www.samajalive.in
Saturday, December 6, 2025
16.1 C
Bhubaneswar

ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ ପଛରେ ଇରାନ

ୱାଶିଂଟନ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇଥିବା ଆକ୍ରମଣ ପଛରେ ଇରାନର ସମ୍ପୃକ୍ତି ରହିଥିବା ଅଭିଯୋଗ ହୋଇଛି। ଟ୍ରମ୍ପଙ୍କୁ ହତ୍ୟା ଲାଗି ଇରାନ ଯୋଜନା କରୁଥିବା ନେଇ ଆମେରିକାକୁ ଗୁଇନ୍ଦା ସୂଚନା ମିଳିଥିଲା। ଗୁଇନ୍ଦା ସୂଚନା ପରେ ଟ୍ରମ୍ପଙ୍କ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଥିଲା। ମାତ୍ର ଆମେରିକାର ସୁରକ୍ଷା ଅଧିକାରୀ କହିଛନ୍ତି ଯେ ଟ୍ରମ୍ପଙ୍କ ଉପରେ ଆକ୍ରମଣ ପଛରେ ଇରାନର କୌଣସି ସମ୍ପର୍କ ନାହିଁ। ଆକ୍ରମଣକାରୀ ଯୁବକ ମଧ୍ୟ ଇରାନ ସହିତ କୌଣସି ପ୍ରକାରେ ସମ୍ପୃକ୍ତ ନଥିବା ଜଣାପଡିଛି। ଇରାନ ମଧ୍ୟ ଟ୍ରମ୍ପଙ୍କ ଉପରେ ଆକ୍ରମଣ ଷଡଯନ୍ତ୍ର ଅଭିଯୋଗକୁ ଖଣ୍ଡନ କରିଛି। ଇରାନ କହିଛି ଯେ ଟ୍ରମ୍ପଙ୍କ ଉପରେ ହୋଇଥିବା ଆକ୍ରମଣରେ ତେହରାନ କୌଣସି ପ୍ରକାରେ ସମ୍ପୃକ୍ତ ନୁହେଁ। ଇରାନର କୁଦସ ବାହିନୀର ମୁଖ୍ୟ କ୍ବାସିମ୍ ସୋଲେମାନିଙ୍କୁ ଆମେରିକା ସେନା ଡ୍ରୋନ ଆକ୍ରମଣରେ ହତ୍ୟା କରିବା ପରେ ଟ୍ରମ୍ପ ଓ ପୂର୍ବତନ ବୈଦେଶିକ ମନ୍ତ୍ରୀ ମାଇକ ପମ୍ପିଓ ତେହରାନର ଟାର୍ଗେଟରେ ରହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories