www.samajalive.in
Sunday, December 7, 2025
14.1 C
Bhubaneswar

ଶପଥ ଗ୍ରହଣ କଲେ ସୁପ୍ରିମକୋର୍ଟର ଦୁଇ ନୂଆ ବିଚାରପତି ଜଷ୍ଟିସ ଏନ କୋଟିଶ୍ୱର ସିଂହ ଓ ଜଷ୍ଟିସ୍ ଆର୍ ମହାଦେବନ

ଡେସ୍କ: ଆଜି ସୁପ୍ରିମକୋର୍ଟର ଦୁଇ ଜଣ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ସେମାନେ ହେଉଛନ୍ତି ଜଷ୍ଟିସ୍ ନୋଙ୍ଗମେଇକାପମ୍ କୋଟିଶ୍ୱର ସିଂହ ଏବଂ ଜଷ୍ଟିସ୍ ଆର୍ ମହାଦେବନ। ଉଭୟଙ୍କୁ ଶପଥ ପାଠ କରାଇଛନ୍ତି ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼।

ଗତ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେମାନଙ୍କ ନିଯୁକ୍ତିକୁ ଅନୁମୋଦନ କରିଥିଲେ। ଏହି ନିଯୁକ୍ତି ଦ୍ୱାରା ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ସମେତ ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରପତି ସଂଖ୍ୟା ୩୪ରେ ପହଂଚିଛି। ସୁପ୍ରିମକୋର୍ଟ କଲେଜିୟମ୍ ଜମ୍ମୁ-କଶ୍ମୀର ଏବଂ ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି ନୋଙ୍ଗମେଇକାପମ୍ କୋଟିଶ୍ୱର ସିଂହ ଏବଂ ମାଡ୍ରାସ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ଆର ମହାଦେବନଙ୍କୁ ସର୍ବୋଚ୍ଚ ନ୍ୟାୟାଳୟରେ ପଦୋନ୍ନତି ପାଇଁ ସୁପାରିସ କରିଥିଲେ। ଜଷ୍ଟିସ୍ ସିଂହ ହେଉଛନ୍ତି ମଣିପୁର ରାଜ୍ୟର ପ୍ରଥମ ବିଚାରପତି ଯିଏ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି। ସୁପ୍ରିମକୋର୍ଟରେ ଦୁଇଟି ପଦବୀ ଖାଲି ପଡ଼ିଥିବାରୁ ଏହି ଦୁଇ ବିଚାରପତିଙ୍କୁ ପଦୋନ୍ନତି ପାଇଁ ସୁପାରିସ କରାଯାଇଥିଲା। ଜଷ୍ଟିସ୍ ଅନିରୁଦ୍ଧ ବୋଷ ୨୦୨୪ ଏପ୍ରିଲ ୧୦ରେ ଅବସର ଗ୍ରହଣ କରିଥିବା ବେଳେ ଜଷ୍ଟିସ୍ ଏଏସ୍ ବୋପାନ୍ନା ୨୦୨୪ ମେ’ ୧୯ରେ ଅବସର ଗ୍ରହଣ କରିଥିଲେ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories