www.samajalive.in
Tuesday, December 9, 2025
17.1 C
Bhubaneswar

ଶନିବାର ସୁଦ୍ଧା ନିଟ୍ ପରୀକ୍ଷା ଫଳ ପ୍ରକାଶ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଡେସ୍କ: ଶନିବାର ସୁଦ୍ଧା ନିଟ୍ ୟୁଜି ପରୀକ୍ଷା ଫଳ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ଜାତୀୟ ପରୀକ୍ଷଣ ସଂସ୍ଥା – ଏନଟିଏକୁ ନିର୍ଦ୍ଦେଶ ଦେଇଛନ୍ତି। ପରୀକ୍ଷାର୍ଥୀଙ୍କ ନାମ ଗୋପନ ରଖି ସହରୱାରି ଓ ପରୀକ୍ଷା କେନ୍ଦ୍ରୱାରି ପରୀକ୍ଷା ଫଳ ପ୍ରକାଶ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।

ଆଜି ଦିନର ପ୍ରଥମାର୍ଦ୍ଧରେ ନିଟ ପରୀକ୍ଷା ଅନିୟମିତତା ସମ୍ପର୍କିତ ୪୦ଟିରୁ ଅଧିକ ଆବେଦନର ଏକତ୍ର ଶୁଣାଣି କରି ସୁପ୍ରିମକୋର୍ଟ କହିଥିଲେ ଯେ ‘ନିଟ୍’ର ପୁନଃ ପରୀକ୍ଷା ଦୃଢ଼ ଭିତ୍ତିରେ ହେବା ଆବଶ୍ୟକ। ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାର୍ଡିୱାଲା ଓ ଜଷ୍ଟିସ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ ଯେ ସିବିଆଇ ତଦନ୍ତ ଜାରି ରହିଛି। ସିବିଆଇ ଆମକୁ ଯାହା କହିଛି ତାହା ପଦାକୁ ଆସିଲେ ଏହା ତଦନ୍ତକୁ ପ୍ରଭାବିତ କରିବ। ଖଣ୍ଡପୀଠ କହିଥିଲେ, ଏହାର ସାମାଜିକ ପ୍ରଭାବ ରହିଛି।

- Advertisement -

ଗତ ମେ’ ୫ ତାରିଖରେ ବିଦେଶରେ ୧୪ଟି ଓ ଦେଶରେ ୫୭୧ଟି ସହରର ୪୭୫୦ଟି କେନ୍ଦ୍ରରେ ୨୩ ଲକ୍ଷ ୩୩ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ ହୋଇଥିବା ସତ୍ୟପାଠରେ କେନ୍ଦ୍ର ଓ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) କହିଥିଲେ ଯେ ଗୋପନୀୟତା ଉଲ୍ଲଂଘନର କୌଣସି ପ୍ରମାଣ ନଥିବାରୁ ପରୀକ୍ଷା ବାତିଲ କରିବା ପ୍ରତିକୂଳ ହେବ ଏବଂ ଲକ୍ଷ ଲକ୍ଷ ସଚ୍ଚୋଟ ପରୀକ୍ଷାର୍ଥୀଙ୍କୁ ଗୁରୁତର ଭାବେ ବିପଦରେ ପକାଇବ।

ଶପଥ ଗ୍ରହଣ କଲେ ସୁପ୍ରିମକୋର୍ଟର ଦୁଇ ନୂଆ ବିଚାରପତି ଜଷ୍ଟିସ ଏନ କୋଟିଶ୍ୱର ସିଂହ ଓ ଜଷ୍ଟିସ୍ ଆର୍ ମହାଦେବନ

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories