www.samajalive.in
Tuesday, November 18, 2025
16.1 C
Bhubaneswar

ଆଜି ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର: ସକାଳ ୮ଟାରୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା

ପୁରୀ : ଆଜି (ଗୁରୁବାର) ପୁଣି ଖୋଲିିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର। ସେଠାରେ ଥିବା ସିନ୍ଦୂକ ଏବଂ ଆଲମିରା ଖୋଲାଯାଇ ଅସ୍ଥାୟୀ ରତ୍ନଭଣ୍ଡାରକୁ ମୂଲ୍ୟବାନ ଅଳଙ୍କାରଗୁଡ଼ିକୁ ସ୍ଥାନାନ୍ତର କରାଯିବ। ଏହାପରେ ଭିତର ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାକୁ ହସ୍ତାନ୍ତର କରାଯିବ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ନେତୃତ୍ବରେ ଗଠିତ ୧୧ଜଣିଆ କମିଟି ରତ୍ନଭଣ୍ଡାର ଭିତରକୁ ଯିବେ। ଗତ ୧୪ ତାରିଖରେ ପକାଯାଇଥିବା ଦୁଇଟି ନୂତନ ତାଲା ଖୋଲାଯିବ। ରାଜ୍ୟ ସରକାରଙ୍କ ଦ୍ବାରା ଗଠିତ ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ବିଚାରପତି ବିଶ୍ବନାଥ ରଥ ରତ୍ନଭଣ୍ଡାର ଭିତରକୁ ଯିବେ। ଏଥିପାଇଁ ଆଜି ସକାଳ ୮ଟାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯିବ। କେବଳ ସିଂହଦ୍ବାରକୁ ଛାଡ଼ି ଅନ୍ୟ ୩ ଦ୍ବାର ବନ୍ଦ କରାଯିବ। ସିଂହଦ୍ବାର ଦେଇ ଅଧିକୃତ ବ୍ୟକ୍ତି ଏବଂ ପାଳିଆ ସେବାୟତଙ୍କୁ ପ୍ରବେଶ ଅନୁମତି ଦିଆଯିବ। ରତ୍ନଭଣ୍ଡାର ଖୋଲାଯିବା ସମେତ ରତ୍ନ ଅଳଙ୍କାର ସ୍ଥାନାନ୍ତରର ଭିଡିଓ ରେକର୍ଡିଂ କରାଯିବ ବୋଲି ମୁଖ୍ୟ ପ୍ରଶାସକ ଡ. ପାଢ଼ୀ କହିଛନ୍ତି। ରତ୍ନଭଣ୍ଡାର ଖୋଲିବା ସମୟରେ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ପାଳନ କରାଯିବ। ଭିତର ରତ୍ନଭଣ୍ଡାର ମରାମତି ପରେ ରତ୍ନ ଅଳଙ୍କାରଗୁଡ଼ିକର ଗଣତି କରାଯିବ। ଏଥିପାଇଁ ପ୍ରାୟ ୪୦ରୁ ୫୦ ଦିନ ସମୟ ଲାଗିପାରେ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବୁଧବ‌ାର ପୁରୀରେ କହିଛନ୍ତି।

Hot this week

ଯାଜପୁର ଜିଲା ଜଖପୁର ଜଙ୍କସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ସମାଜଲାଇଭ ଡେସ୍କ: ଯାଜପୁର ଜିଲା ଜଖପୁର ଜଙ୍କସନରେ ସୋମବାର ରାତିରେ ଏକ...

ପରଲୋକରେ ତାରକା କଣ୍ଠଶିଳ୍ପୀ ହ୍ୟୁମାନ୍‌‌ ସାଗର

କଟକ: ଓଡ଼ିଆ ସଙ୍ଗୀତ ଜଗତର ଉଦୀୟମାନ ଗାୟକ ତଥା ତାରକା କଣ୍ଠଶିଳ୍ପୀ...

୫୦ ବର୍ଷ ପରେ ପ୍ରେକ୍ଷାଳୟକୁ ଫେରୁଛି ‘ଶୋଲେ’

ମୁମ୍ବାଇ ୧୭/୧୧: ଭାରତୀୟ ସିନେମାର କ୍ଲାସିକ୍ ଫିଲ୍ମ "ଶୋଲେ" ପୁଣି ଥରେ ବଡ଼...

ଷ୍ଟେସନରୁ ୮ ଶ୍ରମିକ ଓ ୫ ଶିଶୁ ଉଦ୍ଧାର, ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନ ଅଞ୍ଚଳରୁ ୮ଜଣ ଦାଦନ ଶ୍ରମିକଙ୍କ ସହ...

ଦିଲ୍ଲୀ ବିସ୍ଫୋରଣ: ସହଯୋଗୀ ଷଡ଼ଯନ୍ତ୍ରକାରୀ ଆତଙ୍କୀ ଗିରଫ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ସହଯୋଗୀ...

Related Articles

Popular Categories