ଏମାନେ ତିର୍ଚି ଅଞ୍ଚଳରେ ବିକ୍ରି କରୁଥିଲେ ବୋଲି ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି। କଟକ ଓ ଭୁବନେଶ୍ବରର ବିଭିନ୍ନ ଥାନାରେ ଅଭିଯୁକ୍ତଙ୍କ ନାମରେ ୧୦ରୁ ଅଧିକ ମାମଲା ରହିଛି। ଜବତ ଲୁଟ୍‌ ସମ୍ପତ୍ତି ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି। ଅଭିଯୁକ୍ତଙ୍କୁ ଗୁରୁବାର ସହିଦନଗର ଥାନା ପୁଲିସ ଅଦାଲତ ଚାଲାଣ କରିଛି।

ଅପରାଧୀଙ୍କୁ ସାବାଡ଼ ପାଇଁ ଓଡ଼ିଶାରେ ଉତ୍ତରପ୍ରଦେଶ ଫର୍ମୁଲା

- Advertisement -

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories